ETV Bharat / bharat

ଯଦି ଜଣେ ଝିଅ ୧୮ ବର୍ଷରେ PM ବାଛିପାରିବ ତାହାହେଲେ ସ୍ବାମୀ କାହିଁକି ନୁହେଁ: ଓୱେସୀ

author img

By

Published : Dec 18, 2021, 10:49 AM IST

ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ବାଛିପାରୁଛି, ତେବେ କାହିଁକି ନିଜ ଜୀବନସାଥି ବାଛିପାରିବ ନାହିଁ । ଝିଅଙ୍କ ବିବାହ ବୟସସୀମା ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପରେ ଏଭଳି ଯୁକ୍ତି ବାଢିଲେ AIMIM ନେତା ଅସଦୁଦ୍ଦିନ ଓୱେସୀ । ଅଧିକ ପଢନ୍ତୁ

ଯଦି ଜଣେ ଝିଅ ୧୮ ବର୍ଷରେ PM ବାଛିପାରିବ ତାହାହେଲେ ସ୍ବାମୀ କାହିଁକି ନୁହେଁ: ଓୱେସୀ
ଯଦି ଜଣେ ଝିଅ ୧୮ ବର୍ଷରେ PM ବାଛିପାରିବ ତାହାହେଲେ ସ୍ବାମୀ କାହିଁକି ନୁହେଁ: ଓୱେସୀ

ନୂଆଦିଲ୍ଲୀ: ଜାତି ଓ ଧର୍ମ ନିର୍ବିଶେଷରେ ଦେଶରେ ଝିଅଙ୍କ ସର୍ବନିମ୍ନ ବିବାହ ବୟସସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିସାରିଛି । କେନ୍ଦ୍ରର ଏହି ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି AIMIM(All India Majlis-e-Ittehadul Muslimeen) ସାଂସଦ ଅସଦୁଦ୍ଦିନ ଓୱେସୀ(Asaduddin Owaisi) । ଯଦି ଜଣେ ଝିଅ ୧୮ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ବାଛି ପାରୁଛି, ତେବେ କାହିଁକି ନିଜ ଜୀବନସାଥି ବାଛିପାରିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି ଓୱେସୀ ।

କେନ୍ଦ୍ରର ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ AIMIM ନେତା କହିଛନ୍ତି, ମୋଦି ସରକାର ଯୁବତୀଙ୍କ ବିବାହ ବୟସସୀମା ୨୧ ବର୍ଷ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଏହା ହିଁ ପ୍ରଚଳିତ ସରକାରଙ୍କ ପିତୃସତ୍ତାବାଦ(paternalism )ର ଏକ ଜ୍ବଳନ୍ତ ଉଦାହରଣ । ୧୯ ବର୍ଷ ବୟସରେ ଭାରତୀୟ ନାଗରିକ କଣ୍ଟ୍ରାକ୍ଟ ସ୍ବାକ୍ଷର କରିପାରିବେ, ବ୍ୟବସାୟ ଷ୍ଟାର୍ଟ କରିବା ସହ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ଜନପ୍ରତିନିଧି ଚୟନ କରିପାରିବାର କ୍ଷମତା ରଖିବେ । ହେଲେ ବିବାହ କରିପାରିବେ ନାହିଁ। ଏହା କେତେଦୂର ଯୁକ୍ତିଯୁକ୍ତ ? ଯେତେବେଳେ କି, ସୁପ୍ରିମକୋର୍ଟ ପ୍ରାଇଭେସି(Privacy)କୁ ମୌଳିକ ଅଧିକାର ବୋଲି କହୁଛନ୍ତି ଏବଂ ଜଣେ ମହିଳା କାହାକୁ ବିବାହ କରିବ ଓ କେବେ ସନ୍ତାନ ଜନ୍ମଦେବ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କୁହାଯାଇଛି ।

