ETV Bharat / bharat

Odisha train crash: ଦୁର୍ଘଟଣା ପରର ଦୁର୍ଦ୍ଦଶା, ହାତରେ ମୃତକଙ୍କ ଫଟୋ ଓ ପରିଚୟ ପତ୍ର ଧରି ଖୋଜୁଛନ୍ତି ପରିଜନ

author img

By

Published : Jun 4, 2023, 5:36 PM IST

Updated : Jun 4, 2023, 6:37 PM IST

ଦୁର୍ଘଟଣା ପରେ ହୃଦୟ ବିଦାରକ ଦୃଶ୍ୟ । ଏବେ ସୁଦ୍ଧା ମଧ୍ୟ 187 ମୃତଦେହ ହୋଇପାରିନି ଚିହ୍ନଟ । ହାତରେ ମୃତକଙ୍କ ଫଟୋ ଓ ପରିଚୟ ପତ୍ର ଧରି ଖୋଜୁଛନ୍ତି ପରିଜନ । ଭୁବନେଶ୍ବରରେ ଜାରି ରହିଛି ମୃତଦେହ ହସ୍ତାନ୍ତରଣ ପ୍ରକ୍ରିୟା । ଏବେ ମଧ୍ୟ ଚିକିତ୍ସିତ 382 ଆହତ । ଅଧିକ ପଢନ୍ତୁ

ଏବେ ସୁଦ୍ଧା ମଧ୍ୟ 187 ମୃତଦେହ ହୋଇପାରିନି ଚିହ୍ନଟ

ଭୁବନେଶ୍ବର: ଦୁର୍ଘଟଣା ଯେତିକି ଭୟଙ୍କର ଥିଲା ତାକୁ ବଳିଗଲା ପରବର୍ତ୍ତୀ ଦୁର୍ଦ୍ଦଶା । ଧାଡି ଧାଡି ହୋଇ ରଖାଯାଇଛି ମୃତଦେହ । ବିଭିନ୍ନ ରାଜ୍ୟରୁ ଆସିଛନ୍ତି ସମ୍ପର୍କୀୟ । ହେଲେ ଏତେ ସଂଖ୍ୟକ ମୃତଦେହ ମଧ୍ୟରେ ସହଜ ହେଉନି ଚିହ୍ନଟ ପ୍ରକ୍ରିୟା । କିଏ ହାତରେ ମୃତକଙ୍କ ପରିଚୟ ପତ୍ର ଧରିଛନ୍ତି, ତ କେହି ମୋବାଇଲରେ ଫଟୋ ଦେଖାଉଛନ୍ତି । ଚିହ୍ନଟ ପ୍ରକ୍ରିୟା ସଠିକ ହେଲେ ମୃତଦେହ ହସ୍ତାନ୍ତର କରିବ ପ୍ରଶସାନ । ଭୁବନେଶ୍ବରରେ ଏପରି କିଛି ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ସୂତ୍ରରୁ ସୂଚନା ଅନୁସାରେ ମୋଟ 275 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା 187 ମୃତଦେହ ଚିହ୍ନଟ ହୋଇପାରିନାହିଁ । ମୃତଦେହ ଗୁଡିକୁ ରଖାଯାଇଥିବା ସ୍ଥାନରେ ସେମାନଙ୍କର ଫଟୋ ମଧ୍ୟ ଲଗାଇଛି ପ୍ରଶାସନ । ବିଭିନ୍ନ ରାଜ୍ୟରୁ ମୃତକଙ୍କ ସମ୍ପର୍କୀୟମାନେ ମଧ୍ୟ ଆସି ପହଞ୍ଚିଛନ୍ତି । ଫଟୋ ଦେଖି ସେମାନେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରୁଛନ୍ତି ।

