ETV Bharat / bharat

Monsoon Session; କେଉଁ ପ୍ରସଙ୍ଗରେ ବିରୋଧୀ ସରକାର ହେବେ ମୁହାଁମୁହିଁ ?

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖେ ପ୍ରସଙ୍ଗ ଅଭାବ ନାହିଁ । ସେଥିପାଇଁ ବିରୋଧୀଙ୍କ ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ରଣନୀତି ଅନୁସାରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ...

author img

By

Published : Jul 19, 2021, 9:51 AM IST

Parlament Monsoon Session
Parlament Monsoon Session

ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ମାସ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୩ଟି ବିଲ ଓ ୬ଟି ଅଧ୍ୟାଦେଶ ଆସିବ ।

ନୂଆ ମନ୍ତ୍ରୀଙ୍କ ଉପରେ ନଜର...

ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ ଥିବାରୁ ସରକାର ପରମ୍ପରା ଅନୁସାରେ ଗତକାଲି(ରବିବାର) ସର୍ବଦଳୀୟ ବୈଠକ ଡାକି ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି । ଏହାସହ ସମସ୍ତ ପ୍ରସଙ୍ଗରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିବାକୁ ସରକାର ପ୍ରତିଶୃତି ଦେଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିବେଶନ ପୂର୍ବରୁ ସରକାର ମନ୍ତ୍ରୀ ମଣ୍ଡଳର ରୂପରେଖ ପରିବର୍ତ୍ତନ କରିଦେଇଛନ୍ତି । କିଛି ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ କରିଦେଇଛନ୍ତି । ଫଳରେ ଏବେ ସମସ୍ତଙ୍କ ନଜର ନୂଆ ମନ୍ତ୍ରୀଙ୍କ ଉପରେ । କାରଣ ଅନେକ ମନ୍ତ୍ରୀ ଅନଭିଜ୍ଞ ଥିବାବେଳେ କିଛି ମନ୍ତ୍ରୀ ପ୍ରଥମ ଥର ସାଂସଦ ହୋଇ ମନ୍ତ୍ରୀ ହୋଇଛନ୍ତି । ଏପରି ସ୍ଥଳେ ନୂଆ ମନ୍ତ୍ରୀ ମାନେ କିଭଳି ବିରୋଧୀଙ୍କ ପ୍ରଶ୍ନର ସଠିକ ଓ ସରଳ ଜବାବ ଦେଉଛନ୍ତି ତାକୁ ଅପେକ୍ଷା ।

ବିରୋଧୀଙ୍କ ପାଖରେ ପ୍ରସଙ୍ଗ ପ୍ରବଳ...

ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖେ ପ୍ରସଙ୍ଗ ଅଭାବ ନାହିଁ । ସେଥିପାଇଁ ବିରୋଧୀଙ୍କ ମିଳିତ ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ରଣନୀତି ଅନୁସାରେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ...

- କୋରୋନା ମୁକାବିଲାରେ ବିଫଳ ସରକାର

-ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି

- ବେକାରୀ ସମସ୍ୟା

-ଅଶୋଧିତ ତୈଳଦର ବୃଦ୍ଧି

-କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରସଙ୍ଗ

-ରାଫେଲ ଦୁର୍ନୀତି ଅଭିଯୋଗ

-ସୀମାରେ ଦେଶର ସ୍ଥିତି

ସଫଳ ହେବକି ସର୍ବଳୀୟ ବୈଠକ...

ଅଧିବେଶନ ପୂର୍ବରୁ ସଂସଦର ସୁପରିଚାଳନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛନ୍ତି ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ । ଉଭୟ ଗତକାଲି ସର୍ବଦଳୀୟ ବୈଠକ ଡାକି ସମସ୍ତ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ସରକାରଙ୍କ ପକ୍ଷରୁ ଖୋଦ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ରହି ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ରାଜନୀତିରୁ ଊର୍ଦ୍ଧ୍ବରୁ ଉଠି ସମସ୍ତେ ମିଳିତ ଭାବେ କାମ କରିବାର ଆବଶ୍ୟକତା ଅଛି । ସାଂସଦ ମାନେ ସଂସଦରେ କଣ କରୁଛନ୍ତି ଦେଶବାସୀ ଦେଖୁଛନ୍ତି । ଜନତାଙ୍କ ସମସ୍ୟା ଓ ସୁବିଧାକୁ ନେଇ ସରକାର ସମ୍ବେଦନଶୀଳ । ତେଣୁ ସମସ୍ତଙ୍କୁ ଏକାଠି ମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରି ସ୍ଥଳେ କେତେ ସଫଳ ହେଉଛି ସର୍ବଦଳୀୟ ବୈଠକ ତାକୁ ଅପେକ୍ଷା ।

କୃଷି ଆଇନକୁ ନେଇ ହୋଇପାରେ ହଙ୍ଗାମା...

ଗତ ଅଧିବେଶନରେ ସଂସଦରେ ପାରିତ ହୋଇଥିବା କେନ୍ଦ୍ରୀୟ କୃଷି ଆଇନକୁ ନେଇ ବିବାଦ ଆନ୍ଦୋଳନ ଧାରଣ ଶେଷ ହେଉନାହିଁ । ସରକାର ଆଇନ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ସମନ୍ବୟ ନାହିଁ । ସେପଟେ କୃଷକ ସଂଗଠନ ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ନେଇ ସଂସଦ ହୋଇପାରେ ସରଗରମ । ଏହି ପ୍ରସଙ୍ଗରେ ସରକାର ବିରୋଧୀ ମହାଁମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାର ମଧ୍ୟ ବିରୋଧୀଙ୍କ ଆକ୍ରମଣ ପୂର୍ବରୁ ନିଜକୁ ପ୍ରସ୍ତୁତ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.