ETV Bharat / bharat

ଓଡିଶା ମହାନଦୀରେ ଆବଶ୍ୟକତାଠୁ ଅଧିକ ପାଣି ଅଛି, ତଥାପି ପାଇବାକୁ ମିଳୁନାହିଁ: KCR

author img

By

Published : Jan 27, 2023, 10:09 PM IST

ଓଡିଶା ସମ୍ପର୍କରେ କେସିଆର କହିଛନ୍ତି, ‘‘ଓଡିଶାର ମହାନଦୀରେ କେତେ ପାଣି ଅଛି ? ଆମର ଆବଶ୍ୟକତା ଠାରୁ ଅଧିକ ପାଣି ମହାନଦୀରେ ଅଛି । ଓଡିଶା କେତେ ବ୍ୟବହାର କରୁଛି? 25 ରୁ 30 ପ୍ରତିଶତ ପାଣି ବ୍ୟବହାର ହେଉଛି । ବାକି ପାଣି 50 ବର୍ଷ ହେଲେ ସମୁଦ୍ରରେ ବୋହିଯାଉଛି । କାହିଁକି ଏହି ପାଣିକୁ ଓଡିଶାବାସୀ ପାଇବେ ନାହିଁ? ଏହି ପାଣି କାହିଁକି ପାଇପ ଯୋଗେ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ ନାହିଁ ।" ଅଧିକ ପଢନ୍ତୁ

Etv Bharat
Etv Bharat
ଓଡିଶା ମହାନଦୀରେ ଆବଶ୍ୟକତା ଠାରୁ ଅଧିକ ପାଣି ଅଛି, ତଥାପି ପାଇବାକୁ ମିଳୁନାହିଁ: KCR

ହାଇଦ୍ରାବାଦ: ଭାରତର ଭବିଷ୍ୟତ ପରିବର୍ତ୍ତନ ପାଇଁ ଭାରତର ବିଚାରଧାରାର ପରିବର୍ତ୍ତନ ପାଇଁ ଭାରତ ରାଷ୍ଟ୍ର ସମିତି ଜନ୍ମ ହୋଇଛି । ଏହି ମହାଯୁଦ୍ଧରେ ସାମିଲ ହେବା ପାଇଁ ସୁଦୂର ଓଡିଶାରୁ ଆପଣ ଆସିଥିବାରୁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଜଣାଉଛି । ଭାରତ ରାଷ୍ଟ୍ର ସମିତିକୁ ସ୍ବାଗତ କରୁଛି । ଅଭିନନ୍ଦନ ଜଣାଉଛି । ଆମକୁ ନେଇ ଅନେକ ଲୋକ ହସିବେ । ଅନେକ ଲୋକ କଟାକ୍ଷ କରିବେ । କିନ୍ତୁ ଆମେ ସଫଳ ହେବା । ଓଡିଶା ସମେତ ଭାରତର ଭବିଷ୍ୟତ ପରିବର୍ତ୍ତନ କରିବା । ଦେଶରେ ଆଗାମୀ ସରକାର କିଶାନ ସରକାର ହେବ । ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସ୍ଥିତ ହାଇଦ୍ରାବାଦ ଭବନରେ ଭାରତ ରାଷ୍ଟ୍ର ସମିତିର ମିଶ୍ରଣ ପର୍ବରେ ଓଡିଶାର ନେତା ମାନଙ୍କୁ ସ୍ବାଗତ କରି ଏହା କହିଛନ୍ତି ଭାରତ ରାଷ୍ଟ୍ର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।

