ETV Bharat / bharat

ୟୁପି ନିର୍ବାଚନରେ ଭାଗନେଇଥିବା ପାକିସ୍ତାନ ନାଗରିକ ଗିରଫ

author img

By

Published : Feb 15, 2021, 9:03 PM IST

ଉତ୍ତରପ୍ରଦେଶ ନିର୍ବାଚନରେ ଭାଗନେଇଥିବା ପାକିସ୍ତାନ ନାଗରିକ ଗିରଫ । ଚଳିତ ବର୍ଷ ଜାନୁୟାରୀ 1 ରେ ଜଲେସର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ପରେ ଫେରାର ହୋଇଯାଇଥିଲେ । ଅଧିକ ପଢନ୍ତୁ...

panchayat head in UP
ୟୁପି ନିର୍ବାଚନରେ ଭାଗନେଇଥିବା ପାକିସ୍ତାନୀ ନାଗରିକ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଭାଗ ନେଇଥିବା ପାକିସ୍ତାନ ନାଗରିକ ଗିରଫ । ଉତ୍ତରପ୍ରଦେଶର ଗଡାଉ ଗ୍ରାମପଞ୍ଚାୟତର କାମଚଳା ସରପଞ୍ଚ ଦାୟିତ୍ବରେ ଥିବା ପାକିସ୍ତାନ ନାଗରିକ ବାନୋ ବେଗମ୍ ଗିରଫ । ଚଳିତ ବର୍ଷ ଜାନୁୟାରୀ 1 ରେ ଜଲେସର ପୋଲିସ୍ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ପରେ ଫେରାର ହୋଇଯାଇଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ପରେ ବାନୋ ବେଗମ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ସେ ପାକିସ୍ତାନୀ ନାଗରିକ ହୋଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ​​ପ୍ରତଦ୍ବନ୍ଦିତା କରିଥିଲେ । ନିର୍ବାଚିତ ପଞ୍ଚାୟତ ପ୍ରଧାନଙ୍କ ମୃତ୍ୟୁ ପରେ ସେ କାମଚଳା ପଞ୍ଚାୟତ ମୁଖିଆ ହୋଇଥିଲେ ।

ସୂଚନାଥାଉକି ବାନୋ ବେଗମ୍ ଜଣେ ପାକିସ୍ତାନୀ ମୂଳ ବାସିନ୍ଦା ହୋଇଥିବାବେଳେ ଜୁନ୍ 8, 1980 ରେ ଆଖତର ଅଲ୍ଲୀଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ପରଠାରୁ ସେ ଦୀର୍ଘକାଳୀନ ଭିସା ବୃଦ୍ଧି କରି ଭାରତରେ ରହିଆସୁଥିଲେ ବୋଲି ଏସଏସପି କହିଛନ୍ତି । ଏହି ସମୟରେ ସେ ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରି ଜିତିବାରେ ସଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.