ETV Bharat / bharat

ଦିଲ୍ଲୀରେ ଫେଲ ମାରିଛି Operation lotus, ସିସୋଦିଆଙ୍କୁ ଭରତରତ୍ନ ମିଳିବା ଉଚିତ କହିଲେ କେଜ୍ରିଓ୍ୱାଲ - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଦିଲ୍ଲୀ ରାଜନୀତିରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ । ସିସୋଦିଆଙ୍କ ପରେ ବିଜେପି ବିରୋଧରେ ବର୍ଷିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । କହିଲେ ଦିଲ୍ଲୀରେ ମଧ୍ୟ ଅପରେସନ ଲୋଟସ (Operation Lotus fails in Delhi) କରିବାକୁ ଚାହୁଁଥିଲା ବିଜେପି । ହେଲେ ବିଫଳ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀରେ ଫେଲ ମାରିଛି operation lotus କହିଲେ କେଜ୍ରିଓ୍ବାଲ

author img

By

Published : Aug 22, 2022, 9:49 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀିତିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପରେ BJP ଓ ଆମ ଆଦମୀ ପାର୍ଟି (AAP) ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ତୀବ୍ର ହେବାରେ ଲାଗିଛି । ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ ଆଣିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ସଂଧ୍ୟାରେ BJP ବିରୋଧରେ ବର୍ଷିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି, ‘‘ଅନ୍ୟ ରାଜ୍ୟଗୁଡିକ ପରି ଦିଲ୍ଲୀରେ ମଧ୍ୟ BJP ଅପରେସନ ଲୋଟସ (Operation lotus) ମାଧ୍ୟମରେ ସରକାର ଭାଙ୍ଗିବାକୁ ଉଦ୍ୟମ କରିଛି । କିନ୍ତୁ BJPକୁ ଏଥିରେ ସଫଳତା ମିଳିନାହିଁ (Operation Lotus fails in Delhi) ।’’

  • गुजरात की जनता अब समझ चुकी है कि अच्छे स्कूल-अस्पताल बनाना सिर्फ़ AAP को ही आता है। स्वास्थ्य के क्षेत्र में गुजरात की जनता को हमारी गारंटी। https://t.co/qUYUae4yJ9

    — Arvind Kejriwal (@ArvindKejriwal) August 22, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ସଙ୍ଗୀନ ଅଭିଯୋଗ ଆଣିଥିଲେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia)। ତାଙ୍କୁ ଦଳରେ ସାମିଲ କରିବା ପାଇଁ ବିଜେପି ଚାହୁଁଥିଲା । AAP ଛାଡି BJP ରେ ସାମିଲ ହେଲେ ତାଙ୍କ ବିରୋଧରେ ଚାଲିିଥିବା ସମସ୍ତ ମାମଲାର ତଦନ୍ତକୁ ବନ୍ଦ କାରାଯିବ ବୋଲି ବିଜେପି ପକ୍ଷରୁ ପ୍ରସ୍ତାବ ଆସିଥିବା ସିସୋଦିଆ କହଥିଲେ । ଏପରି ନକରିବାରୁ ତାଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ସେ ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ସେ ଦଳ ମୁଖ୍ୟ ତଥା ପ୍ରତିଷ୍ଠାତା କେଜ୍ରିଓ୍ବାଲଙ୍କ ନିଜର ରାଜନୈତିକ ଗୁରୁ ବୋଲି କହିବା ସହ କାହା ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ମଧ୍ୟ କହିଥିଲେ ସିସୋଦିଆ ।

ଏହାର କିଛି ଘଣ୍ଟା ପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିବା ସହ ସିସୋଦିଆଙ୍କୁ ଭାରତ ରତ୍ନ ମିଳିବା ଆବଶ୍ୟକ ବୋଲି କହିଛନ୍ତି । ଭାରତରତ୍ନ ପାଇବା ପାଇଁ ସିସୋଦିଆ ସମ୍ପୂର୍ଣ୍ଣ ଯୋଗ୍ୟ । ସିସୋଦିଆ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମଧ୍ୟ । ତାଙ୍କ ନେତୃତ୍ବରେ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିଛି । ସେ ଭାରତରତ୍ନ ପାଇବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ କିନ୍ତୁ, ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହଇରାଣ କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.