ଦିସପୁର: ଆସାମରେ ବିବାହ ଭାଙ୍ଗିଲା ସାମ୍ପୁ (Shampoo destroy a marriage) । ବରପକ୍ଷ ଜୋରୋନ (ବିବାହ ପୂର୍ବରୁ ପାଳିତ ହେଉଥିବା ଏକ ଉତ୍ସବ)ରେ ନିମ୍ନମାନର ସାମ୍ପୁ ଦେବା ପରେ କନ୍ୟା ଜଣକ ନିଜ ଭାବିସ୍ବାମୀକୁ ଏ ନେଇ ହ୍ବାଟ୍ସଆପରେ ମେସେଜ କରିଥିଲେ । ଏନେଇ ବର ଜଣକ ଲଜ୍ଜିତ ଅନୁଭବ କରିବା ସହିତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । କନ୍ୟାର ମେସେଜର ମାତ୍ର ୬ ଘଣ୍ଟା ମଧ୍ୟରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ବର ।
ଜୋରୋନ (Joron)ରେ କନ୍ୟାଙ୍କୁ ବର ପକ୍ଷରୁ ଏକ ସାମ୍ପୁ ଦିଆଯାଇଥିଲା । ଏହାକୁ ନିମ୍ନମାନର କହିଥିଲେ ଯୁବତୀ । ଏହାସହ ନିଜ ଭାବିସ୍ବାମୀଙ୍କୁ ଏନେଇ ମେସେଜ କରିଥିଲେ । ହେଲେ ଏହା ତାଙ୍କ ବିବାହ ଭାଙ୍ଗିବ ବୋଲି ହୁଏତ ସେ କେବେ କଳ୍ପନା ମଧ୍ୟ କରିନଥିବେ । ଯୁବତୀଙ୍କ ଏପରି ନିଷ୍ପତ୍ତି ଇଞ୍ଜିନିୟର ବରକୁ ଆଘାତ ଦେଇଥିଲା । ଏହା ତାଙ୍କ ପରିବାର ପ୍ରତି ଅପମାନ ମଧ୍ୟ କହିଛନ୍ତି ବର । ଏହାପରେ ସେ ତୁରନ୍ତ ଉକ୍ତ ଯୁବତୀଙ୍କ ସହିତ ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି ଘଟଣା ଗତ ଡିସେମ୍ବର ୧୪ ତାରିଖରେ ଆସାମର ବାରପେଟା ଜିଲ୍ଲା ହୌଲି ଅଞ୍ଚଳରେ ଘଟିଛି ।
ଏହା ବି ପଢନ୍ତୁ- ଚର୍ଚ୍ଚାରେ ଶହଡୋଲ ସ୍କୁଲ, ପଢୁଥିବା ଛାତ୍ରୀ କରନ୍ତି ଅଜବ ଆଚରଣ
ଯୁବକ ଜଣକ ଗୌହାଟିରେ ଇଞ୍ଜିନିୟର ଅଛନ୍ତି । ଭାବି ପତ୍ନୀଙ୍କ ମେସେଜ ତାଙ୍କୁ ଆଘାତ କରିଛି । ଗୋଟିଏ ଦିନ ପରେ ବିବାହ ଥିବା ବେଳେ ସେ ବିବାହ ନ କରିବାକୁ ସ୍ଥିର କରିଥିଲେ । ଏନେଇ ସେ ଯୁବତୀଙ୍କ ପରିବାରକୁ ମଧ୍ୟ ଜଣାଇଥିଲେ । ବରପକ୍ଷର ଏହି ନିଷ୍ପତ୍ତି ଯୁବତୀଙ୍କ ପରିବାରକୁ ଝଟକା ଦେଇଛି । ଏ ନେଇ ଯୁବତୀଙ୍କ ପରିବାର ଗୌହାଟି ଯାଇ ଯୁବକଙ୍କୁ ବୁଝାଇଥିଲେ, ମାତ୍ର ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।
ଯୁବକଙ୍କୁ ବୁଝାଇବାରେ ଅସଫଳ ହେବା ପରେ ଯୁବତୀଙ୍କ ପରିବାର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ କରିବା ପରେ ଯୁବତୀଙ୍କ ପକ୍ଷରୁ ହୋଇଥିବା ମେସେଜକୁ ମଧ୍ୟ ସଂଗ୍ରହ କରିଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।