ETV Bharat / bharat

ଗଙ୍ଗା ନଦୀରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୪ ଯାତ୍ରୀ

୩୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଗଙ୍ଗା ନଦୀରେ ବୁଡିଗଲା ଡଙ୍ଗା । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

author img

By

Published : Nov 26, 2022, 1:47 PM IST

ଗଙ୍ଗା ନଦୀରେ ବୁଡିଲା ଡଙ୍ଗା
ଗଙ୍ଗା ନଦୀରେ ବୁଡିଲା ଡଙ୍ଗା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରଣାସୀରେ ଅଘଟଣ । ୩୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଗଙ୍ଗା ନଦୀରେ ବୁଡିଗଲା ଡଙ୍ଗା । କିନ୍ତୁ ଅଳ୍ପକେ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା ସୂୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଶ୍ବାଶମେଧ ଘାଟ ସମ୍ମୁଖରେ ଡଙ୍ଗାଟି ବୁଡ଼ି ଯାଇଥିବା ଜଣାପଡିଛି ।

ଗଙ୍ଗା ନଦୀରେ ବୁଡିଲା ଡଙ୍ଗା
ଗଙ୍ଗା ନଦୀରେ ବୁଡିଲା ଡଙ୍ଗା

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀରୁ ଏକ ଡଙ୍ଗା ୩୪ ଜଣ ଯାତ୍ରୀଙ୍କୁ ନେଇ ବାରଣାସୀକୁ ଆସୁଥିଲା । କୌଣସି କାରଣ ବଶତଃ ଡଙ୍ଗାଟି ଦଶାଶ୍ୱାମେଧ ଘାଟ ସମ୍ମୁଖରେ ବୁଡ଼ି ଯାଇଥିଲା । ଏହା ଦେଖି ଘାଟ ନିକଟରେ ଥିବା ନାବିକ ମାନେ ନଦୀ ମଧ୍ୟକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କ ମଧ୍ୟରେ ୨ଜଣ ଗୁରୁତର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ISRO ଇତିହାସରେ ଯୋଡିଲା ଆଉ ଏକ ସଫଳତା, Oceansat-3ର ହେଲା ସଫଳ ଉତ୍‌କ୍ଷେପଣ

ଏନେଇ ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ, ''ଡଙ୍ଗାଟି ପାଣିରେ ଭରି ଯିବାରୁ ନଦୀରେ ବୁଡିଯାଇଥିଲା । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଦଶାଶ୍ୱାମେଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡଙ୍ଗାଟି ପୁରୁଣା ଥିବାରୁ ସ୍ଥାନେ ସ୍ଥାନେ ଫାଟିଯାଇଥିଲା । ଫଳରେ ଡଙ୍ଗାରେ ପାଣି ପସିଯିବାରୁ ଏହା ନଦୀରେ ବୁଡିଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.