ETV Bharat / bharat

ପ୍ରଥମ ଥର ମେଡିକାଲ ପିଜି ସିଟ୍ ପାଇଲେ ଟ୍ରାନ୍ସଜେଣ୍ଡର

author img

By ETV Bharat Odisha Team

Published : Aug 23, 2023, 11:00 AM IST

Updated : Aug 23, 2023, 12:18 PM IST

ଦେଶରେ ପ୍ରଥମ ଥର ମେଡିକାଲ ପିଜି ସିଟ୍ ପାଇଲେ ଟ୍ରାନ୍ସଜେଣ୍ଡର । ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପିଜି ଡାକ୍ତର ହେବେ ରୁଥପାଲ ଜନ । ଅଧିକ ପଢନ୍ତୁ

ପ୍ରଥମ ଥର ମେଡିକାଲ ପିଜି ସିଟ୍ ପାଇଲେ ଟ୍ରାନ୍ସଜେଣ୍ଡର
ପ୍ରଥମ ଥର ମେଡିକାଲ ପିଜି ସିଟ୍ ପାଇଲେ ଟ୍ରାନ୍ସଜେଣ୍ଡର

ହାଇଦ୍ରାବାଦ: ତେଲେଙ୍ଗାନାକୁ ମିଳିବ ପ୍ରଥମ ଟ୍ରାନ୍ସଜେଣ୍ଡର ପିଜି ଡାକ୍ତର । ପ୍ରଥମ ଥର ତେଲେଙ୍ଗାନାରେ ଜଣେ ଟ୍ରାନ୍ସଜେଣ୍ଡର ମେଡିକାଲ ଶିକ୍ଷାରେ ପିଜି ସିଟ୍ ପାଇଛନ୍ତି । ଏହି ଟ୍ରାନ୍ସଜେଣ୍ଡର ହେଉଛନ୍ତି ୨୯ ବର୍ଷୀୟା ଡାକ୍ତର ରୁଥପାଲ ଜନ । ତେବେ ତାଙ୍କର ଏହି ଯାତ୍ରା ଆଦୌ ସହଜ ନଥିଲା । ରୁଥପାଲଙ୍କ ଘର ତେଲେଙ୍ଗାନାର ଖାମମ ସହରରେ । ତାଙ୍କ ବାପାମାଆ ନାହାନ୍ତି । ସେ ଖୁବ କଷ୍ଟରେ ପାଠ ପଢିଥିଲେ । ଦୁଃଖ କଷ୍ଟ ଭିତରେ MBBS ପାଠପଢା ଶେଷ କରିବା ପରେ ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ଓସମାନିଆ ମେଡିକାଲ କଲେଜର ଆର୍ଟ ସେଣ୍ଟରରେ କାର୍ଯ୍ୟ କରୁଛନ୍ତି । ସେ ଗରୀବ ରୋଗୀ ଏବଂ ବିଭିନ୍ନ ଶାରିରୀକ ଓ ମାନସିକ ରୋଗରେ ପୀଡିତ ତାଙ୍କ ଭଳି ଟ୍ରାନ୍ସଜେଣ୍ଡରଙ୍କ ସେବା କରୁଛନ୍ତି ।

ରୁଥପାଲ ଜନ ହାଇଦ୍ରାବାଦ ସ୍ଥିର ମାଲ୍ଲା ରେଡ୍ଡି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସରୁ MBBS ପାଠପଢା ଶେଷ କରିଛନ୍ତି । କଠିନ ପରିଶ୍ରମ ବଳରେ ସେ ପିଜି-ନିଟ୍‌ରେ ରାଙ୍କ ହାସଲ କରିଥିଲେ । ରୁଥପାଲ ମେଡିସିନରେ ପିଜ ସିଟ୍ ପାଇଛନ୍ତି । ଏବେ ହାଇଦ୍ରାବାଦର ଇଏସଆଇ ମେଡିକାଲ କଲେଜରେ ଏମର୍ଜେନ୍ସି ମେଡିସନ ପ୍ରୋଗ୍ରାମର ଏମଡି ଭାବେ କାମ କରିବେ । ଏଥିପାଇଁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥିଲା । ତେବେ ଓସମାନିଆ ହସ୍ପିଟାଲର ସୁପରିଟେଣ୍ଡଣ୍ଟ ଡଃ ନାଗେନ୍ଦ୍ରଙ୍କ ଉଦ୍ୟମରେ ହସ୍ପିଟାଲର ଅନ୍ୟ ଡାକ୍ତରୀ ତଥା କର୍ମଚାରୀ ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା କରିଥିଲେ । ବାକି ଦେଢ ଲକ୍ଷ ଟଙ୍କା ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଂ ହ୍ୟାଣ୍ଡ ଫାଉଣ୍ଡେସନ ଓ SEED ଚାରିଟେବୁଲ ସଂଗଠନ ଦ୍ବାରା ଯୋଗାଡ ହୋଇଥିଲା । ଏନେଇ ଡଃ ରୁଥପଲ କୁହନ୍ତି, ସେ ଯେଉଁ ଶିକ୍ଷା ଗ୍ରହଣ କରିଛନ୍ତି, ସେଥିରେ ଗରୀର ଓ ତାଙ୍କ ଭଳି ଲୋକମାନଙ୍କର ସେବା କରିବେ ।

ଏହାମଧ୍ୟ ପଢନ୍ତୁ: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ ହେଲେ ପଦ୍ମାଲକ୍ଷ୍ମୀ, ଶୁଭେଚ୍ଛା ଜଣାଇଲେ ଆଇନମନ୍ତ୍ରୀ

ସେ କହିଛନ୍ତି ଯେ, ମୋତେ ୮ ବର୍ଷ ହୋଇଥିବା ବେଳେ ସେବେଠୁ ଡାକ୍ତର ହେବାକୁ ଚାହୁଁଥିଲି । ଲୋକମାନେ ମୋ ସହ ଯେଭଳି ବ୍ୟବହାର କରୁଥିଲେ, ସେଥିପାଇଁ ମୁଁ କଠିନ ପରିଶ୍ରମ କରି ପାଠ ପଢିଲି । ୨୦୧୮ରେ ଏମବିବିଏସ ପୁରା କରିବା ପରେ ମୁଁ ଟ୍ରାନ୍ସଜେଣ୍ଡର ହୋଇଥିବାରୁ ପ୍ରାୟ ୨୦ଟି ହସ୍ପିଟାଲ ମୋତେ ଅସ୍ବୀକାର କରିଥିଲେ । ଏତେ ସବୁ ସଂଘର୍ଷ ପରେ ଏବେ ରୁଥପାଲ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପୋଷ୍ଟ ଗ୍ରାଜୁଏଟ ଡାକ୍ତର ହେବାକୁ ଯାଉଛନ୍ତି ।

ନିକଟରେ କେରଳର ପଦ୍ମାଲକ୍ଷ୍ମୀ ନାମକ ଜଣେ ଟ୍ରାନ୍ସଜେଣ୍ଡର ଆଇନ ଶିକ୍ଷା ଶେଷ କରିବା ପରେ ଆଇନଜୀବୀ ଭାବେ ନ୍ୟାୟାଳୟରେ କାର୍ଯ୍ୟ କରୁଛନ୍ତି ।

Last Updated : Aug 23, 2023, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.