ETV Bharat / bharat

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଭୁଶୁଡିଲା ପେଣ୍ଡାଲ, ଅଳ୍ପକେ ବର୍ତ୍ତିଲା ଜୀବନ

author img

By

Published : Mar 9, 2023, 7:50 AM IST

ମହିଳା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଶୁଡିଲା ଫେଣ୍ଡାଲ । ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।

ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କାର୍ଯ୍ୟକ୍ରମରେ ଭାଙ୍ଗିଲା ପେଣ୍ଡାଲ । ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ରମନ୍ତ୍ରୀ । ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ତଥା ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ମହାରାଷ୍ଟ୍ର ଥାନା ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ ମଞ୍ଚରେ ଉପସ୍ଥିତ ଥିବାବେଳେ ଅଚାନକ ଝଡ ପବନ ବହିବା ଯୋଗୁଁ ପେଣ୍ଡାଲର ଗୋଟିଏ ଭାଗ ଭୁଶୁଡି ପଡିଥିଲା । ହେଲେ କେନ୍ଦ୍ରମନ୍ତ୍ରୀ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ତେବେ କାର୍ଯ୍ୟକର୍ମରେ ସାମିଲ ହୋଇଥିବା ବହୁ ମହିଳା ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହିଳା ଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହିକ୍ରମରେ ଥାନେ ଜିଲ୍ଲାର ଶାହପୁରଠାରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । ବହୁସଂଖ୍ୟକ ମହିଳା ମଧ୍ୟ ସାମିଲ ହୋଇଥିଲେ । ତେବେ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ହଠାତ୍ ଝଡ଼ ପବନ ବହିଥିଲା । ଫଳରେ ପେଣ୍ଡାଲର ଗୋଟିଏ ଭାକ ହଠାତ୍ ଭୁଶୁଡି ପଡିଥିଲା । ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ହେଲେ ପେଣ୍ଡାଲ ଭୁଶୁଡିବା ଯୋଗୁଁ ସେଠାରେ ଉପସ୍ଥିତ ଥିବା ଅନେକ ମହିଳା ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: କୃଷ୍ଣ ପ୍ରେମରେ ମୁସଲିମ ଯୁବତୀ ସନମ, ଆଙ୍କୁଛନ୍ତି ହିନ୍ଦୁ ଦେବାଦେବୀଙ୍କ ଅବିକଳ ପ୍ରତିକୃତି

ମହିଳାମାନଙ୍କ ଉପରେ ପେଣ୍ଡାଲଟି ଖସି ପଡିଥିଲା । ଯେଉଁ କାରଣରୁ ଅନେକ ମହିଳା ସାମାନ୍ୟ ଆହତ ହୋଇଥିଲା ବେଳେ କେତେକ ଗଭୀର ଆଘାତ ପାଇଥିଲେ । ସଙ୍ଗେ ସଙ୍ଗେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣା ଯୋଗୁଁ ଜଣେ ମହିଳାଙ୍କ ଆଖିରେ ଆଘାତ ଲାଗିଥିବା ସୂଚନା ମିଳିଛି । ବର୍ତ୍ତମାନ ଥାନେ ସିଭିଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜଧାନୀ ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଏକ ପାଞ୍ଚ ମହିଳା କୋଠା ଭୁଶୁଡି ପଡିଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କାହାର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ଭଜନପୁରା ସ୍ଥିତ ବିଜୟନଗର ପାର୍କ ପାଖ ମେନ ରୋଡ ଗଳି ନଂ ୨୪ ନିକଟରେ ଏହି ଅଘଟଣ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.