ଫଟୋରେ ମୃତକଙ୍କୁ ଚିହ୍ନଟ କରୁଛନ୍ତି ପରିଜନ
ଫଟୋରେ ମୃତକଙ୍କୁ ଚିହ୍ନଟ କରୁଛନ୍ତି ପରିଜନ

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ମୋଟ ମୃତ୍ୟୁସଂଖ୍ୟା 275 । ପୂର୍ବରୁ ଦୁର୍ଘଟଣା ସ୍ଥଳ ଓ ବିଭିନ୍ନ ହସ୍ପିଟାଲରେ ଗଣତି ଅନୁସାରେ ଏହି ସଂଖ୍ୟା 288 କୁହାଯାଉଥିଲା । ତେବେ ଉଦ୍ଧାର ଅପରେସନ ଶେଷ ହେବା ପରେ ପୁନଃଗଣତିରେ ମୃତ୍ୟୁସଂଖ୍ୟା 275 ନେଇ ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ 78 ଟି ମୃତଦେହର ଚହ୍ନଟ ପ୍ରକ୍ରିୟା ଶେଷ କରାଯାଇ ପରବାର ସଦସ୍ୟଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇସାରିଛି । ଏବେ ଆଉ 10 ମୃତଦେହର ଚିହ୍ନଟ ହୋଇଛି । ସେମାନଙ୍କ ପରିଜନକୁ ହସ୍ତାନ୍ତର କରାଯିବ । ଅନ୍ୟ ଚିହ୍ନଟ ହୋଇନଥିବା ମୃତଦେହକୁ ସଂରକ୍ଷିତ ରଖାଯାଇଛି । ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରା ପ୍ରକ୍ରିୟା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ଜାରି କରାଯଇଛି । ମୃତକଙ୍କ ପରିଜନ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରି ସୂଚନା ପାଇପାରିବେ ।

ହାତରେ ଫଟୋ ଓ ପରିଚୟ ପତ୍ର ଦେଖାଉଛନ୍ତି ଜଣେ ମୃତକଙ୍କ ସମ୍ପର୍କୀୟ

ସଂରକ୍ଷିତ ରଖାଯାଇଛି ମୃତଦେହ
ସଂରକ୍ଷିତ ରଖାଯାଇଛି ମୃତଦେହ

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ଦୁର୍ଘଟଣା ପରେ ଅଧିକାଂଶ ମୃତଦେହ ବାଲେଶ୍ବରରେ ରହିଥିଲା । ଏଗୁଡିକ ମଧ୍ୟରୁ 187 ଅଚିହ୍ନିତ ମୃତଦେହ ଭୁବନେଶ୍ବର ଅଣାଯାଇଛି । ପ୍ରାୟ 85 ଆମ୍ବଲାନ୍ସ ଏହି ମୃତଦେହ ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରତ୍ୟେକ ଆମ୍ବଲାନ୍ସରେ ମାତ୍ର ଦୁଇଟି ମୃତଦେହ ଅଣାଯାଉଛି । ଭୁବନେଶ୍ବରର ଏକାଧିକ ବ୍ୟବଚ୍ଛେଦ ଗୃହରେ ଏଗୁଡିକ ସଂରକ୍ଷିତ ରଖାଯାଉଛି । ବିଭିନ୍ନ ରାଜ୍ୟରୁ ପରିଜନମାନେ ଆସି ମୃତଦେହ ଚିହ୍ନଟ କରିବାରେ ଲାଗିଛନ୍ତି ।

ମୃତଦେହ ଚିହ୍ନଟ କରିବା ବର୍ତ୍ତମାନ ସମୟର ପ୍ରମୁଖ ଆହ୍ବାନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ 3 ଟି ଓ୍ବେବସାଇଟ (srcodisha.nic.in., www.bmc.gov.in., and www.osdma.org)ରେ ମୃତଦେହର ଫଟୋ ଓ ପ୍ରାପ୍ତ ହୋଇଥିବା ଅନ୍ୟ ସୂଚନା ଅପଲୋଡ କରାଯାଉଛି । ଫଳରେ ଚିହ୍ନଟ ପ୍ରକ୍ରିୟା ଆହୁରି ସହଜ ହୋଇପାରିବ । ତେବେ ଯଦି କେହି ଓ୍ବେବସାଇଟରେ ସୂଚନା ପାଆନ୍ତି, ତେବେ ହେଲ୍ପଲାଇନ ନମ୍ବର -18003450061 /1929 (24A-7) ରେ ଯୋଗାଯୋଗ କଲେ ମୃତଦେହ ହସ୍ତାନ୍ତର କରାଯାଇପାରିବ ।

ସେହିପରି ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ମୋଟ 1,175 ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ 793 ଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇ ସାରିଲାଣି । ଏବେ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ମୋଟ 382 ଚିକିତ୍ସାଧୀନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 4, 2023, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.