ETV Bharat / bharat

Why I killed Gandhi ଫିଲ୍ମକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା - ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

Why I killed Gandhi ଫିଲ୍ମକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା । ଏହି ଫିଲ୍ମର ସମସ୍ତ ପ୍ରକାରର ଅନଲାଇନ ପ୍ଲାଟଫର୍ମ ରିଲିଜକୁ ବନ୍ଦ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଅଧିକ ପଢନ୍ତୁ

PIL for not release Why I killed Gandhi in online platform
Why I killed Gandhi ଫିଲ୍ମକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା
author img

By

Published : Jan 28, 2022, 10:48 PM IST

ନୂଆଦିଲ୍ଲୀ: Why I killed Gandhi ଫିଲ୍ମକୁ ନେଇ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା । ଏହି ବିବାଦୀୟମୂଳକ ଫିଲ୍ମର ସମସ୍ତ ପ୍ରକାରର ଅନଲାଇନ ପ୍ଲାଟଫର୍ମରୁ ରିଲିଜକୁ ବନ୍ଦ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି । ଦିଲ୍ଲୀର ଆବେଦନକାରୀ ସିକନ୍ଦର ଭେଲ ନିଜ ଓକିଲଙ୍କ ଜରିଆରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି।

ଆସନ୍ତା ଜାନୁୟାରୀ ୩୦ ତାରିଖରେ ରିଲିଜ ହେବ ବିବାଦୀୟମୂଳକ ଫିଲ୍ମ ‘Why I killed Gandhi’ । ତେବେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ବେଶ ବିବାଦୀୟମୂଳକ ସ୍ଥିତି ସୃଷ୍ଟି ହୋଇଛି। ଜାନୁୟାରୀ ୩୦ ତାରିଖ ଗାନ୍ଧୀଜୀଙ୍କ ତିରୋଧାନ ଦିବସ ରହିଥିବାବେଳେ ସେହିଦିନ ଏହି ଫିଲ୍ମକୁ ବିଭିନ୍ନ ଅନଲାଇନ ପ୍ଲାଟ ଫର୍ମରେ ରିଲିଜ କରିବା ପାଇଁ କୁହାଯାଇଛି । ଏହି ଫିଲ୍ମରେ ଗାନ୍ଧୀଙ୍କ ଚରିତ୍ରକୁ କି ଭଳି ଭାବରେ ଚିତ୍ରଣ କରାଯାଇଛି ତାହାକୁ ନେଇ ମଧ୍ୟ ଆପତ୍ତି ଜଣାଇଛନ୍ତି ଆବେଦନକାରୀ । ଏହା ସହ ବିଭିନ୍ନ ଅନଲାଇନ ପ୍ଲାଟଫର୍ମ ଓଟିଟି, ସୋସିଆଲ ମିଡିଆରେ ରିଲିଜ ନ କରିବା ପାଇଁ ନିବେଦନ କରାଯାଇଛି।

ତେବେ ଏହି ଫିଲ୍ମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ ହତ୍ୟା କରିବା କାହାଣୀ ଚିତ୍ରଣ କରାଯାଇଛି । ଗାନ୍ଧୀଙ୍କୁ କାହିଁକି ଗୁଳି କଲେ ନାଥୁରାମ ସମସ୍ତ ତଥ୍ୟକୁ ଏହି ସିନେମାରେ ଚିତ୍ରଣ କରାଯାଇଛି । ତେଣୁ ଏହି ସିନେମାର ବିବାଦୀୟମୂଳକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆବେଦନକାରୀ କହିଛନ୍ତି। ଗତ ୨୨ ତାରିଖ ଦିନ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.