ETV Bharat / bharat

ବାମଦଳ ମେଣ୍ଟ ଉପରେ ବର୍ଷିଲେ ମୋଦି, LDF-UDF ଉପରେ ଲଗାଇଲେ ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗ

author img

By

Published : Mar 30, 2021, 4:35 PM IST

6 ଏପ୍ରିଲରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ପଲକ୍କଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । କ୍ଷମତାସୀନ ବାମଦଳ ମହାମେଣ୍ଟ ଉପରେ ବର୍ଷିଲେ ମୋଦି । ଅଧିକ ପଢନ୍ତୁ...

କେରଳରେ ବାମଦଳ ମେଣ୍ଟ ଉପରେ ବର୍ଷିଲେ ମୋଦି, LDF-UDF ଉପରେ ଲଗାଇଲେ ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗ

ଥିରୁଅନନ୍ତପୁରମ: କେରଳରେ ବାମଦଳକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ । କ୍ଷମତାସୀନ ବାମଦଳ ମହାମେଣ୍ଟ ଉପରେ ବର୍ଷିଲେ ମୋଦି । 6 ଏପ୍ରିଲକୁ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ପଲକ୍କଡରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନିଜ ସମ୍ବୋଧନରେ କେରଳର ବହୁଚର୍ଚ୍ଚିତ ସୁନା ସ୍ମଗଲିଂ ବିଷୟ ଉଠାଇ ଏଲଡିଏଫକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଭଳି ଭାବରେ କେଇଖଣ୍ଡ ରୂପା ପାଇଁ ଜୁଡେସ ବଗବାନ ଯିଶୁଙ୍କୁ ଧୋକା ଦେଇଥିଲେ, ଠିକ ସେଭଳି ଏଲଡିଏଫ ସୁନା ପାଇଁ କେରଳକୁ ଧୋକା ଦେଇଛି ।

ସାବରୀମାଳାରେ ପ୍ରତ୍ୟେକ ବୟସର ମହିଳାଙ୍କ ପ୍ରବେଶକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର କାର୍ଯ୍ୟକାରିତା ବିରୋଧରେ ରାଜ୍ୟରେ ହୋଇଥିବା ପ୍ରଦର୍ଶନ ସମୟରେ ସରକାରଙ୍କ ବ୍ୟବହାରକୁ ସମାଲୋଚନା କରିଛନ୍ତି । ବାମପନ୍ଥୀ ଶାସନକୁ ନିର୍ଦ୍ଦୋଷ ଶ୍ରଦ୍ଧାଳୁଙ୍କ ଉପରେ ଲାଠିମାଡ ନେଇ ଲଜ୍ଜା ଅନୁଭବ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଏଲଡିଏଫ ଓ ମୁଖ୍ୟ ବିରୋଧୀ ମେଣ୍ଟ ୟୁଡିଏଫ ମଧ୍ୟରେ ମ୍ୟାଚ ଫିକ୍ସିଙ୍ଗର ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ । ଦୁହିଙ୍କ ନାଁ ଅଲଗା କିନ୍ତୁ କାମ ଏକ ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.