ETV Bharat / bharat

ରାଜନୀତିରୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଅବସର ଘୋଷଣା - ଫିଲିପାଇନ୍ସ ରାଷ୍ଟ୍ରପତି

ରାଜନୀତିରୁ ଅବସର ଘୋଷଣା କଲେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ । 2022 ମସିହାରେ ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି କଲେ ସ୍ପଷ୍ଟ । ଅଧିକ ପଢନ୍ତୁ...

ରାଜନୀତିରୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଅବସର ଘୋଷଣା

author img

By

Published : Oct 2, 2021, 8:40 PM IST

ମନିଲା: ରାଜନୀତିରୁ ଅବସର ଘୋଷଣା କଲେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ । ସେ ନିଜେ ଆଜି (ଶନିବାର) ଅବସର ଗ୍ରହଣ ନିଷ୍ପତ୍ତିକୁ ସାର୍ବଜନୀନ ଭାବେ ଘୋଷଣା କରିବା ସହ 2022 ମସିହାରେ ଉପରାଷ୍ଟ୍ରପତି ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଦେଶବାସୀଙ୍କୁ ସ୍ପଷ୍ଟ କରିଛନ୍ତି ।

ଡୁଟେର୍ଟଙ୍କ ପୂର୍ବତନ ସହାୟକ ତଥା ବର୍ତ୍ତମାନ ସିନେଟର ଖ୍ରୀଷ୍ଟୋଫର ବଙ୍ଗ ଗୋ ଆଜି (ଶନିବାର) ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖ୍ରୀଷ୍ଟୋଫର ପୂର୍ବରୁ ଶାସକ ପିଡିପି-ଲାବାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ 2022 ନିର୍ବାଚନ ପାଇଁ ମନୋନୀତ ହୋଇଥିଲାବେଳେ ବର୍ତ୍ତମାନର ରାଷ୍ଟ୍ରପତି ଡୁଟେର୍ଟେ ଉପରାଷ୍ଟ୍ରପତି ପଦ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ତେବେ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ନିର୍ବାଚନରେ ପ୍ରତିଦ୍ବନ୍ଦିତା ନକରିବା ସହ ରାଜନୀତିରୁ ଅବସର ଗ୍ରହଣ କରୁଥିବା ଘୋଷଣା କରିଛନ୍ତି, ଯାହା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଡୁଟେର୍ଟଙ୍କ ରାଷ୍ଟ୍ରପତିତ୍ବ କାଳରେ ଫିଲିପାଇନ୍ସରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିଲା । ଦେଶର ଡ୍ରଗ୍ସ କାରବାର ରୋକିବା ପାଇଁ ତ୍ବରିତ ଅଭିଯାନ ଚଳାଇଥିଲେ ରାଷ୍ଟ୍ରପତି ଡୁଟେର୍ଟେ । ସେହିପରି ତାଙ୍କର ଡ୍ରଗ୍ସ କାରବାର ଦମନମୂଳକ ଅଭିଯାନ ପାଇଁ ସେ ବିରୋଧୀଙ୍କ ଦ୍ବାରା ସମାଲୋଚିତ ମଧ୍ୟ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳରେ ପୋଲିସ ସନ୍ଦିଗ୍ଧ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ପ୍ରତି ବର୍ବରତା ଦେଖାଇଛି ବୋଲି ବିରୋଧୀ ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ରାଷ୍ଟ୍ରପତି ଡୁଟେର୍ଟେ ଏହାକୁ ନିଶା ବିରୋଧୀ ଯୁଦ୍ଧ ବୋଲି କହି ଅଭିଯାନ ଜାରି ରଖିଥିଲେ ।

ଫିଲିପାଇନ୍ସର ସମ୍ବିଧାନ ଜଣେ ରାଷ୍ଟ୍ରପତି ଛଅ ବର୍ଷ ଅବଧି ବିଶିଷ୍ଟ କାର୍ଯ୍ୟକାଳ ପୂରଣ କରିବାକୁ ଅନୁମତି ପାଇଥାନ୍ତି । ଡୁଟେର୍ଟେଙ୍କ ଅବସର ଗ୍ରହଣ ପରେ ଦକ୍ଷିଣ ଡାଭାଓର ମେୟର ଥିବା ତାଙ୍କ ଝିଅ ସାରା ଡୁଟେର୍ଟ-କାର୍ପିଓଙ୍କୁ ତାଙ୍କର ପରବର୍ତ୍ତୀ ରାଜନୈତିକ ଗତି ନେଇ ପ୍ରଶ୍ନ କରାଯାଇଥିଲେ ସୁଦ୍ଧା, ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନଦେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.