ETV Bharat / bharat

ଉତ୍ତରକାଶୀକୁ ଉଡି ଆସିଲା ପାକିସ୍ତାନ ପତାକା ସହ ବେଲୁନ, ଚାଲିଛି ଅନୁସନ୍ଧାନ

author img

By

Published : Dec 31, 2022, 10:55 AM IST

ଉତ୍ତରକାଶୀର ତୁଲିଆଡା ଗ୍ରାମରେ ପାକିସ୍ତାନୀ ପତାକା ସହ ଉର୍ଦ୍ଦୁ ଭାଷାରେ ଲେଖା ଯାଇଥିବା ବ୍ୟାନର ଜବତ । ଅନୁସନ୍ଧାନ ଚଳାଇଛି ଗୁପ୍ତଚର ଏଜେନ୍ସି । ଅଧିକ ପଢନ୍ତୁ

Uttarkashi Pakistan Banner
Uttarkashi Pakistan Banner

ଡେରାଡୁନ: ଉତ୍ତରକାଶୀର ତୁଲିଆଡାରୁ ପାକିସ୍ତାନୀ ପତାକା ଜବତ । ତଦନ୍ତ କରିବାକୁ ଗୁପ୍ତଚର ସଂସ୍ଥାକୁ ପୋଲିସର ନିର୍ଦ୍ଦେଶ । ଚୀନ ତିବ୍ଦତ ସୀମାବର୍ତ୍ତୀ ଉତ୍ତରକାଶୀର ତୁଲିଆଡା ଗ୍ରାମ(Uttarkashi Tuliada Village)ର ଏକ ଜଙ୍ଗଲରେ ପ୍ରାୟ ୨୦୦ରୁ ୨୫୦ ବେଲୁନ ପଡିଥିବା ଦେଖିବାକୁ ମିଳିଥିବା ବେଳେ ସେଥିରେ ପାକିସ୍ତାନୀ ପତାକା ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବେଲୁନ ଉପରେ ପାକିସ୍ତାନୀ ପତାକା ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଥିଲା । ଏନେଇ ଏସପି ଅରପନ ୟେଦୁଭାନ୍ସି ସୂଚନା ଦେଇ କହିଛନ୍ତି ଯେ, ବେଲୁନରେ ଗୋଟିଏ କିମ୍ବା ଦୁଇଟି ପାକିସ୍ତାନୀ ପତାକା ଲାଗିଛି।

ବେଲୁନରେ ଲାଗିଥିଲା ପାକିସ୍ତାନୀ ପତାକା

ତେବେ ବେଲୁନରେ ଲାଗିଥିବା ପାକିସ୍ତାନ ପତାକାର ଉର୍ଦ୍ଦୁ ଭାଷାରେ କିଛି ଲେଖାଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ବ୍ୟାନର ପାଇବା ପରେ ଗୁପ୍ତଚର ସଂସ୍ଥାମାନଙ୍କୁ ସତର୍କ କରାଯାଇଛି । ଚିନୟାଲିସାଉରର ତୁଲିଆଡା ଜଙ୍ଗଲରେ ଉର୍ଦ୍ଦୁରେ ଲେଖାଯାଇଥିବା ବ୍ୟାନର ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଆଇବି ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି ।

ଚୀନ୍ ତିବ୍ଦତ ସୀମାରେଖା ସହ ଉତ୍ତରକାଶୀର ସୀମା ଜଡିତ

ଉତ୍ତରକାଶୀର ଜିଲ୍ଲାର ସୀମା ଚୀନ୍ ତିବ୍ଦତ ସହିତ ଜଡିତ । ତେବେ ଏଠାରେ ବ୍ୟାନର ମିଳିବା ଘଟଣାକୁ ଗ୍ରହଣ କରାଯାଉ ନଥିବା ବେଳେ ଅନ୍ୟପକ୍ଷରେ ଉତ୍ତରକାଶୀ ଷ୍ଟାଟିସିକାଲି ସେନସିଟିଭ ଜିଲ୍ଲା ଭାବେ ଜଣାଶୁଣା । ଚିନୟାଲିସାଉରର ଏୟାରଷ୍ଟ୍ରିପ୍ ତୁଲିଆଡା ଠାରୁ ମାତ୍ର ତିନି କିଲୋମିଟର ଦୂରରେ । ବାୟୁସେନା ବିମାନ ଚିନୟାଲିସାଉର ଏୟାରଷ୍ଟ୍ରିପରେ ଅନେକ ଥର ଅବତରଣ କରିଛି । ସମୟ ସମୟରେ, ଭାରତୀୟ ବାୟୁସେନା ମଧ୍ୟ ଏଠାରେ ଅଭ୍ୟାସ କରିଥାନ୍ତି ।

ଅନୁସନ୍ଧାନ କରୁଛନ୍ତି ଗୁପ୍ତଚର ଏଜେନ୍ସି

ତେବେ ବ୍ୟାନରଟି କେଉଁଠାରୁ ଏହି ଅଞ୍ଚଳକୁ ଉଡି ଆସିଲା ସେନେଇ ତଦନ୍ତ ଜାରି ରହିଛି । ବ୍ୟାନରଗୁଡ଼ିକ ଉକ୍ତ ଅଞ୍ଚଳର ଏକ ସ୍ଥାନରେ ପଡିରହିଥିବା ବେଳେ ସେଠାରେ ବେଲୁନ ମଧ୍ୟଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ବ୍ୟାନରଟିକୁ ଜବତ କରିଛି। ଏସପି ଅରପନ ଯାଦୁଭାନ୍ସି କହିଛନ୍ତି ଯେ ତୁଲିଆଡ଼ାରେ ଏଭଳି ବ୍ୟାନର ପାଇବା ବିଷୟରେ ସୂଚନା ମିଳିଛି । ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ । ଏନେଇ ଆଇ.ବିକୁ ସୂଚନା ଦିଆଯାଇଛି । ସ୍ଥାନୀୟ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଏହି ବ୍ୟାନର କେଉଁଟାରୁ ଆଲସିଥିଲା । ଅନ୍ୟପକ୍ଷରେ ତୁଲିଆଡା ଗ୍ରାମ ନିକଟରେ ପାକିସ୍ତାନର ପତାକା ମିଳିବା ପରେ ଲାହୋର ବାର ଆସୋସିଏସନର ବ୍ୟାନର ଏହି ଅଞ୍ଚଳରେ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.