ETV Bharat / bharat

17 ଭାରତୀୟ ମାଛ ଧରାଳୀଙ୍କୁ ବାନ୍ଧିଲା ପାକିସ୍ତାନ - pakistan arrests fishermen

ଭାରତୀୟ ମାଛଧରାଳୀଙ୍କୁ ବାନ୍ଧିଲା ପାକିସ୍ତାନ ସମୁଦ୍ର ସୁରକ୍ଷା ବାହିନୀ । ଶୁକ୍ରବାର ଜଳ ସୀମା ଉଲ୍ଲଙ୍ଘନ ଅଭିଯୋଗରେ 17 ଭାରତୀୟ ମାଛ ଧରାଳୀଙ୍କୁ ଧରିଛି ପାକିସ୍ତାନ । ଅଧିକ ପଢନ୍ତୁ...

17 ଭାରତୀୟ ମାଛଧରାଳୀଙ୍କୁ ବାନ୍ଧିଲା ପାକିସ୍ତାନ

author img

By

Published : Mar 1, 2021, 8:34 AM IST

ନୂଆଦିଲ୍ଲୀ: ଭାରତୀୟ ମାଛଧରାଳୀଙ୍କୁ ବାନ୍ଧିଲା ପାକିସ୍ତାନ ସମୁଦ୍ର ସୁରକ୍ଷା ବାହିନୀ । ଶୁକ୍ରବାର ଜଳ ସୀମା ଉଲ୍ଲଙ୍ଘନ ଅଭିଯୋଗରେ 17 ଭାରତୀୟ ମାଛଧରାଳୀଙ୍କୁ ଧରିଛି ପାକିସ୍ତାନ । ଏହାସହ ମାଛଧରାଳୀଙ୍କ 3 ଟି ଡଙ୍ଗାକୁ ମଧ୍ୟ ଜବତ କରିଛନ୍ତି । ସୁରକ୍ଷା ଏଜେନ୍ସିର ଅଧିକାରୀମାନେ କହିଛନ୍ତି ଯେ ଏହି ମତ୍ସ୍ୟଜୀବୀଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଏହି ମତ୍ସ୍ୟଜୀବୀମାନେ ପାକିସ୍ତାନ ସୀମାରେ ପ୍ରବେଶ କରୁଥିଲେ ସେତେବେଳେ ସେମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା କିନ୍ତୁ ଏମାନେ ଶୁଣି ନଥିଲେ । ଏହି ମାଛଧରାଳୀଙ୍କୁ କରାଚି ପଠାଯାଇଛି । ପ୍ରକାଶଥାଉକି, ବର୍ଷେ ପୂର୍ବରୁ 25 ଜଣ ମାଛଧରାଳୀଙ୍କୁ ପାକିସ୍ତାନ ଗିରଫ କରିଥିଲା, ଏହାସହ ସେମାନଙ୍କ 4ଟି ଡଙ୍ଗାକୁ ଜବତ କରି ନେଇଥିଲା ।

ମତ୍ସଜୀବୀଙ୍କୁ ଗିରଫ କରିବା ପ୍ରକ୍ରିୟା ସବୁବେଳେ ଚାଲି ଆସିଛି । ମାଛଧରାଳୀ ପ୍ରକୃତରେ ଆରବ ସାଗର ସୀମା ଜାଣିପାରନ୍ତିନି । ଏହାଦ୍ବାରା ଉଭୟ ଦେଶର ମାଛଧରାଳୀଙ୍କୁ ଗିରଫ କରାଯାଇଛି । ମାଛଧରାଳୀ ପାଖରେ ସୀମାର ସଠିକ୍ ଅନ୍ଦାଜ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ, ଯେଉଁ କାରଣରୁ ସେମାନଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.