ETV Bharat / bharat

ଚଳନ୍ତା ଟ୍ରେନ ଝରକାରେ ଫସିଲେ ବୃଦ୍ଧ; ଜୀବନ ବଞ୍ଚାଇଲେ ଯାତ୍ରୀ, ଦେଖନ୍ତୁ ଭୟାବହ ଦୃଶ୍ୟ

author img

By ETV Bharat Odisha Team

Published : Sep 2, 2023, 4:23 PM IST

ବିହାରରେ ଚଳନ୍ତା ଟ୍ରେନର ଝରକାରେ ଫସିଲେ ବୃଦ୍ଧ । ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧ ଯୋଗୁଁ ପରବର୍ତ୍ତୀ ଷ୍ଟେସନରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ବୃଦ୍ଧ । ଅଧିକ ପଢନ୍ତୁ

Etv Bharat
Etv Bharat
ଚଳନ୍ତା ଟ୍ରେନ ଝରକାରେ ଫସିଲେ ବୃଦ୍ଧ

ପାଟନା: ଚଳନ୍ତା ଟ୍ରେନର ଝରକାରେ ଲଟକିଲେ ବୃଦ୍ଧ । ଆଉ ଏପଟେ ଟ୍ରେନ ଭିତରେ ବସିଥିବା ଯାତ୍ରୀ ବୃଦ୍ଧଙ୍କୁ ଗାମୁଛାରେ ବାନ୍ଧି ବଞ୍ଚାଇବାକୁ କରୁଥିଲେ ଚେଷ୍ଟା । ଏହାରି ଭିତରେ ପୁରା ଟ୍ରେନରେ ଏକ ଭୟାବହ ସ୍ଥିତି ଉପୁଜିଥିଲା । ଜୀବନ ବଞ୍ଚାଇବାକୁ ବୃଦ୍ଧଙ୍କ ଆର୍ତ୍ତ ଚିତ୍କାର ଯାତ୍ରୀଙ୍କୁ ଭୟଭୀତ କରିଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ଘଟିବା ପୂର୍ବରୁ ଆସିଥିଲା ପରବର୍ତ୍ତୀ ଷ୍ଟେସନ । ଯାତ୍ରୀ ଜଣକ ଟ୍ରେନ ଭିତରୁ ବୃଦ୍ଧଙ୍କୁ ଗାମୁଛାରେ ଜାବୁଡି ଧରି ତାଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣା ବିହାର କଟିହାରରେ ଘଟିଛି ।

ଏହି ଭୟଙ୍କର ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା କଟିହାର ରେଳ ଡିଭିଜନ ଦାଲକୋଲା ଅଲୁଆବାଡି ଷ୍ଟେସନର । ଷ୍ଟେସନରେ ସିଲିଗୁଡ଼ି-କଟିହାର ଇଣ୍ଟରସିଟି ଏକ୍ସପ୍ରେସ ପହଞ୍ଚିଥିଲା । ଯାତ୍ରୀମାନେ ଟ୍ରେନରେ ଚଢିବା ପରେ ଏହା ଷ୍ଟେସନ ଛାଡିଥିଲା । କୁହାଯାଉଛି ଯେ ଠିକ ଏହି ସମୟରେ ଜଣେ ବୃଦ୍ଧ ହକର୍‌ ଟ୍ରେନ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଟ୍ରେନର କବାଟ ବନ୍ଦ ହୋଇଯାଇଥିଲା । ବୃଦ୍ଧ ଟ୍ରେନର ପାହାଚରେ ଚଢିଯାଇଥିବା ବେଳେ ଧୀରେ ଧୀରେ ଟ୍ରେନର ବେଗ ମଧ୍ୟ ବଢିଥିଲା । ଫଳରେ ବୃଦ୍ଧ ଜଣକ ଆଉ ଟ୍ରେନରୁ ଓହ୍ଲାଇପାରିନଥିଲେ ।

ଏହା ବି ପଢନ୍ତୁ- ଚଳନ୍ତା ଟ୍ରେନରୁ ଦୁଇ ଯୁବକଙ୍କୁ ଠେଲି ଦେଲେ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଏହାପରେ ବୃଦ୍ଧ ଜଣକ ଜୀବନ ବଞ୍ଚାଇବା ଲାଗି ଆର୍ତ୍ତ ଚିତ୍କାର କରିଥିଲେ । ସେ ଟ୍ରେନ ବଗିର କବାଟ ପାଖରେ ଥିବା ଝରକାକୁ ମଧ୍ୟ ଧରିଥିଲେ । ଟ୍ରେନ ଭିତରେ ଥିବା ଯାତ୍ରୀ ଜଣକ ଏକ ଗାମୁଛାରେ ବୃଦ୍ଧଙ୍କୁ ଜାବୁଡି ଧରିଥିଲେ । ଏହି ସମୟ ମଧ୍ୟରେ ଆସିଯାଇଥିଲା ପରବର୍ତ୍ତୀ ଷ୍ଟେସନ । ଫଳରେ ବୃଦ୍ଧଙ୍କ ଜୀବନ ବଞ୍ଚିଯାଇଥିଲା । ଏହି ଘଟଣାର ଦୃଶ୍ୟକୁ ଯାତ୍ରୀମାନେ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଯାହାକି ଏବେ ଭାଇରାଲ ହେଉଛି । ସେପଟେ ବୃଦ୍ଧଙ୍କ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ କରିଥିବା ଯାତ୍ରୀଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି କ୍ରମାଗତ ଭାବେ ଟ୍ରେନର ଫିଟନେସ ଯାଞ୍ଚ କରାଯାଉଛି ତେବେ ଏପରି ଘଟଣା କାହିଁକି ଘଟୁଛି ? କିପରି ଟ୍ରେନର କବାଟ ହଠାତ୍‌ କିପରି ବନ୍ଦ ହୋଇଗଲା ? ବୃଦ୍ଧଙ୍କ ସହିତ ଯଦି କୌଣସି ଅଘଟଣ ଘଟିଥାନ୍ତା ସେଥିଲାଗି କିଏ ଦାୟୀ ରହିଥାନ୍ତା ? ଏ ଦିଗରେ ରେଳ ବିଭାଗ ଅଧିକ ଯତ୍ନବାନ ହେବା ଆବଶ୍ୟକ ଥିବା ସାଧାରଣରେ ଚର୍ଚ୍ଚା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.