ଜୟପୁର: ଅନଲାଇନରେ ହୋଇଥିଲା ବିବାହ । ଭିସା ନମିଳିବାରୁ ଶ୍ବଶୁର ଘରକୁ ଆସିପାରିଲାନି କନ୍ୟା । ବିବାହର 4 ମାସ ପରେ ପାକିସ୍ତାନର ଓ୍ବାଘା ବର୍ଡର ଦେଇ ଯୋଧପୁରରେ ପହଞ୍ଚିଛି କନ୍ୟା । କନ୍ୟାକୁ ଦେଖି ଖୁସିରେ ବିଭୋର ବର ପକ୍ଷ । ବରକୁ ଦେଖିବାକୁ ଯୋଧପୁରକୁ ଆସୁଛନ୍ତି ପାକିସ୍ତାନ ବାସିନ୍ଦା । ଗତ ଜାନୁଆରୀ 2 ତାରିଖରେ ଅନଲାଇନରେ ଭିଡିଓ କନଫରେସିଂ ଜରିଆରେ ପାକିସ୍ତାନୀ କନ୍ୟାଙ୍କ ସହ ଯୋଧପୁର ବରଙ୍କ ବିବାହ ହୋଇଥିଲା ।
ବରଙ୍କ ଜେଜେବାପା କହିଛନ୍ତି, ''ଭିସା ନମିଳିବାରୁ ପାକିସ୍ତାନ କନ୍ୟାଙ୍କୁ ଭାରତକୁ ଆଣିବାରେ ବିଳମ୍ବ ହୋଇଥିଲା । ବର୍ତ୍ତମାନ କନ୍ୟା ଭାରତରେ ପହଞ୍ଚି ବହୁତ ଖୁସି ଅଛି । ପାକିସ୍ତାନୀ ଝିଅ ଏବେ ଭାରତର ବୋହୂ ହୋଇଛି । ଦିନେ ମୁଁ ପାକିସ୍ତାନ ଯାଇଥିଲି । ସେଠାରେ ବର୍ତ୍ତମାନ ଭାରତର ବୋହୂ ହୋଇଥିବା ଫତିମା ମୋର ବହୁତ ସେବା କରିଥିଲା । ତେଣୁ ମୋ ନାତି ସହ ତାର ବାହାଘର କରିବାକୁ ନିଷ୍ପତ୍ତି ନେଇଥିଲି । ଧୁମଧାମରେ ବାହାଘର କରିବାକୁ ଆମ ପାଖରେ ଟଙ୍କା ନଥିଲା । ତେଣୁ ଅନଲାଇନ ଭିଡିଓ କନଫରେସିଂ ଜରିଆରେ ଆମେ ପାକିସ୍ତାନୀ ଯୁବତୀଙ୍କ ସହ ମୋ ନାତିରେ ବିବାହ କରାଇଥିଲୁ । ବିବାହ ପରେ କନ୍ୟାକୁ ଭାରତକୁ ଆଣିବାକୁ ବହୁ ଚେଷ୍ଟା କରିଥିଲୁ । କିନ୍ତୁ ଭିସା ନମିଳିବାରୁ ବିଳମ୍ବ ହୋଇଥିଲା । ''
ଏହା ମଧ୍ୟ ପଢନ୍ତୁ-ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା
ଯୋଧପୁରେ ଏପରି ନିଆରା ବିବାହ ଅନେକକଙ୍କ ପାଇଁ ପ୍ରେରଣା ପାଲଟିଛି । ବର୍ତ୍ତମାନ ଅନଲାଇନରେ ବିବାହ କରାଇ ବୋହୂକୁ ଘରକୁ ଆଣିବାକୁ ଅନେକ ଲୋକେ ଉଦ୍ୟମ ଆରମ୍ଭ କରିଛନ୍ତି । ପାକିସ୍ତାନୀ କନ୍ୟାଙ୍କ ଜେଜ ମାଆ କହିଛନ୍ତି, ''ସମୟ ସହିତ ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ । କୋରୋନା ପରେ ଅନଲାଇନ ବିବାହ ଆରମ୍ଭ ହୋଇଥିଲା । ଶ୍ବଶୁର ଘରକୁ ଯିବାକୁ ଭିସା ନମିଳିବାରୁ ବିବାହର 4 ମାସ ପରେ ଓ୍ବାଘା ବର୍ଡର ଦେଇ ବର ଘରେ ମୋ ନାତୁଣି ପହଞ୍ଚିଛି । ''
ଏହା ମଧ୍ୟ ପଢନ୍ତୁ-Karnataka Cabinet Expansion: ଶନିବାର ସିଦ୍ଧରମୈୟାଙ୍କ କ୍ୟାବିନେଟ ସମ୍ପ୍ରସାରଣ
ବରଙ୍କ ଜେଜେ ଏଥି ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି,'' ଭିସା ପାଇବାକୁ 7 ରୁ 8 ମାସ ସମୟ ଲାଗିଥାଏ । ମୁଁ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କୁ ଭେଟିବା ପରେ ତାଙ୍କ ଉଦ୍ୟମରେ ଶୀଘ୍ର ଭିସା ମିଳିଥିଲା । ଆଜି ମୋ ନାତିର ସ୍ତ୍ରୀ ଘରକୁ ଆସିଛି ।