ETV Bharat / bharat

ଶିଶୁଙ୍କୁ ଟିକା ପାଇଁ ଜରୁରୀକାଳୀନ ବ୍ୟବହାରର ଅନୁମତି ମାଗିଲା Pfizer-BioNTech

author img

By

Published : Feb 2, 2022, 7:54 AM IST

ଶିଶୁଙ୍କୁ ଟିକା ପାଇଁ FDAକୁ ଜରୁରୀକାଳୀନ ବ୍ୟବହାରର ଅନୁମତି ମାଗିଲା ଫାଇଜର-ବାୟୋଏନଟେକ । ଅଧିକ ପଢନ୍ତୁ

ଶିଶୁଙ୍କୁ ଟିକା ପାଇଁ ଜରୁରକାଳୀନ ବ୍ୟବହାରର ଅନୁମତି ମାଗିଲା ଫାଇଜର, ବାଓଟେକ

ୱାଶିଂଟନ: ୬ ମାସରୁ ୫ ବର୍ଷର ଶିଶୁଙ୍କ ଟୀକାକରଣ ପାଇଁ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମାଗିଲା ବିଦେଶୀ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନଟେକ(BioNTech) । ଟୀକାକରଣରେ ଶିଶୁଙ୍କୁ ସାମିଲ ପାଇଁ FDA(US Food and Drug Administration)କୁ ଅନୁମତି ମଗାଯାଇଥିବା ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏକ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି । ଯଦି FDA ଏହାକୁ ଅନୁମୋଦନ କରେ ତେବେ ଶିଶୁଙ୍କ ଟୀକାକରଣ କ୍ଷେତ୍ରରେ ଫାଇଜର-ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ଟିକା ପ୍ରଥମ ହେବ ।

ବର୍ତ୍ତମାନ ୫ ବର୍ଷରୁ କମ୍ ଶିଶୁଙ୍କ ହସ୍ପିଟାଲାଇଜେନସ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଘାତକ ଭାଇରସ କବଳରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଫାଇଜରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ଆଲବର୍ଟ ବୌରଲା(Albert Bourla) । ବର୍ତ୍ତମାନ ଏବଂ ସାମ୍ଭାବ୍ୟ ଭାରିଆଣ୍ଟ ଠାରୁ ୬ ମାସରୁ ୪ ବର୍ଷର ପିଲାଙ୍କୁ ସୁରକ୍ଷା ଦେବାରେ ତିନି ଡୋଜ୍ ଟିକା ଆବଶ୍ୟକ ବୋଲି ସେ ବିଶ୍ବାସ କରୁଥିବା ପ୍ରକାଶ କରିଛନ୍ତି ବୌରଲା ।

ଏନେଇ BioNTech ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଉଗର ସହିନ କହିଛନ୍ତି, ୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାଙ୍କୁ ଟିକା ଦିଆଯିବା କ୍ଷେତ୍ରରେ ଭ୍ୟାକ୍ସିନ ପୂର୍ବରୁ ହିଁ ବିଭିନ୍ନ କ୍ଲିନିକାଲ ଟ୍ରାଏଲରେ ସୁରକ୍ଷିତ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ଶିଶୁଙ୍କ ନିରପତ୍ତା ଦିଗରେ ପିତାମାତାଙ୍କୁ ସାହାଯ୍ୟ ପାଇଁ ଆମେ ଉତ୍ସୁକ ଅଛୁ । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସ୍ବୀକୃତି ମିଳିବ ବୋଲି ଆଶା ରଖିଛନ୍ତି କମ୍ପାନୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.