ETV Bharat / bharat

ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 140 କୋଟି ଭାରତୀୟଙ୍କୁ ପରିବାର କହିଲେ ମୋଦି, ଆସିବ ବିଶ୍ବକର୍ମା ଯୋଜନା

author img

By

Published : Aug 15, 2023, 9:35 AM IST

ଆଜି 77ତମ ସ୍ବାଧୀନତା ଦିବସ ପାଳନ କରୁଛି ଦେଶ । ଏହି ପବିତ୍ର ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟଙ୍କୁ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

77th Independence Day
PM Modi addresses nation on independence day

ନୂଆଦିଲ୍ଲୀ: 77ତମ ସ୍ବାଧୀନତା ଦିବସରେ ଜାତୀୟ ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ସମ୍ବୋଧନ କରି କହିଥିଲେ, "ମୋର ପ୍ରିୟ 140 କୋଟି ପରିବାରଜନ ଆମର ଲୋକତନ୍ତ୍ର ବିଶ୍ବରେ ସବୁଠୁ ବଡ । ସ୍ବାଧୀନତାରେ ଯୋଉଁମାନେ ବଳିଦାନ ଦେଇଛନ୍ତି ସେହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଭଗତ ସିଂହ, ରାଣୀ ଲକ୍ଷ୍ମୀବାଈଙ୍କ ସ୍ମୃତିଚାରଣ କରିଛନ୍ତି । ସେମାନଙ୍କୁ କୋଟି କୋଟି ପ୍ରଣାମ କରି ତାଙ୍କ ବଳିଦାନ ପାଇଁ ଦେଶର ସ୍ବାଧୀନତା ସ୍ବପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।"

  • #WATCH | PM Narendra Modi says, "In 2019, on the basis of performance, you blessed me once again...The next five years are for unprecedented development. The biggest golden moment to realise the dream of 2047 is the coming five years. The next time, on 15th August, from this Red… pic.twitter.com/PtwL73Sahg

    — ANI (@ANI) August 15, 2023 " class="align-text-top noRightClick twitterSection" data=" ">

ସେ ଆହୁରି କହିଛନ୍ତି,"କିଛି ଦିନ ହେବ କିଛି ଅଞ୍ଚଳରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଯେଉଁମାନେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ସମସ୍ତଙ୍କୁ ସମବେଦନା । କିଛି ଦିନ ହେବ ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହାରି ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ବସ୍ତି ଦେଇଛି । ଦେଶ ମଣିପୁରବାସୀଙ୍କ ସହ ରହିଛି । ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ସୁଧୁରୁଛି । ସଂସ୍କାର ଆଣିବାକୁ ସାହାସ ଦରକାର । 2014ରେ ସରକାର ଗଠନ କରିବା ପରେ ସଂସ୍କାର ଅଣାଯାଉଛି । ସଂସ୍କାର ଆଣିବା ପାଇଁ ମୋ ସରକାରର ସାହସ ଅଛି । ପୁନଃଗଠନ ସହ ପ୍ରଦର୍ଶନ କରି ଦେଶର ବିକାଶରେ ସାମିଲ ହୋଇଛି ମୋ ସରକାର । ମୋ ସରକାର ଜଳଶକ୍ତି ମନ୍ତ୍ରଣାଳୟ ଗଛଠ କରିଛି ।"

ଏହା ବି ପଢନ୍ତୁ...77ତମ ସ୍ବାଧୀନତା ଦିବସ ପାଳୁଛି ଦେଶ, ଦେଶବାସୀଙ୍କୁ ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଦେଶରେ ଗରିବୀ କମିଲେ ଶକ୍ତି ବଢିବ । ଆସନ୍ତା 5 ବର୍ଷରେ ଏହା ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ । ସହରର ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢିଛି । ସହରରେ ଘର କରି ରହିବା ପାଇଁ ସୁଯୋଗ ଦିଆଯିବ । ବ୍ୟାଙ୍କ୍‌ରୁ ରିହାତିରେ ଋଣ ଯୋଗାଇ ଦିଆଯିବ । ଆଧୁନିକତା ପଥରେ ଆମେ ଅଗ୍ରସର ହେଉଛୁ ।ଭାରତ ବିଶ୍ବର ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି । ମହିଳାଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି । ଚନ୍ଦ୍ରଯାନ-3ରେ ମହିଳା ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ । ଭାରତର କୌଣସି ଭାଗ ଦୁର୍ବଳ ହେବ ନାହିଁ । ଭାରତ ଗଣତନ୍ତ୍ରଣ ଜନନୀ ବିବିଧତାର ପ୍ରତୀକ । ବିବିଧତା ମଧ୍ୟରେ ଏକତାର ସଂକଳ୍ପ ନେବା । ଆସ 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ନେଇ ସଂକଳ୍ପ ନେବା ।

ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ: 77ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ନୂଆ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶ୍ବକର୍ମା ଯୋଜନାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାମାସରୁ ବିଶ୍ବକର୍ମା ଯୋଜନା ଲାଗୁ ହେବ । ଯୋଜନାରେ ପାରମ୍ପରିକ କାମ ପାଇଁ 15 ହଜାର କୋଟି ଦିଆଯିବ ।

ଭାରତ ବିଶ୍ବକୁ ମାନବିକତା ଶିଖାଇଛି । କରୋନା ପରେ ବିଶ୍ବର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ବକୁ ମାନବିକତା ଶିଖାଇଛି । ସାରା ବିଶ୍ବବାସୀଙ୍କ ଜୀବନ ବଞ୍ଚାଇବାକୁ କାର୍ଯ୍ୟ କରିଛି । 200 କୋଟି ଦେଶବାସୀଙ୍କୁ ଟିକା ଦେଇ ଦକ୍ଷତା ଦକ୍ଷତା ଦେଖାଇଛୁ । ସବୁ କାମ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି । ପୁନଃଗଠନ ଓ ପ୍ରଦର୍ଶନ ମୋ ସରକାରର ଧର୍ମ । କେବେ ଅଟକିବୁନି କେବେ ଥକିବୁନି ବୋଲି ଲାଲକିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...Independence Day: ଲାଲାକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତ ରାଜ୍ୟ ଓ କେନ୍ଦ୍ର ସରକାର ଦେଶ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟମାନଙ୍କୁ 100 ଲକ୍ଷ କୋଟି ଟଙ୍କା ଦିଆଯାଉଛି । 10 ବର୍ଷ ତଳେ ରାଜ୍ୟକୁ 20 ଲକ୍ଷ ଟଙ୍କା ଦିଆଯାଉଥିଲା । ଦେଶରେ 75 ହଜାର ଅମୃତ ସରୋବର ନିର୍ମାଣ ଚାଲିଛି । ଦେଶରେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ନେଇଛୁ । ମୁଦ୍ରାସ୍ପିତୀ ନିୟନ୍ତ୍ରଣ ପାଇଁ କାମ ଜାରି ରହିବ । ଲୋକଙ୍କୁ ଆବାସ ଯୋଜନା, ପିଏମ ସମୃଦ୍ଧି ଯୋଜନାରୁ ଲାଭ ମିଳୁଛି । ଦେଶକୁ ଆଗକୁ ନେବାକୁ ସ୍ଥିର ସରକାର ଆବଶ୍ୟକ । ସରକାର ସର୍ବଜନ ହିତାୟ, ସର୍ବଜୟ ସୁଖାୟକୁ ପ୍ରାଧ୍ୟନ୍ୟ ଦେଉଛନ୍ତି । ଆଜି ଆମ ଦେଶ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତିରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.