ETV Bharat / bharat

Parliament Winter Session: ଆଜିଠୁ ସଂସଦ ଶୀତ ଅଧିବେଶନ, ଫୋକସରେ କୃଷି ଆଇନ ପ୍ରତ୍ୟାହାର

author img

By

Published : Nov 29, 2021, 8:50 AM IST

ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ (Winter session of Parliament) । ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ (Farm law repeal) ପ୍ରତ୍ୟାହାରକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଆଜିଠୁ ସଂସଦର ଶୀତ ଅଧିବେଶନ
ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ (Winter session of Parliament) । ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ (Farm law repeal) ପ୍ରତ୍ୟାହାରକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି । ସେପଟେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଅଧିବେଶନରେ କୃଷି ଆଇନ ପ୍ରତ୍ୟାହାର ସହିତ ମୋଟ ୨୬ଟି ବିଧେୟକ ଆଗତ କରିବାକୁ ନିଷ୍ପତ୍ତି ହୋଇଛି । ସଂସଦରେ କୃଷି ଆଇନ ଭିନ୍ନ ରୂପରେ ଆସିବା ନେଇ ଆଶଙ୍କା କରାଯାଉଛି । ସେପଟେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ । ଏହା ପୂର୍ବରୁ ଗତକାଲି (ରବିବାର) ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ ୩୧ଟି ଦଳର ନେତାମାନେ ଯୋଗ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇନଥିଲେ । ଅଧିକାଂଶ ବିରୋଧୀ ନେତା ଜରୁରୀସାମଗ୍ରୀ ଦରଦାମ ବୃଦ୍ଧି, ପେଗାସସ ମାମଲା ନେଇ ପ୍ରଶ୍ନ କରିଥିଲେ ।

ଦରଦାମ ବୃଦ୍ଧି ଏବଂ MSP ଗ୍ୟାରେଣ୍ଟି ଭଳି ପ୍ରସଙ୍ଗ ଉଠାଇବ କଂଗ୍ରେସ । ଓଡିଶାର ଆଇନଶୃଙ୍ଖଳା ବ୍ୟବସ୍ଥା, କୋଟିଆ ଏବଂ ମମିତା ମେହେର ହତ୍ୟା ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଉଠାଇବାକୁ କଂଗ୍ରେସ ସାଂସଦ ଅଣ୍ଟା ଭିଡୁଛନ୍ତି । ସେହିପରି ଓଡିଶାର ଉସୁନା ଚାଉଳ ଖର୍ଦ୍ଦିକୁ ମନାକରି ଦିଆଯାଇଥିବାରୁ ଏହି ପ୍ରସଙ୍ଗ ଓ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜୋରଦାର ଉଠାଇବ ବିଜେଡି । ମୋଟାମୋଟି ଭାବରେ କୃଷି ସମସ୍ୟା, ଫସଲର ସର୍ବନିମ୍ ସହାୟକ ମୂଲ୍ୟ ଧାର୍ଯ୍ୟ, କୋରୋନା ମହାମାରୀ, ଚୀନ ସେନାର ଅନୁପ୍ରବେଶ ଆଦି ପ୍ରସଙ୍ଗରେ ବିରୋଧୀ ଦଳ ଗୃହରେ ହୋହାଲ୍ଲା କରିବାର ସମ୍ଭାବନା ରହିଛି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ନିୟମ ଅନୁଯାୟୀ ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ପ୍ରକାଶ ଥାଉ କି, ଚଳିତ ଶୀତ ଅଧିବେଶନ ଆଜିଠୁ (ସୋମବାର) ଆରମ୍ଭ ହୋଇ ଡିସେମ୍ବର 23ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.