ETV Bharat / bharat

ଶିମଲାରେ ଗରିବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ - Garib Kalyan Sammelan in Simla

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଶିମଲା ଠାରେ “ଗରିବ କଲ୍ୟାଣ ସମ୍ମିଳନୀ’’କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଦେଶରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀଙ୍କ ସହିତ ଜନ ପ୍ରତିନିଧିମାନେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

ଶିମଲାରେ ‘ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

author img

By

Published : May 31, 2022, 10:36 PM IST

ଶିମଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ଶିମଲା ଠାରେ “ଗରିବ କଲ୍ୟାଣ ସମ୍ମିଳନୀ’’କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାରା ଦେଶରେ ସବୁ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ହିତାଧିକାରୀଙ୍କ ସହିତ ଜନ ପ୍ରତିନିଧିମାନେ ଆଲୋଚନା କରିଥିଲେ । ଯୋଜନାର ସୁଫଳ ସମ୍ପର୍କରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ମୋଦି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ୧୧ ତମ କିସ୍ତି ଜାରି କରିଥିଲେ । ୧୦ କୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କ ଆକାଉଣ୍ଟକୁ ପ୍ରାୟ ୨୧ ହଜାର କୋଟି ଟଙ୍କା ଯାଇଥିଲା । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

  • जब हमारी सरकार अपने आठ वर्ष पूरे कर रही है, तो मैं अपना संकल्प फिर दोहराउंगा...

    हर भारतवासी के सम्मान के लिए, हर भारतवासी की सुरक्षा, हर भारतवासी की समृद्धि के लिए, भारतवासी को सुख-शांति की जिंदगी कैसे मिले, हर किसी का कल्याण करने के लिए जितना काम कर सकूँ, उसको करता रहूं: PM

    — PMO India (@PMOIndia) May 31, 2022 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମରେ ଲଦାଖର ହିତାଧିକାରୀ ତାଶୀ ତୁଣ୍ଡୁପଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କ ଠାରୁ ଲଦାଖରେ ପର୍ଯ୍ୟଟକ ପହଞ୍ଚିବା ଏବଂ ସରକାରୀ ଯୋଜନା ସମ୍ପର୍କରେ ତାଙ୍କର ଅନୁଭୂତି ଜାଣିବାକୁ ଚାହିଁଥିଲେ । ସେନାବାହିନୀର ସଦସ୍ୟ ଭାବେ ତାଙ୍କର ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ତାଶୀ ତୁଣ୍ଡୁପ କହିଥିଲେ ଯେ ପିଏମଏଓ୍ବାଇ, ଶୌଚାଳୟ, ଗ୍ୟାସ ସଂଯୋଗ ଏବଂ କୃଷି ସଂକ୍ରାନ୍ତ ଲାଭ ଭଳି ଯୋଜନାର ସୁଫଳ ପାଇବାରେ ସେ କୌଣସି ସମସ୍ୟାର ସମ୍ମୁଖିନ ହୋଇନାହାନ୍ତି ।

  • 2014 से पहले की सरकार ने भ्रष्टाचार को सिस्टम का जरूरी हिस्सा मान लिया था, तब की सरकार भ्रष्टाचार से लड़ने की बजाय उसके आगे घुटने टेक चुकी थी, तब देश देख रहा था कि योजनाओं का पैसा जरूरतमंद तक पहुंचने के पहले ही लुट जाता है: PM @narendramodi

ସମାବେଶକୁ ସମ୍ବୋଧିତ କରି ମୋଦି କହିଥିଲେ ହିମାଚଳ ପ୍ରଦେଶରେ ଏହି ସ୍ମରଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ବହୁତ ଖୁସି । ପିଏମ କିଷାନ ସମ୍ମାନ ନିଧି ଜରିଆରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଆର୍ଥିକ ସହାୟତା ପାଇଥିବା ୧୦ କୋଟି ଚାଷୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସରକାରଙ୍କର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପିଏମ କେୟାର୍ସ ଫର ଚିଲଡ୍ରେନ ଯୋଜନା ଅଧୀନରେ ଲାଭ ହସ୍ତାନ୍ତର କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଶିମଲା ଠାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାର ଲାଭ ହସ୍ତାନ୍ତର କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ୧୩୦ କୋଟି ନାଗରିକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।

  • पीएम आवास योजना हो, स्कॉलरशिप देना हो या फिर पेंशन योजनाएं, टेक्नोलॉजी की मदद से हमने भ्रष्टाचार का स्कोप कम से कम कर दिया है।

    जिन समस्याओं को पहले Permanent मान लिया गया था, हम उसके Permanent Solution देने का प्रयास कर रहे हैं: PM @narendramodi

ପ୍ରଧାନମନ୍ତ୍ରୀ କହିଥିଲେ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଉପଲକ୍ଷେ, କରୋନା ମହାମାରୀ କାରଣରୁ ଅନାଥ ହୋଇଥିବା ପିଲାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ସେ ନିଜକୁ ୧୩୦ କୋଟି ନାଗରିକଙ୍କ ଜଣେ ପରିବାର ସଦସ୍ୟ ଭାବେ ବିବେଚନା କରିଥାନ୍ତି । କେବଳ ଫାଇଲରେ ଦସ୍ତଖତ କରିବା ସମୟରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥାନ୍ତି । ସେହି ମୁହୂର୍ତ୍ତ ବିତିଯିବା ପରେ ସେ ଆଉ ପ୍ରଧାନମନ୍ତ୍ରୀ ହୋଇ ରହିନଥାନ୍ତି, ବରଂ ସବୁ ଦେଶବାସୀଙ୍କ ପରିବାର ସଦସ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ପ୍ରଧାନ ସେବକ ହୋଇଯାଆନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯଦି ମୁଁ ଦେଶ ପାଇଁ କିଛି କରିପାରୁଛି ତା’ହେଲେ ଏହା ୧୩୦ କୋଟି ଦେଶବାସୀଙ୍କ ଆଶୀର୍ବାଦ ଓ ଶୁଭକାମନା କାରଣରୁ ସମ୍ଭବ ହୋଇପାରିଛି । ଭାବପ୍ରବଣ ହୋଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “୧୩୦ କୋଟି ନାଗରିକଙ୍କୁ ନେଇ ମୋ ପରିବାରର ଆଶା ଆକାଂକ୍ଷା ସହ ଯୋଡିହେବା ହିଁ ହେଉଛି ମୋ ପରିବାର, ଆପଣମାନେ ମୋ ଜୀବନରେ ସବୁକିଛି । ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ । ସରକାରର ୮ ବର୍ଷ ପୂରଣ ହେବା ଅବସରରେ ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଏବଂ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତି ପାଇଁ କାର୍ଯ୍ୟ ଜାରି ରଖିବି ବୋଲି କହିଛନ୍ତି ।

କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲକେର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ହିମାଚଳ ସରକାରଙ୍କ ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.