ETV Bharat / bharat

ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମପୁର ବାହାରିଲେ ରାହୁଲ, ବାଟରେ 50 ଲକ୍ଷ ଘୋଷଣା

ଲଖିମପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଲଖିମପୁର ପହଁଞ୍ଚିବା ପରେ ସର୍ବପ୍ରଥମେ ସାମ୍ବାଦିକ ରତନ କାଶ୍ୟପଙ୍କ ଘରକୁ ଯିବେ ରାହୁଲ ଓ ପ୍ରିୟଙ୍କା । ଅଧିକ ପଢନ୍ତୁ...

ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମପୁର ବାହାରିଲେ ରାହୁଲ, ବାଟରେ 50 ଲକ୍ଷ ଘୋଷଣା
ଭଉଣୀ ପ୍ରିୟଙ୍କାଙ୍କ ସହ ଲଖିମପୁର ବାହାରିଲେ ରାହୁଲ, ବାଟରେ 50 ଲକ୍ଷ ଘୋଷଣା
author img

By

Published : Oct 6, 2021, 7:55 PM IST

ଲକ୍ଷ୍ନୌ: ଲଖିମପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଉଭୟ ସୀତାପୁରରୁ ବାହାରି ଲଖିମପୁର ଖେରୀ ଯାଉଛନ୍ତି । ଏହାପୂର୍ବରୁ ପ୍ରିୟଙ୍କାଙ୍କୁ ଭେଟିବାକୁ ସୀତାପୁର ପହଁଞ୍ଚିଥିଲେ ରାହୁଲ । ତେବେ ରାତିରେ ହିଁ ରାହୁଲ ଦିଲ୍ଲୀ ଫେରିପାରନ୍ତି ବୋଲି କୁହାଯାଉଛି । ରାହୁଲଙ୍କ ସହ ଲଖିମପୁର ଯାଉଛନ୍ତି ପଞ୍ଜାବ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ବାଟରେ ପୀଡିତଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ।

ଲଖିମପୁର ପହଁଞ୍ଚିବା ପରେ ସର୍ବପ୍ରଥମେ ସାମ୍ବାଦିକ ରତନ କାଶ୍ୟପଙ୍କ ଘରକୁ ଯିବେ ରାହୁଲ ଓ ପ୍ରିୟଙ୍କା । ହିଂସାରେ ସାମ୍ବାଦିକ ରମଣ କାଶ୍ୟପଙ୍କ ମୃତ୍ୟୁ ହୋଇଛି । ଲଖିମପୁର ଖେରୀ ହିଂସାରେ ମୃତ ରମଣ କାଶ୍ୟପଙ୍କ ପରିବାର ସହ ମଙ୍ଗଳବାର ଫୋନ ଯୋଗେ କଥା ହୋଇ ସାନ୍ତ୍ବନା ଦେଇଥିଲେ ପ୍ରିୟଙ୍କା । ସେ ରମଣଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାଶ୍ୟପଙ୍କ ପରିବାରକୁ ଭେଟିବା ପରେ ହିଂସାରେ ମୃତ ଚାଷୀ ଲଭପ୍ରୀତ ସିଂହ ଓ ନଛତର ସିଂହଙ୍କ ପରିବାରକୁ ଭେଟିବେ । ହିଂସାରେ ୪ ଚାଷୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ବହରାଇଚର ହୋଇଥିବାବେଳେ ଅନ୍ୟ ୨ ଜଣ ଲଖିମପୁର ଖେରୀର ବୋଲି ଜଣାପଡିଛି ।

ଏପଟେ ମୁରାଦାବାଦ ନିକଟରେ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସ ନେତା ସଚିନ ପାଇଲଟ ଏବଂ ଲଖିମପୁର ଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ମୁରାଦାବାଦ ନିକଟରେ ପୋଲିସ ଗିରଫ କରିଛି। ସଚିନ ପାଇଲଟ କହିଛନ୍ତି ଯେ ପୋଲିସ ଆମକୁ ନେଉଛନ୍ତି । କେଉଁ ଆଡେ ନେଉଛି ତାହା ଜଣାନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପାଇଲଟ ।

ସୂଚନା ଥାଉକି, ଲକ୍ଷ୍ମୌ ବିମାନବନ୍ଦର ପହଁଞ୍ଚିବା ପରେ ରାହୁଲଙ୍କୁ ଅଟକାଇଥିଲା ଉତ୍ତରପ୍ରଦେଶ ପୋଲିସ । କାରଣ ରାହୁଲ ନିଜ ଗାଡିରେ ହିଁ ଲକ୍ଷ୍ମୀପୁର ଯିବାକୁ ଜିଦ ଧରିବସିଥିଲେ । ହେଲେ ପ୍ରଶାସନ ଏହାର ଅନୁମତି ଦେଇନଥିଲା । ଫଳରେ ଧାରଣାରେ ବସିଥିଲେ ରାହୁଲ । ଲକ୍ଷ୍ମୌରୁ ସିଧା ସୀତାପୁରରୁ ଆସିଥିଲେ ରାହୁଲ । ଏଠାରେ ଭାଇ ରାହୁଲଙ୍କୁ ଅପେକ୍ଷା କରିଥିଲେ ଭଉଣୀ ପ୍ରିୟଙ୍କା । ଉଭୟ ସାଙ୍ଗ ହୋଇ ଲଖିମପୁ ଖେରୀ ଗସ୍ତ କରୁଛନ୍ତି । ମଙ୍ଗଳବାର ସୀତାପୁରରୁ ହିଁ ପ୍ରିୟଙ୍କାଙ୍କୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.