ପାଣାଜୀ: ଭାରତର ସୁନାମଧନ୍ୟ ଗାୟିକା ଲତା ମଙ୍ଗେସକର ଆଉ ନାହାନ୍ତି । କୋକିଳକଣ୍ଠିଙ୍କୁ ହରାଇ ଶୋକରେ ବୁଡିଛି ସାରା ଦେଶ । ବଲିଉଡ୍ କଳାକାରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ରାଜନେତାଙ୍କ ଯାଏଁ ସମସ୍ତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ଗୋଆ ରାଲିକୁ ବାତିଲ କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନ ଉପଲକ୍ଷେ ଆଜି ଗୋଆରେ ଭର୍ଚୁଆଲ ରାଲି କରିଥାନ୍ତେ ମୋଦି ।
ରାଲି ବାତିଲ୍ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସାୱତ କହିଛନ୍ତି, ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ବିୟୋଗରେ ରାଜ୍ୟରେ ଦୁଇ ଦିନିଆ ଶୋକ ପାଳନ କରାଯିବ । ସେ ଆମମାନଙ୍କ ମଧ୍ୟରେ ଅମର ରହିବେ । ଉଲ୍ଲେଖଯୋଗ୍ୟ, ଆସନ୍ତା ୧୪ ତାରିଖରେ ଗୋଆରେ ମତଦାନ ହେବ । ସେପେଟ ମୁଖ୍ୟମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ନିଜର ଏକ ବୈଠକ ସ୍ଥଗିତ ରଖିଛନ୍ତି ।
@ANI