ଏହାବି ପଢନ୍ତୁ- BRS ରେ ସାମିଲ ହେଲେ ଗିରିଧର ଗମାଙ୍ଗଙ୍କ ସମେତ ବହୁ ଓଡିଆ ନେତା

ଭାରତ ରାଷ୍ଟ୍ର ସମିତିରେ ଆଜି ବିଦ୍ଧିବଧ ଭାବେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ତାଙ୍କ ପତ୍ନୀ ହେମା ଗମାଙ୍ଗ ପୁଅ ଶିଶିର ଗମାଙ୍ଗ । ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାସଁଦା, ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, କୈଳାଶ ମୁଖୀ, ଏକାଧିକ ଯୁବ ଛାତ୍ର ଆଇନଜିବୀ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର) କହିଛନ୍ତି, ‘‘ଦେଶ ଆଜି ସ୍ବାଧିନତାର 75 ବର୍ଷ ଉତ୍ସବ ପାଳନ କରୁଛି । 75 ବର୍ଷ କିଛି କମ ସମୟ ନୁହେଁ । ହେଲେ ଆଜି ଆମେ କେଉଁଠି ଅଛେ । କାହିଁକି 75 ବର୍ଷ ପରେ ମଧ୍ୟ ସ୍ବଚ୍ଛ ପାନୀୟ ଜଳ ସମସ୍ତଙ୍କୁ ମିଳିପାରି ନାହିଁ । ଦେଶରେ ଆମେରିକା ଚୀନ ଠାରୁ ଅଧିକ ସମ୍ପତ୍ତି ରହିଛି । ଏତେ ସମ୍ପତ୍ତି ଥିବା ସତ୍ବେ ଆମ ଦେଶର ସ୍ଥାନ କେଉଁଠି ? ଦେଶର ଯୁବକ ଆଜି ବିଦେଶ ଯିବାକୁ ପ୍ରତିଯୋଗୀତା କରୁଛି । କାହିଁକି ଦେଶରେ ସେମାନଙ୍କୁ ସୁବିଧା ସୁଯୋଗ ମିଳୁନାହିଁ । ଆମ ପାଖରେ ସବୁ ଥାଇ ମଧ୍ୟ ଆମ ଜନତା ସମ୍ପତ୍ତି କାହିଁକି ଉପଭୋଗ କରିପାରୁ ନାହାଁନ୍ତି ।’’

ସେହିପରି କେସିଆର କହିଛନ୍ତି, ‘‘ଦେଶରେ ଅନେକ ନିର୍ବାଚନ ହେଇଛି । ଅନେକ ନେତା ଜିତୁଛନ୍ତି । ଅନେକ ମନ୍ତ୍ରୀ, ବିଧାୟକ ସାଂସଦ ପ୍ରଧାନମନ୍ତ୍ରୀ ହେଉଛନ୍ତି । ଦେଶ ବଦଳୁଛି । ନେତା ବଦଳୁଛନ୍ତି । କିନ୍ତୁ ଚାଷୀଙ୍କର ଗରୀବଙ୍କର ଭାଗ୍ୟ ବଦଳୁନାହିଁ । ନିର୍ବାଚନରେ ପାର୍ଟି ଜିତୁଛି । ନେତା ଜିତୁଛନ୍ତି । ହେଲେ ଜନତା ହାରୁଛନ୍ତି । ହିନ୍ଦୁସ୍ଥାନର ରାଜନୀତିରେ ଗମ୍ଭୀର ପରିବର୍ତ୍ତନର ଜରୁରୀ ଅଛି । ନିର୍ବାଚନରେ ନେତା ନୁହେଁ ଜନତାଙ୍କ ବିଜୟ ଜରୁରୀ । ଆଜି ଦେଶର କଣ ଲକ୍ଷ୍ୟ ଅଛି କି? ଆଜି ଦେଶ ଲକ୍ଷ୍ୟଚ୍ୟୁତ ହୋଇସାରିଛି । କିଛି ଦଳ କେବଳ ନିର୍ବାଚନ ଜିତିବା ପାଇଁ କାମ କରୁଛନ୍ତି । ଦେଶ ନିର୍ମାଣ କରୁନାହାଁନ୍ତି । କିଛି ଷଡଯନ୍ତ୍ରକାରୀ ଦେଶକୁ ଭାଗ ଭାଗ କରିବାରେ ଲାଗିଛନ୍ତି । ତେଣୁ ଦେଶର ରାଜନୀତିକୁ ପୁରା ପରିବର୍ତ୍ତନ କରିବାକୁ ପଡିବ ।’’

