ETV Bharat / bharat

Opposition Meeting: 23 ଜୁନରେ ବିରୋଧୀଙ୍କ ବୈଠକ, ଥାର୍ଡ ଫ୍ରଣ୍ଟ ପାଇଁ ପଡିପାରେ ମୂଳଦୁଆ

author img

By

Published : Jun 7, 2023, 8:41 PM IST

ପାଟନାରେ ପ୍ରେସମିଟ କରି ଜେଡିୟୁ ମୁଖ୍ୟ ଲଲନ ସିଂ କହିଛନ୍ତି ‘‘12 ଜୁନରେ ହେବାକୁ ଥିବା ମିଳିତ ବିରୋଧୀଙ୍କ ବୈଠକ ସ୍ଥଗିତ ରଖାଯାଇଥିଲା । ଏହା ଆସନ୍ତା 23 ରେ ପାଟନାରେ ଅନୁଷ୍ଠିତ ହେବ । 2024 ସାଧାରଣ ନିର୍ବାଚନରେ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ଲଢେଇ କରିବେ । ବିଜେପି ମୁକ୍ତ ହେବ ଦେଶ । ଅଧିକ ପଢନ୍ତୁ

23 ଜୁନରେ ବିରୋଧୀଙ୍କ ବୈଠକ, ଥାର୍ଡ ଫ୍ରଣ୍ଟ ପାଇଁ ପଡିପାରେ ମୂଳଦୁଆ

ପାଟନା: ଆସନ୍ତା 23 ରେ ହେବ ବିରୋଧୀ ଦଳଙ୍କ ମିଳିତ ବୈଠକ। ତୃତୀୟ ସାମ୍ମୁଖ୍ୟ ପାଇଁ ପଡିପାରେ ଭିତ୍ତିଭୂମି। ବୈଠକ ପାଟନାରେ ହିଁ ହେବ । 12 ଜୁନରେ ହେବାକୁ ଥିବା ବୈଠକକୁ ସ୍ଥଗିତ ରଖାଯାଇଥିଲା । ବିରୋଧୀଙ୍କ ବୈଠକକୁ ନେଇ ଆଜି ନୂଆ ତାରିଖ ଘୋଷଣା କରିବା ସହିତ କେଉଁ ମାନେ ସାମିଲ ହେବେ ସୂଚନା ଦେଇଛନ୍ତି ଜେଡିୟୁ ମୁଖ୍ୟ ଲଲନ ସିଂ ।

  • #WATCH | ..."The opposition meeting will be held on 23rd June, in Patna. All opposition parties have agreed to this... Congress chief Mallikarjun Kharge and party leader Rahul Gandhi, West Bengal CM Mamata Banerjee, Akhilesh Yadav, Jharkhand CM Hemant Soren, Uddhav Thackeray, NCP… pic.twitter.com/qk4fMhGILt

    — ANI (@ANI) June 7, 2023 " class="align-text-top noRightClick twitterSection" data=" ">

ଆଜି ପାଟନାରେ ପ୍ରେସମିଟ କରି ଜେଡିୟୁ ମୁଖ୍ୟ ଲଲନ ସିଂ କହିଛନ୍ତି ‘‘12 ଜୁନରେ ହେବାକୁ ଥିବା ମିଳିତ ବିରୋଧୀଙ୍କ ବୈଠକ ସ୍ଥଗିତ ରଖାଯାଇଥିଲା । ଏହା ଆସନ୍ତା 23 ରେ ପାଟନାରେ ଅନୁଷ୍ଠିତ ହେବ । 2024 ସାଧାରଣ ନିର୍ବାଚନରେ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ଲଢେଇ କରିବେ । ବିଜେପି ମୁକ୍ତ ହେବ ଦେଶ ।’’ ଲଲନ କହିଛନ୍ତି 12 ଜୁନର ବୈଠକ ସ୍ଥିର ହୋଇଥିଲା । କିନ୍ତୁ ସେହି ଦିନ କିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ନିଜ ରାଜ୍ୟରେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇସାରିଥିବାରୁ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ଏହାବି ପଢନ୍ତୁ- Opposition Meeting Patna:ନୀତିଶଙ୍କୁ କଂଗ୍ରେସ ଝଟକା, ବୈଠକ ବାତିଲ

ଲଲନ କହିଛନ୍ତି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତାଲିମନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସପା ମୁଖ୍ୟ ଅଖିଳେଶ ଯାଦବ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ସିପିଆଇ ମୁଖ୍ୟ ଡି.ରାଜା, ସିତାରାମ ୟେଚୁରୀ, ଏନସିପି ମୁଖ୍ୟ ଶପଦ ପାୱାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଉଦ୍ଧବ ଠାକରେ ପ୍ରମୁଖ ଏହି ବୈଠକରେ ସାମିଲ ହେବେ ।

ସେହିପରି ବୈଠକକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି 23 ଜୁନରେ ପାଟନାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ସମସ୍ତ ବିରୋଧୀ ଦଳ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଆମେ ଚାହୁଁଛୁ ସମସ୍ତ ବିରୋଧୀ ଦଳ ଏକାଠି ହୁଅନ୍ତୁ । କାରଣ ମିଳିତ ଭାବେ ଲଢେଇ କଲେ ବିଜେପି ମୁକ୍ତ ହେବ ଦେଶ । ଏଥିପାଇଁ ବିରୋଧୀଙ୍କ ଏକତା ଜରୁରୀ ।

ଅନ୍ୟପଟେ ବିରୋଧୀଙ୍କ ମିଳିତ ବୈଠକ ତଥା ସମ୍ଭାବ୍ୟ ତୃତୀୟ ସାମ୍ମୁଖ୍ୟକୁ ନେଇ ଏନସିପି ମୁଖ୍ୟ ଶରଦ ପାୱର କହିଛନ୍ତି ଯଦି ମିଳିତ ବିରୋଧୀ ଦଳ ଏକ ବିଶ୍ବସନୀୟତା ସହ ସାଧାରଣ ନିର୍ବାଚନରେ ଆସନ୍ତି, ତେବେ ଦେଶବାସୀ କିଛି ବିଚାର କରିପାରନ୍ତି । କାରଣ ବିରୋଧୀଙ୍କୁ ଚିନ୍ତା କରିବାକୁ ପଡିବ ଦେଶବାସୀ ବିଧାନସଭା ନିର୍ବାଚନକୁ ଯେଉଁଭଳି ଦେଖୁଛନ୍ତି, ସେହିଭଳି ଭାବେ ଲୋକସଭା ନିର୍ବାଚନ ଦେଖୁଛନ୍ତି ନା ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.