ETV Bharat / bharat

PM Modi attacks Chhattisgarh CM: ‘ମହାଦେବଙ୍କ ନାମକୁ ବି ଛାଡିଲାନି କଂଗ୍ରେସ’

author img

By ETV Bharat Odisha Team

Published : Nov 4, 2023, 4:45 PM IST

ଦୁର୍ଗ ଟାଉନରେ ନିର୍ବାଚନୀ ସଭାରେ ମହାଦେବ ବେଟିଂ ଆପ ପ୍ରସଙ୍ଗ ଉଠାଇ ବଘେଲଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ ମହାଦେବଙ୍କ ନାମକୁ ବି ଛାଡିଲାନି କଂଗ୍ରେସ । ଦୁବାଇ ଲିଙ୍କ କ’ଣ କଂଗ୍ରେସ ତାହା ଲୋକଙ୍କୁ ସ୍ପଷ୍ଟ କରୁ । ଅଧିକ ପଢନ୍ତୁ

ବଘେଲଙ୍କୁ ଟାର୍ଗେଟ କଲେ ମୋଦି, ମହାଦେବକୁ ବି ଛାଡିଲାନି କଂଗ୍ରେସ

ରାୟପୁର: କଂଗ୍ରେସ ଶାସିତ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ମାତ୍ର ଦୁଇଦିନ ପୂର୍ବରୁ ବେଟିଂ ଆପ ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରକୁ ଆସିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ମହାଦେବ ବେଟିଂ ଆପ ମାମଲାରେ ଆଜି କଂଗ୍ରେସକୁ ନିର୍ବାଚନୀ ସଭାମଞ୍ଚରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସେ ଏହି ପ୍ରସଙ୍ଗରେ ବଘେଲ ନେତୃତ୍ବାଧୀନ କଂଗ୍ରେସ ସରକାର ମହାଦେବଙ୍କୁ ମଧ୍ୟ ଛାଡିଲା ନାହିଁ ବୋଲି ମୋଦି କହିଛନ୍ତି ।

ଆଜି ଦୁର୍ଗ ଟାଉନରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଯଦି ବିଜେପି ରାଜ୍ଯରେ ସରକାର ଗଠନ କରେ, ତେବେ ମାଗଣାରେ ରାଜ୍ୟବାସୀଙ୍କୁ ରାସନ ଯୋଗାଇବ । ରାଜ୍ୟର ପ୍ରାୟ 80 କୋଟି ଗରିବ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ଅନ୍ନ ଯୋଜନା’ରେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଲାଭ ପାଇବେ । କଂଗ୍ରେସ ତାଙ୍କୁ ଅନେକ ଥର ଦୁର୍ବ୍ୟବହାର କରିଛି । ମାତ୍ର ସେ ଦୁର୍ବ୍ୟବହାରକୁ ଖାତିର କରନ୍ତି ନାହିଁ । ମାତ୍ର କଂଗ୍ରେସ ରାଜ୍ୟକୁ ଲୁଟିବା ପାଇଁ କୌଣସି ଅବସର ଛାଡିନାହିଁ । ଏହି ମାତ୍ର ଦୁଇ ଦିନ ତଳେ ଇଡି କାର୍ଯ୍ୟାନୁଷ୍ଠାନରେ ମୋଟା ଅଙ୍କର ଟଙ୍କା ଜବତ କରାଯାଇଛି । କୁହାଯାଉଛି ଯେ, ଏହା ବେଟିଂ ଟଙ୍କା । କଂଗ୍ରେସ ରାଜ୍ୟରେ ମହାଦେବଙ୍କୁ ବି ଛାଡିଲାନାହିଁ । ଦୁବାଇରେ ବସି ବେଟିଂ କରୁଥିବା ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ରହିଛି । ଦୁବାଇ ଲିଙ୍କ କଣ କଂଗ୍ରେସ ତାହା ରାଜ୍ଯବାସୀଙ୍କୁ ସ୍ପଷ୍ଟ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମହାଦେବ ବେଟିଂ ଆପ୍ ପ୍ରମୋଟର୍ସଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ସାଂଘାତିକ ଅଭିଯୋଗ ଆଣିଛି ଇଡି । ଏନେଇ ଯଥେଷ୍ଟ ପ୍ରମାଣ ରହିଥିବା ଏଜେନ୍ସି ଦାବି କରୁଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଘଟଣା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦାବି କରିଛି ଯେ, ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡର ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ପାଖାପାଖି ୫୦୮ କୋଟି ଟଙ୍କା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Mahadev App betting case: ଇଡି ସ୍କାନରରେ ଭୁପେଶ ବଘେଲ, ବେଟିଂ ଆପଠୁ ୫୦୮ କୋଟି ନେବା ଅଭିଯୋଗ

ଅନ୍ୟପଟେ ବିଜେପି ବିରୋଧରେ ଏହାକୁ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ବଘେଲ । କହିଛନ୍ତି କଂଗ୍ରେସ ଓ ତାଙ୍କ ପ୍ରତି ବିଜେପି ଭୟଭୀତ । ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.