ଆହୁରି ମଧ୍ୟ ଓୱେସୀ ଅନ୍ୟରାଷ୍ଟ୍ରର ଦୃଷ୍ଟାନ୍ତ ଦେଇ ଯୁକ୍ତି ବାଢିଛନ୍ତି ଯେ, ଆମେରିକାରେ ୧୪ ବର୍ଷ ପରେ ବିବାହ ପାଇଁ ଅନୁମତି ରହିଛି । ସେହିଭଳି ବ୍ରିଟେନ ଏବଂ କାନାଡା ଭଳି ବିକଶିତ ରାଷ୍ଟ୍ରରେ ମଧ୍ୟ ୧୬ ବର୍ଷ ବୟସରେ ବିବାହ କରିବାକୁ ମହିଳାଙ୍କୁ ଅଧିକାର ମିଳିଛି । ତେଣୁ ଭାରତରେ ମଧ୍ୟ ଝିଅମାନଙ୍କୁ ୧୮ ବର୍ଷ ବୟସରେ ବିବାହର ଅନୁମତି ଦିଆଯାଉ । ଯୁବତୀଙ୍କ ଆଇନଗତ ବିବାହ ବୟସସୀମା ୨୧ ବର୍ଷକୁ ବୃଦ୍ଧି କରିବା ପରିବର୍ତ୍ତେ ପୁଅଙ୍କ ବିବାହ ବୟସ ୧୮ ବର୍ଷକୁ ହ୍ରାସ କରିବାକୁ AIMIM ନେତା ପରାମର୍ଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Marriage Age of Women: ୨୧ ବୟସ ପୂର୍ବରୁ ବିବାହ କରିପାରିବେନି ଯୁବତୀ

ବିଗତ ଦିନରେ ଦେଶରେ ବାଲ୍ୟ ବିବାହ ହାର କମିଛି । ମାତ୍ର ଏହା କ୍ରିନିନାଲ ଲ'( criminal law) ଯୋଗୁଁ ନୁହେଁ ବରଂ ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ସାମାନ୍ୟ ଉନ୍ନତି ପାଇଁ ଏହା ସମ୍ଭବପର ହୋଇପାରିଛି । ଏହାସତ୍ତ୍ବେ ମଧ୍ୟ ସରକାର କହୁଛନ୍ତି କି, ଭାରତରେ ପ୍ରାୟ ୧୨ ମିଲିୟନ ନାଗରିକ ୧୮ ବର୍ଷ ବୟସ ପୂର୍ବରୁ ବାଲ୍ୟବିବାହର ଶିକାର ହୋଇଛନ୍ତି । ହେଲେ ପ୍ରଚଳିତ ସରକାର ମହିଳାଙ୍କୁ ଉନ୍ନତି ପାଇଁ କିଛି କରିପାରିନାହାନ୍ତି । ୨୦୦୫ରେ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ହାର ୨୬ ପ୍ରତିଶତ ଥିବାବେଳେ ୨୦୨୦ରେ ଏହା ୧୬ ପ୍ରତିଶତକୁ ଖସି ଆସିଛି । ଯାହା ମହିଳାଙ୍କ ବିକାଶ ଦିଗରେ ସରକାରଙ୍କ ଅପାରଗତାକୁ ସୂଚାଉଥିବା ଅସଦୁଦ୍ଦିନ ଓୱେସୀ ସମାଲୋଚନା କରିଛନ୍ତି । ଏତଦ୍ ବ୍ୟତୀତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସସୀମା ୨୫ ବର୍ଷରୁ କମାଇ ୨୧ ବର୍ଷ କରିବାକୁ ମଧ୍ୟ ସେ ମତ ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ: Special Report: କାହିଁକି ବଢିଲା ଯୁବତୀଙ୍କ ବିବାହ ବୟସ, ଜାଣନ୍ତୁ କଣ ରହିଛି ଫାଇଦା ଓ କ୍ଷତି

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୧୮ ରୁ ୨୧ ବର୍ଷ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଚାଲିଥିବା ସଂସଦ ଶୀତ ଅଧିବେଶନରେ ସରକାର ଏ ସମ୍ପର୍କିତ ବିଲ୍ ମଧ୍ୟ ପ୍ରସ୍ତାବିତ କରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.