ETV Bharat / bharat

Gujarat Poll: ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରି ଭାବବିହ୍ୱଳ ବଡ ଭାଇ, ଦେଲେ ଏମିତି ଉପଦେଶ - ସୋମାଭାଇ ମୋଦି

ନିଜ ସାନ ଭାଇ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବେଶ ଭାବବିହ୍ବଳ ହୋଇପଡିଥିଲେ ସୋମାଭାଇ ମୋଦି । ସମ୍ବାଦ ସରାବହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସୋମାଭାଇ କହିଛନ୍ତି, "ନରେନ୍ଦ୍ର ଭାଇ ପାଇଁ ଆମେ ଗର୍ବିତ ।" ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 5, 2022, 5:41 PM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Election 2022) ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । 14 ଜିଲ୍ଲାର 93 ଟି ଆସନ ପାଇଁ ଭୋଟ ଦେଉଛନ୍ତି ଗୁଜରାଟବାସୀ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (Prime Minister Narendra Modi) । ଅହମ୍ମଦାବାଦ ସ୍ଥିତ ରାନିପ ନିଶାନ ପବ୍ଲିକ ସ୍କୁଲରେ ଭୋଟ ଦେଇ ନିଜ ବଡ ଭାଇ ସୋମାଭାଇ ମୋଦି (Somabhai Modi)ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ବର୍ଣ୍ଣନା କରି ଭାବବିହ୍ୱଳ ବଡ ଭାଇ

ନିଜ ସାନ ଭାଇ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବେଶ ଭାବବିହ୍ବଳ ହୋଇପଡିଥିଲେ ସୋମାଭାଇ ମୋଦି । ସମ୍ବାଦ ସରାବହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସୋମାଭାଇ କହିଛନ୍ତି, ନରେନ୍ଦ୍ର ଭାଇ ପାଇଁ ଆମେ ଗର୍ବିତ ।

ଏହାବି ପଢନ୍ତୁ- Padmapur ByPoll: ଅପରାହ୍ନ ୩ଟା ସୁଦ୍ଧା ୬୫.୨୮ % ମତଦାନ

  • #WATCH | PM Modi's brother Somabhai Modi gets emotional as he talks about PM who visited him earlier today

    People cannot ignore the kind of work Centre has done after 2014. I asked him (PM Modi) that he works a lot for the country, he should take some rest as well: Somabhai Modi pic.twitter.com/3SrGMj6A6O

    — ANI (@ANI) December 5, 2022 " class="align-text-top noRightClick twitterSection" data=" ">

ଭାଇଙ୍କୁ ଭେଟିଲେ ଭାଇ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ବଡ ଭାଇ ସୋମାଭାଇ ମୋଦି (Somabhai Modi) ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାକୁ ବର୍ଣ୍ଣନା କରି ସୋମାଭାଇ କହିଛନ୍ତି, ‘‘ନରେନ୍ଦ୍ର (ପ୍ରଧାନମନ୍ତ୍ରୀ) ଛୋଟ ବେଳେ ମା’ ହୀରାବେନଙ୍କ ପ୍ରିୟ ଥିଲେ । ଆଜି ଭୋଟ ଦାନ ପରେ ଉଭୟଙ୍କ ମଧ୍ୟରେ ପ୍ରାୟ 23 ମିନିଟ ପର୍ଯ୍ୟନ୍ତ ସାକ୍ଷାତ ଆଲୋଚନା ହୋଇଥିଲା । ଆଲୋଚନା ବେଳେ ଉଭୟ ଭାଇ ପରସ୍ପର ଏକାଠି ଚା’ ପିଇବା ସହ ବଡ ଭାଇଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଯାହା ବର୍ଣ୍ଣନା କରିବା ବେଳେ ବେଶ ଭାବ ବିହ୍ବଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀଙ୍କ ବଡ ଭାଇ ସୋମାଭାଇ ।’’

ଏହାବି ପଢନ୍ତୁ- Padmapur ByPoll: ପାଇକମାଳରେ ମତଦାନ କଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବଡ ଉପଦେଶ...

ସାନ ଭାଇ ତଥା ଦେଶର ପ୍ରଧାନମମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସୋମାଭାଇ ପ୍ରଧାନମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । କହିଥିଲେ ଆପଣ (ପ୍ରଧାନମନ୍ତ୍ରୀ) ଦେଶ ପାଇଁ କଠିନ ପରିଶ୍ରମ କରୁଛନ୍ତି । ପୁରା ଦେଶର ବିକାଶ ପାଇଁ ନିଜକୁ ସମର୍ପିତ କରିଛନ୍ତି । ରାଜନୀତି ଜୀବନ ଆରମ୍ଭକୁ ଆଜି ଯାଏଁ କାମ କରିଚାଲିଛନ୍ତି । ନିଜ ସ୍ବାସ୍ଥ୍ୟ ପାଇଁ କିଛି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

ନିଜ ଭୋଟକୁ କରନ୍ତୁ ସଠିକ ଉପଯୋଗ...

