ETV Bharat / bharat

LokSabha News: ଭାରତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, 2ବର୍ଷରେ 4 ଲକ୍ଷ 50 ହଜାର ହାରିଲେଣି ଜୀବନ

author img

By

Published : Feb 13, 2023, 10:32 PM IST

Updated : Feb 13, 2023, 11:04 PM IST

ଲୋକସଭାରେ ସୋମବାର କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆତ୍ମହତ୍ୟାଜନିତ ମୃତ୍ୟୁ ସମ୍ପର୍କରେ ତଥ୍ୟ ରଖିଛନ୍ତି । ଗତ ୨୦୧୯ରୁ ୨୦୨୧ ମସିହା ମଧ୍ୟରେ ଅଧିକ ଦିନ ମଜୁରିଆ ଆତ୍ମହତ୍ୟା କରିଥିବା ସେ ସଂସଦକୁ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ

LokSabha News
LokSabha News

ନୂଆଦିଲ୍ଲୀ: ଗତ ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୬ ହଜାର ୨୦୮ ରହିଛି । ସୋମବାର ଲୋକସଭାରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । ଏହି ଆତ୍ମହତ୍ୟା ଜନିତ ମୃତ୍ୟୁହାର ମଧ୍ୟରେ ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ ରହିଛି । ତାମିଲନାଡୁ କଂଗ୍ରେସ ସାଂସଦ ସୁ. ଥିରୁନାଭୁକରସରଙ୍କ ପ୍ରଶ୍ନରେ ଉତ୍ତର ରଖି କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲିଖିତ ଆକାରରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

ଗତ ୩ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା ମୋଟ ୪.୫୦ ଲକ୍ଷ ମୃତକଙ୍କ ମଧ୍ୟରୁ ୧ ଲକ୍ଷ ୧୨ ହଜାର ୨୩୩ ଜଣ ଦିନ ମଜୁରିଆ ହୋଇଥିବା ବେଳେ ୬୬ ହଜାର ୯୧୨ ଜଣ ଗୃହିଣୀ ଓ ୬୪ ହଜାର ୫୩୧ ଜଣ ଅନ୍ୟ ଲୋକ ରହିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦିନ ମଜୁରିଆ ସବୁଠୁ ବଡ଼ ଗୋଷ୍ଠୀ କି ବୋଲି ଥିରୁନାଭୁକରସର ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB)ର ତଥ୍ୟ ରଖିଥିଲେ ।

ଏହା ବି ପଢନ୍ତୁ- ଉତ୍ତରାଖଣ୍ଡରେ ଲଜ୍ଜା: ନାବାଳିକା ଝିଅକୁ ଦୁଷ୍କର୍ମ ! ବାପାକୁ ବାନ୍ଧିଲା ପୋଲିସ

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଆତ୍ମହତ୍ୟାରେ ମୃତ୍ୟବରଣ କରିଥିବା ୧ଲକ୍ଷ ୧୨ ହଜାର ୨୩୩ ଗୃହିଣୀମାନଙ୍କ ମଧ୍ୟରୁ ୨୦୧୯ରେ ୨୧,୩୫୯ ଜଣ, ୨୦୨୦ରେ ୨୨ ହଜାର ୩୭୪ ଜଣ, ୨୦୨୧ରେ ୨୩ ହଜାର ୧୭୯ ଜଣ ରହିଥିଲେ । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ମୋଟ ୬୨,୫୩୧ରୁ ୨୦୧୯ରେ ୨୦ ହଜାର ୪୪୧ଜଣ, ୨୦୨୦ ମସିହାରେ ୨୦,୫୪୩ ଜଣ ଓ ୨୦୨୧ ମସିହାରେ ୨୩ ହଜାର ୫୪୭ଜଣ ରହିଥିଲେ । ଏହି ତଥ୍ୟରୁ ଜଣାପଡ଼ିଛି ଯେ ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାଷରେ କ୍ଷତି ଓ ବେରୋଜଗାର ହେବା ଦ୍ବାରା ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ଚାଷରେ କ୍ଷତି ସହିବା ପରେ ଧାର କରଜ ଯୋଗୁଁ ଚାଷୀମାନେ ଅଧିକ ଆତ୍ମହତ୍ୟା କରିଥିଲେ । ୩୧,୮୩୯ ଚାଷୀ ମୃତକଙ୍କ ମଧ୍ୟରେ ୨୦୧୯ରେ ୧୦,୨୮୧ ମୃତକ ରହିଥିବା ବେଳେ ୨୦୨୦ରେ ୧୦ ହଜାର ୬୭୭, ୨୦୨୧ରେ ୧୦ ହଜାର ୮୮୧ ମୃତକ ରହିଛନ୍ତି । ବେରୋଜଗାର ହେବା ଯୋଗୁଁ ମୋଟ ୪୩ ହଜାର ୩୮୫ଜଣ ଆତ୍ମହତ୍ୟା କରିଛନ୍ତି । ଏହି ବେରୋଜଗାର ମୃତକଙ୍କ ମଧ୍ୟରେ ୨୦୧୯ରେ ୧୪ହଜାର ୧୯, ୨୦୨୦ରେ ୧୫ ହଜାର ୬୫୨ଜଣ ଓ ୨୦୨୧ରେ ୧୩ ହଜାର ୭୧୪ ଜଣ ମୃତକ ରହିଥିଲେ ।

ଏହି ଦିନ ମଜୁରିଆଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ରୋକିବା ଲାଗି କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି ପ୍ରଶ୍ନରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର କହିଥିଲେ ଯେ ୨୦୦୮ ସାମାଜିକ ସୁରକ୍ଷା ଆଇନ ଜରିଆରେ ଏମାନଙ୍କୁ ବିଭିନ୍ନ ପ୍ରକାର ଉପଯୁକ୍ତ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରାଯାଇଛି । ସେଗୁଡ଼ିକ ହେଉଛି ସ୍ବାସ୍ଥ୍ୟ ଏବଂ ମାତୃତ୍ବ ସୁବିଧା, ବୃଦ୍ଧାବସ୍ଥା ସୁରକ୍ଷା, ଲାଇଫ ଆଣ୍ଡ ଡିସଆବିଲିଟି କଭର ଭଳି ଯୋଜନା ରହିଛି । ଏହାସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା (PMJJBY), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY), ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ABPMJAY) ରହିଛି ।

Last Updated : Feb 13, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.