ନୂଆଦିଲ୍ଲୀ: ପ୍ରସିଦ୍ଧ ଗୁଜୁରାଟୀ କବି ପଦ୍ମଶ୍ରୀ ଦାଦୁଦାନ ଗାଦଭୀଙ୍କ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଲୋକସାହିତ୍ୟ ଜଗତରେ ପଦ୍ମଶ୍ରୀ ଦାଦୁଦାନ ଗାଦଭୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ଅବଦାନ ସର୍ବାଦା ମନେରହିବ । ତାଙ୍କ ବିୟୋଗ ଅତ୍ୟନ୍ତ ଦୁଃଖ ଦାୟକ । ଭଗବାନ ତାଙ୍କ ଅମର ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗାଦଭି କବି ଦାଦ ଭାବରେ ପରିଚିତ । ଗତ ଛଅ ଦଶନ୍ଧି ଧରି ସେ ଲୋକ କଳକାର ଭାବରେ ପରିଚିତ ଥିଲେ । ଲୋକସାହିତ୍ୟ ଜଗତରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଗୁଜୁରାଟ ଗୌରବ ପୁରସ୍କାର ସହିତ ଝାଭେରଚାନ୍ଦ ମେଘାନି ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହିତ ସାହିତ୍ୟ ଓ ଶିକ୍ଷା ଜଗତରେ ତାଙ୍କ ଅବଦାନ ପାଇଁ 2021ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।
@ANI