ସୋମାଭାଇ ମୋଦି ଆହୁରି କହିଛନ୍ତି 2014 ପରଠାରୁ ଦେଶର ଯେଉଁଭଳି ଭାବେ ବିକାଶ ହେବା ସହ ପରିବର୍ତ୍ତନ ହେଉଛି, ତାହା ଦେଶବାସୀ ଅଣଦେଖା କରିପାରିବେ ନାହିଁ । ଦେଶର ବ୍ୟାପକ ବିକାଶ ହେବା ସହିତ ପରିବର୍ତ୍ତନ ଘଟୁଥିବା କହିଛନ୍ତି । ଦେଶର ଅନ୍ତିମ ଧାଡିରେ ଥିବା ଲୋକଙ୍କ ଯାଏଁ ବିକାଶ ପହଞ୍ଚିପାରିଛି । ଯାହାକୁ ନେଇ ସେ ଗର୍ବିତ ବୋଲି କହିଛନ୍ତି । ଏଥିସହ ଗୁଜରାଟୀ ଭୋଟରଙ୍କୁ ଅପିଲ କରି ସୋମାଭାଇ କହିଥିଲେ ଆପଣଙ୍କ ଭୋଟକୁ ସଠିକ ଢଙ୍ଗରେ ବିନିଯୋଗ କରନ୍ତୁ । ଏମିତି ନେତାଙ୍କୁ ଚୟନ କରନ୍ତୁ ଯେଉଁମାନେ ଗୁଜୁରାଟ ସମେତ ପୁରା ଦେଶର ବିକାଶକୁ ଆହୁରି ତୀବ୍ର କରିବେ । 2014 ପରେ ଦେଶରେ ହୋଇଥିବା ବିକାଶକୁ ନେଇ ଭୋଟ ଦିଅନ୍ତୁ ବୋଲି ଅପିଲ କରିଥିଲେ ।

ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ସ୍ଥିତ ରାନିପ ନିଶାନ ପବ୍ଲିକ ସ୍କୁଲରେ ଭୋଟ ଦେବା ପାଇଁ ପହଞ୍ଚିଥିଲେ । ସେଠାରେ ଧାଡିରେ ଆସି ପ୍ରଧାନମନ୍ତ୍ରୀ ନିଜ ମତଧିକାର ସାବ୍ୟସ୍ତ କରିଥିଲେ । ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଦକୁ ସାମିଲ କରିଥିବା ହିମାଚଳ ପ୍ରଦେଶ, ଗୁଜୁରାଟ ଓ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ । ଏତେ ବଡ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନ କରୁଥିବା ପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ ଦେବା ସହ ଅଭିନନ୍ଦନ ଜଣାଇଥିଲେ ।

ଏହାବି ପଢନ୍ତୁ- Gujarat Poll Phase 2: ଭୋଟ ଦେଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବା ପାଇଁ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ଭୋଟରଙ୍କ ଭିଡ ଜମିଥିଲା । ଅନେକ ଭୋଟର ବେଶ ଉତ୍ସାହର ସହ ଲମ୍ବା ଲାଇନ ଲଗାଇ ଅପେକ୍ଷା କରିଥିଲେ । ମୋଟ 182 ଆସନରୁ ଆଜି ଦ୍ବିତୀୟ ପର୍ଯ୍ୟାୟରେ 14 ଟି ଜିଲ୍ଲାର ମୋଟ 93 ଟି ଆସନ ପାଇଁ ଭୋଟ ହେଉଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ 61 ଟି ଦଳର 833 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆଜି 2.51 କୋଟି ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରିଚାଳନ ପାଇଁ ନିର୍ବାଚନ କମିଶନ ମୋଟ 26 ହଜାର 409 ମତଦାନ କେନ୍ଦ୍ର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ବ୍ୟବହାର ହୋଇଛି 36 ହଜାର ଇଭିଏମ ମେସିନ । ନିର୍ବାଚନ ପରିଚାଳନା ପାଇଁ ମୁତୟନ ହୋଇଛନ୍ତି 29 ହଜାରୁ ଅଧିକ ପ୍ରିଜାଇଡିଂ ଅଫିସର, 84 ହଜାରରୁ ଅଧିକ ପୋଲିଂ ଅଫିସର । 26 ହଜାର 409 ମତଦାନ କେନ୍ଦ୍ରରୁ 93 ଟି ମତଦାନ କେନ୍ଦ୍ରକୁ ଆଦର୍ଶ କେନ୍ଦ୍ର କରାଯାଇଥିବା ବେଳେ, 93 ଟି କେନ୍ଦ୍ରକୁ ଇକୋ ଫ୍ରେଣ୍ଡଲୀ କରାଯାଇଛି । ଏହାସହ 93 ଟି ମତଦାନ କେନ୍ଦ୍ରକୁ ଦିବ୍ୟାଙ୍ଗ ଅଧିକାରୀ ପରିଚାଳନ କରୁଛନ୍ତି । ଏନେଇ ଗୁଜୁରାଟ ମୁଖ୍ୟ ନିର୍ବାଚନ ଅଧିକାରୀ ପି. ଭାରତୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗାନ୍ଧୀ ନଗର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.