ETV Bharat / bharat

Parliament Budget Session: ଆଜିଠାରୁ ସଂସଦର ବଜେଟ ଅଧିବେଶନ - ମଙ୍ଗଳବାର ଠାରୁ ସଂସଦର ବଜେଟ ଅଧିବେଶନ

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଯୁଗ୍ମ ସଦନକୁ ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଏହା ପ୍ରଥମ ସମ୍ବୋଧନ ହେବ ସଂସଦକୁ । ପ୍ରଥମ ଦିନରେ ହିଁ ସରକାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ (Economic Survey Report) ରଖିବେ । ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଆଗତ କରିବେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 30, 2023, 11:08 PM IST

Updated : Jan 31, 2023, 8:31 AM IST

ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଆର୍ଥିକ ବର୍ଷର ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦ ବାହାରେ ଏହାର ବିସ୍ତୃତ ସୂଚନା ଦେବେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି ଅନନ୍ତ ନାଗେଶ୍ବରନ ।

ସଂସଦ ବଜେଟ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଏପ୍ରିଲ 6ରେ ଶେଷ ହେବ । ବଜେଟ ଅଧିବେଶନ 2ଟି ପର୍ଯ୍ୟାୟରେ ଚାଲିବ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ପରେ ଆର୍ଥିକ ବର୍ଷ 2023-24 ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ ।

ଜାନୁୟାରୀ 31ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଯୁଗ୍ମ ସଦନକୁ ସେଣ୍ଟ୍ରାଲ ହଲରେ ସମ୍ବୋଧିତ କରିବେ । ସଂସଦକୁ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ସମ୍ବୋଧନ ହେବ । ପ୍ରଥମ ଦିନରେ ହିଁ ସରକାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ (Economic Survey Report) ରଖିବେ । ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2023-24 ପାଇଁ ବଜେଟ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ 06 ପର୍ଯ୍ୟନ୍ତ ଚାଲିବ ।

ପୁଣି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 6ରୁ ଆରମ୍ଭ ହୋଇ ଏପ୍ରିଲ 6ରେ ଶେଷ ହେବ । ଏହି ସମୟରେ ଏକାଧିକ ବିଲ ସରକାର ସଂସଦରେ ଆଗତ କରିବେ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉଭୟ ସଦନରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନ ହେବ । ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବଜେଟ ସମ୍ପର୍କରେ ଅର୍ଥମନ୍ତ୍ରୀ ସମସ୍ତ ଅଭିଯୋଗ ଓ ବିତର୍କର ଜବାବ ଦେବେ ।

ଇଟିଭି ଭାରତ, ନୂଆଦିଲ୍ଲୀ

Last Updated : Jan 31, 2023, 8:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.