ETV Bharat / bharat

ଭାରତ ସୀମାରୁ ପାକିସ୍ତାନୀ ଡ୍ରୋନ ଠାବ କଲା BSF

author img

By ETV Bharat Odisha Team

Published : Sep 17, 2023, 1:37 PM IST

ପଞ୍ଜାବର ତରନତାରନ ଜିଲ୍ଲାରୁ ପାକିସ୍ତାନୀ ଡ୍ରୋନକୁ ଠାବ କଲା ବିଏସଏଫ । ଅଧିକ ପଢନ୍ତୁ

Pakistani drone recovered from Punjab
Pakistani drone recovered from Punjab

ଚଣ୍ଡିଗଡ: ପୁଣି ଭାରତ ଆକାଶରେ ଉଡିଲା ପାକ୍ ଡ୍ରୋନ । ପଞ୍ଜାବର ତରନତାରନ ଜିଲ୍ଲାରୁ ପାକିସ୍ତାନୀ ଡ୍ରୋନକୁ ଠାବ କଲା ସୀମା ସୁରକ୍ଷା ବଳ ଓ ପଞ୍ଜାବ ପୋଲିସ । ରାଜକୋଟ ଗ୍ରାମର ଏକ ଧାନ କ୍ଷେତରୁ ଡ୍ରୋନଟି ଜବତ ହୋଇଛି । ଏନେଇ ବିଏସଏଫ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଡ୍ରୋନରୁ କୌଣସି ନିଶା ଦ୍ରବ୍ୟ ଜବତ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ପାକିସ୍ତାନର ଯୋଜନା ପଣ୍ଡ, 2ଟି ଡ୍ରୋନ୍‌କୁ ଗୁଳି କରି ଖସାଇଲେ ସୁରକ୍ଷାକର୍ମୀ

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ 3ଟା 32 ମିନିଟ ସମୟରେ ତରନତାରନ ଜିଲ୍ଲାର ଟିଜେସିଂ ଗ୍ରାମରେ ଏକ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଡ୍ରୋନର ଗତିବିଧି ଉପରେ ନଜର ରଖିଥିଲେ । ଡ୍ରୋନଟିକୁ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ହଠାତ ଡ୍ରୋନଟି ଅଦୃଶ୍ୟ ହୋଇଯାଇଥିଲା । ପଞ୍ଜାବ ପୋଲିସ ଓ ବିଏସଏଫ ଯବାନଙ୍କ ମଳିତ ଭାବେ ସର୍ଚ୍ଚ ଅପରେସନ କରି ସନ୍ଧ୍ୟା 5ଟା 42 ମିନିଟ ସମୟରେ ରାଜକୋଟ ଗ୍ରାମର ଏକ ଧାନ କ୍ଷେତରେ ଡ୍ରୋନଟି ପଡିଥିବା ଦେଖିବାକୁ ପାଇଥିଲେ। ଜବତ ଡ୍ରୋନଟି ଚାଇନା ନିର୍ମିତ କ୍ୱାଡକପ୍ଟର- ଡିଜେଆଇ ମାଭିକ୍ କ୍ଲାସିକ୍ ବୋଲି ଅଧିକାରୀମାନେ କହିଛନ୍ତି । ଆଜି (ରବିବାର) ସକାଳେ ଫିରୋଜପୁରର ଗାଟି ରାଜକୋଟ ଗ୍ରାମର ଏକ କ୍ଷେତରୁ 25 କେଜି ଓଜନର ଏକ ପ୍ୟାକେଟ ଜବତ କରିଛି । ଏଥିରେ ହେରୋଇନ ଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ପଞ୍ଜାବ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଠାବ, ଗୁଳି କରି ଖସାଇଲା BSF

ପଞ୍ଜାବର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ବାରମ୍ବାର ପାକିସ୍ତାନ ଦ୍ବାରା ପଠାଯାଉଥିବା ଡ୍ରୋନକୁ ଠାବ କରାଯାଉଛି । ଗତ ଅଗଷ୍ଟ ମାସ 8 ତାରିଖରେ ପଞ୍ଜାବର ଅମୃତସର ଏବଂ ତରନତାରନ ଜିଲ୍ଲାରୁ 2ଟି ଡ୍ରୋନକୁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସୀମା ସୁରକ୍ଷାକର୍ମୀମାନେ ଉଦ୍ଧାର କରିଥିଲେ । ଅଗଷ୍ଟ 6 ତାରିଖ ଦିନ 10ଟା ସମୟରେ ଏହି ଡ୍ରୋନକୁ ଗୁଳିକରି ଖସାଇଥିଲେ ଭାରତୀୟ ସୀମା ସୁରକ୍ଷାକର୍ମୀ । ପ୍ରଥମ ଡ୍ରୋନଟି ଅମୃତସରରୁ ଉଦ୍ଧାର ହୋଇଥିବା ବେଳେ, ସେହି ସମାନ ଦିନରେ ସୀମା ସୁରକ୍ଷାକର୍ମୀ ଏବଂ ପଞ୍ଜାବ ପୋଲିସ ଅନ୍ୟ ଗୋଟିଏ ଡ୍ରୋନକୁ l ତରନତାରନର ରାଜକୋଟ ଅଞ୍ଚଳରୁ ଉଦ୍ଧାର କରିଥିଲେ । ଏହାପରେ ସୁରକ୍ଷାକର୍ମୀ ଏବଂ ପଞ୍ଜାବ ପୋଲିସ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଦିନକୁ ଦିନ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଦେଖି ସୀମାରେ ସୁରକ୍ଷା ବଳୟକୁ ଆହୁରି କଡ଼ାକଡ଼ି କରାଯାଇଛି । ନିଶା କାରବାରରେ ଏହି ଡ୍ରୋନ୍‌ ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.