ETV Bharat / bharat

Chandrayaan-3: ଓଡିଶାବାସୀଙ୍କ ପାଇଁ ଖୁସି ଆଉ ଗର୍ବର ବିଷୟ, ଚନ୍ଦ୍ରଯାନ-୩ ମିଶନରେ ରାଜ୍ୟର ବଡ ଅବଦାନ; କମ ଟଙ୍କାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ - ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର

ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓଡିଶା । ଏଥିରେ ଲାଗିଥିବା ପାଖାପାଖି ୭୫ ହଜାରରୁ ଅଧିକ ଯନ୍ତ୍ରାଂଶ ଭୁବନେଶ୍ଵରର ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟରରେ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

ଚନ୍ଦ୍ରଯାନ-୩ ମିଶନରେ ଓଡ଼ିଶାର ଅବଦାନ
ଚନ୍ଦ୍ରଯାନ-୩ ମିଶନରେ ଓଡ଼ିଶାର ଅବଦାନ
author img

By

Published : Jul 13, 2023, 8:00 PM IST

Updated : Jul 13, 2023, 8:15 PM IST

ଚନ୍ଦ୍ରଯାନ-୩ ମିଶନରେ ଓଡ଼ିଶାର ଅବଦାନ

ଭୁବନେଶ୍ବର: ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ମିଶନ। ଏହି ମିଶନରେ ଓଡ଼ିଶାର ଅନେକ ଅବଦାନ ରହିଛି । କାରଣ ପାଖାପାଖି ୭୫ ହଜାରରୁ ଅଧିକ ଯନ୍ତ୍ରାଂଶ ପ୍ରସ୍ତୁତି କରିଛି ଭୁବନେଶ୍ଵରର CTTC ( ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର)। ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର, ରୋଭର ଏବଂ ମହାକାଶ ଜାନ ପାଇଁ ଅଧିକାଂଶ ଯନ୍ତ୍ରାଂଶ ପ୍ରସ୍ତୁତି କରି ଇସ୍ରୋକୁ ପଠାଇଛି CTTC । ତେବେ ୧୫୦ ଜଣ ଟେକନିସିଆନ ଗତ ଏକ ବର୍ଷ ହେଲା କଠୋର ପରିଶ୍ରମ କରି ଏହି ଚନ୍ଦ୍ରଯାନ-୩ ମିଶନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତି କରିଛନ୍ତି।

ଯାହା ସମସ୍ତ ଯନ୍ତ୍ରାଂଶ ଇସ୍ରୋକୁ ପଠାଇଛି ଭୁବନେଶ୍ଵର ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର। ତେବେ ISRO ପାଇଁ ଗତ 23 ବର୍ଷ ଧରି କାମ କରି ଆସୁଛି ଭୁବନେଶ୍ବରରେ ଥିବା ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର। ଭାଲଭ, ଇଣ୍ଟରନାଲ ନାଭିଗେସନ ସିଷ୍ଟମ, ତାପମାତ୍ରା ନିୟନ୍ତ୍ରଣ ସେନସର, RGPD kମ୍ପୋନେଣ୍ଟ ଭଳି ଅନେକ ଯନ୍ତ୍ରାଂଶ ପ୍ରସ୍ତୁତ କରିଛି ଭୁବନେଶ୍ବର ସ୍ଥିତ CTTC।

୨୦୧୯ ମସିହା ଜୁଲାଇ ୨ ତାରିଖରେ ଚନ୍ଦ୍ରାୟାନ-୨ ମିଶନ ଆରମ୍ଭ ହୋଇଥିଲା। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ହୋଇଥିଲା ଦୃଘଟନା। ତେବେ ଏହା ପରେ ରାଡରରୁ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ଚନ୍ଦ୍ରଜାନ୍-2ର ବିଫଳତା ପରେ ଚନ୍ଦ୍ରଯାନ-୩ କିପରି ଭାବରେ ସଫଳତା ହାସଲ କରିପାରିବ ସେଥିପାଇଁ କଠୋର ପରିଶ୍ରମ କରିଛନ୍ତି ଅନେକ କମର୍ଚାରୀ। ତେବେ ଏହି ଯାନ ଆସନ୍ତାକାଲି ଅଭିଯାନ ଆରମ୍ଭ କରିବ।

ଏହା ମଧ୍ୟ ପଢନ୍ତୁ...Chandrayaan-3: ଉତକ୍ଷେପଣ କାଉଣ୍ଟଡାଉନ ଆରମ୍ଭ, ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ଆସନ୍ତା ୪୦ ରୁ ୪୫ ଦିନ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ ଏହି ଯାନ। ତେବେ ଗତ ଥର ଚନ୍ଦ୍ରଜାନ୍ ୨ ଫେଲ୍ ମାରିଥିବାବେଲେ ସେଥିରୁ ଅନେକ ଗୁଡ଼ିଏ ତଥ୍ୟ ଜାଣିବାକୁ ମିଳିଥିଲା। ଆସନ୍ତାକାଲି ଦିନ ୨ଟା ୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡ-୨ରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଯଦି ସବୁ କିଛି ଠିକ୍‌ ରୁହେ, ତେବେ ଅଗଷ୍ଟ ୨୩ ରେ ଦକ୍ଷିଣ ମେରୁରେ ଏହା ଅବତରଣ କରିବା ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇବାକୁ ଲକ୍ଷ୍ୟ ରଖା ଯାଇଛି ।

ତେବେ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ମିଶନର ଓଡ଼ିଶା ଭଳି ରାଜ୍ୟ ସାମିଲ ହୋଇ ଗର୍ବ ଅନୁଭବ କରିବା ସହିତ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି। ବର୍ତ୍ତମାନ CTTCର ୫୦ ଜଣ ଅଧିକାରୀ ବାଙ୍ଗାଲୋର ଇସ୍ରୋରେ ରହିଛନ୍ତି ବୋଲି କହିଛନ୍ତି CTTCର ଡିଜିଏମ ଏଲ୍ ରାଜଶେଖର। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବାବେଲେ ଆସନ୍ତାକାଲି ଅପରାହ୍ନ ସମୟରେ ଏହାକୁ ଲଞ୍ଚ କରାଯିବ। ଯଦି ଏହି ମିଶନ ସଫଳତାର ସହିତ ଲଞ୍ଚ କରେ ତେବେ ବିଶ୍ବରେ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶ ହେବ ଭାରତ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 13, 2023, 8:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.