ETV Bharat / bharat

Gemini Sankaran Passed Away: ଭାରତୀୟ ସର୍କସର ଜନକ ଜେମିନି ଶଙ୍କରନଙ୍କ ପରଲୋକ

author img

By

Published : Apr 24, 2023, 9:25 AM IST

ଆଉ ନାହାନ୍ତି ସର୍କସର ଜନକ ଜେମିନି ଶଙ୍କରନ । ୯୯ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Gemini Sankaran Passed away
Gemini Sankaran Passed away

ଥିରୁଅନନ୍ତପୁରମ: ସର୍କସ ଜଗତ ପାଇଁ ଦୁଃଖଦ ଖବର । ଭାରତୀୟ ସର୍କସର ଜନକଙ୍କ ପରଲୋକ । ୯୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଜେମିନୀ ଶଙ୍କରନ । ଏମ.ଭି ଶଙ୍କରନ୍ ଜେମିନୀ ଶଙ୍କରନ ନାମରେ ପରିଚିତ ଥିଲେ । ସେ ଭାରତର ସର୍ବ ପୁରତାନ ସର୍କସ କଳାକାର ରହିଥିଲେ । ଜେମିନୀ ଶଙ୍କରନ କେବଳ ଜଣେ କଳାକାର ନୁହନ୍ତି ବରଂ ଜେମିନୀ ଏବଂ ଜମ୍ବୋ ସର୍କସ କମ୍ପାନୀର ସଂସ୍ଥାପକ ମଧ୍ୟ ଥିଲେ ।

ସେ ସର୍କସ୍ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ବେଳେ ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଅଭିନୟ କରିଥିଲେ । ଜେମିନିଙ୍କର ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ମୋରାର୍ଜୀ ଦେଶାଇ, ରାଜୀବ ଗାନ୍ଧୀ, ମାର୍ଟିନ୍ ଲୁଥର୍ କିଙ୍ଗ, ମାଉଣ୍ଟବ୍ୟାଟେନ୍ ଏବଂ ମହାକାଶଚାରୀ ଭାଲେଣ୍ଟିନା ଟେରେଶକୋଭାଙ୍କ ସହ ଘନିଷ୍ଠ ବନ୍ଧୁତ୍ବ ରହିଥିଲା । ସେ ଭାରତୀୟ ସର୍କସ ଫେଡେରେଶନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜେମିନି ଶଙ୍କରନଙ୍କ ଜୀବନୀ: ଶଙ୍କରନ୍ 13 ଜୁନ୍ 1924 ମସିହାରେ କେରଳର ଥାଲାସେରିର କୋଲାସେରିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରମନ ଏବଂ ମାତାଙ୍କ ନାମ କଲ୍ୟାଣୀ ଥିଲା । ତାଙ୍କର ମୋଟ ୫ଜଣ ଭାଇଭଉଣୀ ରହିଥିଲେ । ପିଲାବେଳକୁ ସର୍କସରେ ରୁଚି ରହିଥିବା ଯୋଗୁଁ ୧୯୩୮ ମସିହାରେ କିଲେରୀ କୁନିକକାନନଙ୍କ କାଲାରୀରେ ସାମିଲ ହୋଇଥିଲେ । ତେବେ ସେ ସେନା କର୍ମଚାରୀ ଭାବେ ମଧ୍ୟ ଦେଶସେବା କରିଥିଲେ । ୪ ବର୍ଷର ଚାକିରି ପରେ ସେ ଅବସର ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: Bharat Gaurav tourist train: ଶ୍ରଦ୍ଧାଳୁ କରିପାରିବେ ଜଗନ୍ନଥ ପୁରୀରୁ କାଶୀ ବିଶ୍ବନାଥ ପର୍ଯ୍ୟନ୍ତ ଦର୍ଶନ

ଏହାପରେ ସେ ୧୯୪୬ ମସିହାରେ ସେ କୋଲକାତାର ପ୍ରସିଦ୍ଧ ବୋସଲିୟନ୍ ସର୍କସରେ ସାମିଲ ହୋଇଥିଲେ । ପରେ ସେ ଭାରତର ପ୍ରସିଦ୍ଧ ନ୍ୟାସନାଲ ସର୍କସ ଏବଂ ଗ୍ରେଟ ବମ୍ବେ ସର୍କସ ସହିତ କାମ କରିଥିଲେ । ସେ ଦେଶ ସହ ବିଦେଶରେ ମଧ୍ୟ ନିଜର ଯାଦୁ ଦେଖାଇଥିଲେ । ଚିନରେ ଆୟୋଜିତ ଅନ୍ତର୍ଜାତୀୟ ସର୍କସ ଫେଷ୍ଟିଭାଲରେ ଭାଗ ନେଇଥିଲେ । ଏହାସହ ଜେମିନିଙ୍କୁ କୁଏତ ଗୋଲଡେନ୍ ଲୋକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶଙ୍କରନଙ୍କୁ ସେବା ପାଇଁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ମଧ୍ୟ ମିଳିଥିଲା । ଆଜି ତାଙ୍କର ମୃତ୍ୟୁ ସର୍କସ ଜଗତ ପାଇଁ ଏକ ବହୁତ ବଡ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.