ETV Bharat / bharat

ବିହାର ହସ୍ପିଟାଲରେ ଚରମ ଅବହେଳା, ୟୁରିନ ବ୍ୟାଗ ବଦଳରେ ଲଗାଇଦେଲେ ପ୍ଲାଷ୍ଟିକ ବୋତଲ

author img

By

Published : Aug 9, 2023, 10:35 PM IST

ବିହାର ପାଟନାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ସାଙ୍ଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ୟୁରିନ ବ୍ୟାଗ ବଦଳରେ ରୋଗୀଙ୍କ ଶରୀରରେ ଲାଗିଲା ପ୍ଲାଷ୍ଟିକ ବୋତଲ । ଅଧିକ ପଢନ୍ତୁ

ବିହାର ହସ୍ପିଟାଲରେ ଚରମ ଅବହହେଳା, ୟୁରିନ ବ୍ୟାଗ ବଦଳରେ ପ୍ଲାଷ୍ଟିକ ବୋତଲ

ପାଟନା: ହସ୍ପିଟାଲରେ ରୋଗୀସେବାରେ ଚରମ ଅବହହେଳା । ଗୁରୁତର ରୋଗୀଙ୍କ ଶରୀରରେ ୟୁରିନ ବ୍ୟାଗ ବଦଳରେ ପ୍ଲାଷ୍ଟିକ ବୋତଲ ଲଗାଇଲେ ହସ୍ପିଟାଲ କର୍ମଚାରୀ । ଏପରି ଏକ ଅଭାବନୀୟ ଘଟଣା ବିହାର ରାଜଧାନୀ ପାଟନାର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି । ଯାହାକି ରାଜ୍ୟର ସ୍ବାସ୍ଥ୍ୟସେବା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ,ଗତ ମଙ୍ଗଳବାର ପାଟନାର ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇଥିଲେ । ରେଳବାଇର କେନେଷ୍ଟେବଲ ଜାମୈଇ ଜାଲ୍ଲର ସଦର ସରକାରୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯୁବକ ଜଣଙ୍କୁ ଡାକ୍ତର ଚିକିତ୍ସା କରିଥିଲେ । ଚିକିତ୍ସା ପାଇଁ ଇନସୁଲିନ୍ ଦେବା ସହ ମୁତ୍ରାସୟରେ ମୁତ୍ରଥଳି ସଂଯୋଗ କରିବା ପାଇଁ ଡାକ୍ତର ମ୍ୟାଡିକାଲର ଜଣେ କର୍ମଚାରୀଙ୍କୁ କହିଥିଲେ । ଡାକ୍ତରଜଣକ ଅନ୍ୟ ରୋଗୀଙ୍କୁ ଦେଖିବା ପାଇଁ ସେଠାରୁ ଚାଲି ଯାଇଥିଲେ । ମେଡିକାଲରେ ମୁତ୍ରଥଳି ନଥିବା ଯୋଗୁଁ କର୍ମଚାରୀ ଜଣକ ଗୋଟିଏ ପ୍ଲାଷ୍ଟିକବୋତଲ୍ ରୋଗୀଙ୍କ ମୁତ୍ରାସୟରେ ଖଞ୍ଜି ଦେଇଥିଲେ, ଯାହା ସମସ୍ତଙ୍କୁ ଚକିତ କରିଥିଲା । ଯାହାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଏହା ମଧ୍ଯ ପଢନ୍ତୁ ....ନିଶାସକ୍ତ ଡାକ୍ତରଙ୍କ ରୋଗୀ ସେବା, ଇଞ୍ଜେକ୍ସନ ଭରୁଛନ୍ତି ସିକ୍ୟୁରିଟି ଗାର୍ଡ

ଏହା ଘଟଣା ଯେତେବେଳେ ସମ୍ପୃକ୍ତ ହସ୍ପିଟାଲର ମ୍ୟାନେଜର ରମେଶ ପାଣ୍ଡେଙ୍କ ଦୃଷ୍ଟିକୁ ଆସିଲା, ସେ ସଙ୍ଗେ ସଙ୍ଗେ ଏକ ମୁତ୍ରଥଳିର ବ୍ୟବସ୍ଥା କରିଥିଲେ । ମୁତ୍ରାଶୟରୁ ପ୍ଲାଷ୍ଟିକ ବୋତଲ କାଢି ମୁତ୍ରଥଳିକୁ ସଂଯୋଗ କରାଯାଇଥିଲା । ରମେଶ ପାଣ୍ଡେ ସାମ୍ବାଦିକମାନଙ୍କୁ କହିଛନ୍ତି ଷ୍ଟୋରରେ ମୁତ୍ରଥଳି ଶେଷ ହୋଇଯାଇଥିବା କର୍ମଚାରୀମାନେ ଜଣିନଥିଲେ । ଷ୍ଟୋରରୁମ୍ ଦାୟିତ୍ବରେ ଥିବା କର୍ମଚାରୀଜଣକ ଛୁଟିରେ ଥିବାରୁ ଏଭଳି ଘଟଣା ଘଟିଲା, ନଚେତ୍ ଏଭଳି ଘଟଣା ହୋଇନଥାନ୍ତା ।

ରୋଗୀଙ୍କୁ ଡାକ୍ତର ପରାର୍ମଶ ଅନୁଯାୟୀ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଇଯାଇଛି ବୋଲି ସେ ସଫେଇ ଦେଇଥିଲେ । ଏକ ସରକାରୀ ହସ୍ପିଟାଲରେ ଏଭଳି ଘଟଣା ଘଟିବା ନିନ୍ଦନୀୟ ବୋଲି ଲୋକେ କହିଛନ୍ତି । ଏହି ଘଟଣା ସିଧାସଳଖ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଉପରକୁ ଆଙ୍ଗୁଟି ଉଠାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିରୋଧୀ ସରକାରଙ୍କୁ କଟାକ୍ଷ କରାବା ପାଇଁ ମଧ୍ୟ ଏହା ସୁଯୋଗ ସୃଷ୍ଟି କରିଛି । ତେବେ ଏହି ଘଟଣାର ତଦନ୍ତ ହେବ ବୋଲି ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ବିହାରରେ ବିଭିନ୍ନ ସମୟରେ ଏପରି ସ୍ବାସ୍ଥ୍ୟସେବାରେ ଚରମ ଅବହେଳାର ଏକାଧିକ ନଜିର ମଧ୍ୟ ରିହଛି । ଯାହା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀଙ୍କ ଜୀବନକୁ ପାଲଟା ବିପଦରେ ପକାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.