ETV Bharat / bharat

Pegasus Row: ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମୁହାଁମୁହିଁ ରାହୁଲ-ସମ୍ବିତ

author img

By

Published : Oct 28, 2021, 8:52 AM IST

ପେଗାସସ୍ ସ୍ପାଏୱେର ବ୍ୟବହାରର ତଦନ୍ତ ପାଇଁ ବୁଧବାର ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଛନ୍ତି । ଏହାର କେଇ ଘଣ୍ଟା ନ ପୁରୁଣୁ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ମୁହାମୁହିଁ ରାହୁଲ-ସମ୍ବିତ

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର ବ୍ୟବହାରର ତଦନ୍ତ ପାଇଁ ବୁଧବାର ସୁପ୍ରିମକୋର୍ଟ ୩ ଜଣିଆ କମିଟି ଗଠନ କରିଛନ୍ତି । ଏହାର କେଇ ଘଣ୍ଟା ନ ପୁରୁଣୁ ଭାରତୀୟ ଜନତା ପାର୍ଟି (ବିଜେପି) ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଥା କଟାକଟି ହୋଇଛି । ସୁପ୍ରିମକୋର୍ଟର ତଦନ୍ତ ନିର୍ଦ୍ଦେଶ ପରେ କେନ୍ଦ୍ର ଉପରେ ବର୍ଷିଥିଲେ ରାହୁଲ । ପେଗାସସ୍‌ ଦ୍ବାରା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି। ଭାରତୀୟ ଗଣତନ୍ତ୍ରକୁ ଧ୍ବଂସ କରିବା ପାଇଁ ପେଗାସସ୍‌ ଗୋଟିଏ ପ୍ରୟାସ ବୋଲି ରାହୁଲ କହିଥିଲେ । ଜବାବରେ ସମ୍ବିତ ପାତ୍ର କହିଛନ୍ତି ରାହୁଲଙ୍କର ମିଛ କହିବା ଅଭ୍ୟାସ ଏବଂ ମିଛ କାହାଣୀରେ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିବା ତାଙ୍କର ଗୋଟେ ଅଭ୍ୟାସ ।

ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ରାହୁଲ । ଏହା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ କହିଛନ୍ତି ପେଗାସସ୍ ଭାରତୀୟ ଗଣତନ୍ତ୍ରକୁ ଧ୍ବଂସ କରିବାକୁ ଗୋଟିଓ ପ୍ରୟାସ । ପେଗାସସ୍ ଦ୍ବାରା ଦେଶ ଉପରେ ଆକ୍ରମଣ ହୋଇଛି । ଦେଶର ବିଭିନ୍ନ ସାମ୍ବିଧାନିକ ସଂସ୍ଥା ପେଗାସସ୍ ଶିକାର ହୋଇଛନ୍ତି । ମୋର ବିଶ୍ବାସ ଅଛି ସୁପ୍ରିମକୋର୍ଟ ଏହାର ପର୍ଦ୍ଦାଫାସ କରିବେ ବୋଲି କହିଛନ୍ତି ରାହୁଲ ।

ଏହାର ଜବାବରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଭ୍ରାନ୍ତି ଓ ରାହୁଲଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଲୋକଙ୍କ ମଧ୍ୟରେ ମିଛ କଥା ବିସ୍ତାର କରିବା ତାଙ୍କର ଅଭ୍ୟାସ । ଆଜି ସୁପ୍ରିମକୋର୍ଟଙ୍କ ତଦନ୍ତ ନିଷ୍ପତ୍ତି ଅନୁଯାୟୀ ରାହୁଲ ଗାନ୍ଧୀ ପୁଣି ସେହି ସମାନ କଥା କହିଛନ୍ତି ଯାହା ସବୁବେଳେ କୁହନ୍ତି । ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ଏହି ମାମଲା ନେଇ ରାହୁଲ କି କଂଗ୍ରେସ କେବେ କୋର୍ଟକୁ ଯାଇ ନାହାନ୍ତି ।

ସେ ଆହୁରି କହିଛନ୍ତି ଗଣତନ୍ତ୍ର ବିପଦରେ ଅଛି, ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ, ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି ଏହା ହେଉଛି ରାହୁଲ ଗାନ୍ଧୀଙ୍କ ଶବ୍ଦ । ସମାନ ଭାବରେ ଏହାର ପୁନରାବୃତ୍ତି ହୋଇଛି । ସମ୍ବିତ କହିଛନ୍ତି ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଜେପି ସମ୍ପୂର୍ଣ୍ଣ ଭାବେ ବିଶ୍ବାସ କରେ । ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛୁ। ଅନ୍ୟପକ୍ଷରେ ଯେତେବେଳେ ରାଫେଲ ଚୁକ୍ତି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଦେଇଥିଲେ, ସେତେବେଳେ କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତିକୁ ନିନ୍ଦା କରିଥିଲେ ବୋଲି କହିଛନ୍ତି ସମ୍ବିତ ।

ପ୍ରକାଶ ଥାଉ କି, ଗତକାଲି ପେଗାସସ୍ ସ୍ପାଏୱେର ଦୁରୁପଯୋଗ ନେଇ ୩ ଜଣିଆ କମିଟି ତଦନ୍ତ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୮ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାରୁ ନିର୍ଦ୍ଦେଶ ହୋଇଛି । ଭାରତୀୟ ରାଜନେତା, ବିଚାରପତି, ସମ୍ବାଦଦାତା ଓ ସାମାଜିକ କର୍ମୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଗାସସ୍ ସ୍ପାଏୱେରର ତଦନ୍ତ କରାଯିବ । ଏଥିସହିତ ପ୍ରାଇଭେସି ଅଧିକାର ଉଲ୍ଲଂଘନର ଯାଞ୍ଚ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.