ETV Bharat / bharat

ଚହଲିଲା ଇମ୍ରାନଙ୍କ ଆଖିଲୁହ, ଆମେରିକା ସହ ଭାରତ ଭଳି ସମ୍ପର୍କ ଚାହୁଁଛି ପାକିସ୍ତାନ

ଆମେରିକା ସାମ୍ନାରେ ଭାରତର ସ୍ଥାନ ସବୁବେଳେ ସମାନ ରହିଆସିଛି । ଆଉ ଏହା ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରହିଛି ଇଚ୍ଛା । ଅଧିକ ପଢନ୍ତୁ...

author img

By

Published : Jun 26, 2021, 9:59 PM IST

ଚହଲିଲା ଇମ୍ରାନଙ୍କ ଆଖିଲୁହ, ଆମେରିକା ସହ ଭାରତ ଭଳି ସମ୍ପର୍କ ଚାହୁଁଛି ପାକିସ୍ତାନ
ଚହଲିଲା ଇମ୍ରାନଙ୍କ ଆଖିଲୁହ, ଆମେରିକା ସହ ଭାରତ ଭଳି ସମ୍ପର୍କ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସୁଦୃଢ ହୋଇଛି ଭାରତ ଓ ଆମେରିକାର ସମ୍ପର୍କ । ଭାରତ ଆସି ଆମ ଦେଶକୁ ବେଶ ପ୍ରଶଂସା କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏହାପରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ସହ ମଜବୁତ ସମ୍ପର୍କ ସ୍ଥାପନ ପାଇଁ କରିସାରିଛନ୍ତି ଓକିଲାତି ।

ଆମେରିକା ସାମ୍ନାରେ ଭାରତର ସ୍ଥାନ ସବୁବେଳେ ସମାନ ରହିଆସିଛି । ଆଉ ଏହା ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରହିଛି ଇଚ୍ଛା । ଆମେରିକା ସହିତ ପାକିସ୍ତାନ ମଧ୍ୟ ଭାରତ ଭଳି ସମାନ ସ୍ଥାନ ଏବଂ ସମ୍ମାନ ପାଇବା ଉଚିତ ବୋଲି ସେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି ।

ଆମେରିକା ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ ଯିବା ପରେ ପାକିସ୍ତାନ ସେଠାରେ ଏବଂ ଏହି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗ୍ରହଣ କରାଯାଇପାରୁଥିବା ଭଳେ ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ଆମେରିକା ସହ ଭାରତ ଭଳି ପାକିସ୍ତାନ "ସଭ୍ୟ" ଏବଂ "ସମାନ" ସମ୍ପର୍କ ଚାହୁଁଛି । ଆମେରିକାର ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ମନ୍ତବ୍ୟ ଦେଇଛନ୍ତି ।

ଇମ୍ରାନ ସାକ୍ଷାତକାରରେ ନିରାଶ ମଧ୍ୟ ପ୍ରକାଶ କରିଛନ୍ତି । ଅଗଷ୍ଟ 2018ରେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ସମୟ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗାଯୋଗ କରିଥିଲେ ହେଁ ଭାରତ ସହ ସମ୍ପର୍କକୁ ସ୍ବାଭାବିକ କରିବା ପାଇଁ ତାଙ୍କର ଉଦ୍ୟମରେ କୌଣସି ଅଗ୍ରଗତି ଘଟିନାହିଁ ବୋଲି କହିଛନ୍ତି ।

ଅନ୍ୟପକ୍ଷେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଇମ୍ରାନ । ସେ କହିଛନ୍ତି ଯେ ଦୁର୍ଭାଗ୍ୟବଶତ ଆତଙ୍କବାଦ ବିରୋଧରେ ଲଢେଇ ସମୟରେ ସମ୍ପର୍କ ଟିକେ ଅସନ୍ତୁଳିତ ଥିଲା । ସେ ଅନୁଭବ କରିଥିଲେ ଯେ ଏଭଳି ପରିସ୍ଥିତିରେ ଆମେରିକାକୁ ପାକିସ୍ତାନର ଆଜ୍ଞ ମାନିବାକୁ ପଡ଼ିବ । ହେଲେଲ ଆମେରିକା କଥା ମାନିବାର ପ୍ରୟାସ କାରଣରୁ ପାକିସ୍ତାନକୁ ଅନେକ ମୂଲ୍ୟ ଦେବାକୁ ପଡିଥିବା କହିଛନ୍ତି ଇମ୍ରାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.