ନୂଆଦିଲ୍ଲୀ: ସାଉଦି ଆରବର ଅଧ୍ୟକ୍ଷତାରେ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀରେ ଭିଡିଓ କନଫେରନ୍ସି ମାଧ୍ୟମରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ‘ଏକବିଂଶ ଶତାବ୍ଦୀରେ ସୁଯୋଗର ଅନୁଭୂତି' ବିଷୟ ଉପରେ ଆଲୋଚନା ହେଉଛି ।
କୋରୋନା ସଂକ୍ରମଣ ଭଳି ଅନେକ ବୈଶ୍ବିକ ସଙ୍କଟ ଉପରେ ମନ୍ଥନ କରିବା ପାଇଁ ବର୍ଷର ଦ୍ବିତୀୟ ଜି-20 ଶିଖର ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । କୋରୋନା କାଳରେ ଏହି ଶିଖର ସମ୍ମିଳନୀ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରମାଣିତ ହେବ । କାରଣ ଏଥିରେ କୋରୋନା ସଙ୍କଟ ସମେତ ଅନେକ ଦେଶ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ବିଷୟରେ ବି ବିଚାର ବିମର୍ଶ ହେବା ସମ୍ଭାବନା ରହିଛି ।