ଏହାବି ପଢନ୍ତୁ- Indus Waters Treaty: ରଦ୍ଦ ହେବ ସିନ୍ଧୁ ଜଳ ଚୁକ୍ତି ! ଭାରତ ପଠାଇଲା ନୋଟିସ

ସେହିଭଳି ଓଡିଶା ସମ୍ପର୍କରେ କେସିଆର କହିଛନ୍ତି, ‘‘ଓଡିଶାର ମହାନଦୀରେ କେତେ ପାଣି ଅଛି ? ଆମର ଆବଶ୍ୟକତା ଠାରୁ ଅଧିକ ପାଣି ମହାନଦୀରେ ଅଛି । ଓଡିଶା କେତେ ବ୍ୟବହାର କରୁଛି? 25 ରୁ 30 ପ୍ରତିଶତ ପାଣି ବ୍ୟବହାର ହେଉଛି । ବାକି ପାଣି 50 ବର୍ଷ ହେଲେ ସମୁଦ୍ରରେ ବୋହିଯାଉଛି । କାହିଁକି ଏହି ପାଣିକୁ ଓଡିଶାବାସୀ ପାଇବେ ନାହିଁ? ଏହି ପାଣି କାହିଁକି ପାଇପ ଯୋଗେ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ ନାହିଁ । ମହାନଦୀ ପାଣି କାହିଁକି ଚାଷୀର ଖେତକୁ ଯିବ ନାହିଁ । ଖାଲି ମହାନଦୀ ନୁହେଁ ରାଜ୍ୟରେ ବ୍ରାହ୍ମଣୀ, ବୈତରଣୀ ଭଳି ଅନେକ ନଦୀ ରହିଛି । ଏହାସତ୍ବେ ପିଇବାକୁ ସ୍ବଚ୍ଛ ପାଣି ଚାଷ ଜମିକୁ ପାଣି ମିଳିପାରୁ ନାହିଁ । ଓଡିଶାରେ ଏକାଧିକ ବିଦ୍ୟୁତ ପ୍ଲାଣ୍ଟ ରହିଛି । ଢେଙ୍କାନାଳ, ତାଲଚେରରେ ପ୍ରଚୁର କୋଇଲା ରହିଛି । ଏହାସତ୍ବେ କାହିଁକି ରାଜ୍ୟରେ ବିଦ୍ୟୁତ ସଂକଟ । କାହିଁକି ଓଡିଶାବାସୀଙ୍କୁ 24 ଘଣ୍ଟିଆ ବିଜୁଳି ମିଳୁନାହିଁ? ଆମ ପାଖରେ ପ୍ରଚୁର ସମ୍ପତି ରହିଛି । ଓଡିଶାରେ ବିଶ୍ବର ସର୍ବୋକୃଷ୍ଟ ସର୍ବୋତ୍ତୋମ କୋଇଲା ରହିଛି । ତଥାପି ବିଜୁଳି ମିଳୁନାହିଁ । ଓଡିଶାର ଭବିଷ୍ୟତ ନିର୍ମାଣ ପାଇଁ ଦେଶର ପ୍ରଗତୀ ପାଇଁ ବିଆରଏସ କାମ କରିବ । ଆଗାମୀ ସରକାର କିଶାନ ସରକାର ହେବ ।"

ମିଶ୍ରଣ ପର୍ବରେ ତେଲେଙ୍ଗାନାର ଉଦାହାରଣ ଦେଇ କେସିଆର କହିଛନ୍ତି ଓଡିଶାରେ ଛୋଟ ବଡ 30ରୁ ଅଧିକ ନଦୀ ଅଛି । ଖଣି ଅଛି । ଜମି ଅଛି । କିନ୍ତୁ 24 ଘଣ୍ଟିଆ ବିଜୁଳି କି ପାଣି ମିଳିପାରୁନାହିଁ । 8 ବର୍ଷ ତଳେ ଗଠିତ ତେଲେଙ୍ଗାନାରେ ଗୋଟିଏ ମଧ୍ୟ ନଦୀ ନାହିଁ । ଖଣି ନାହିଁ । ତଥାପି ଆଜି ତେଲେଙ୍ଗାନା ଚାଷୀ ଡବଲ ଚାଷ କରୁଛନ୍ତି । 24 ଘଣ୍ଟିଆ ବିଜୁଳି ମିଳୁଛି । ଲୋକଙ୍କ ଘରକୁ ପାଇପ ଯୋଗେ ପାଇବା ପାଣି ଘରେ ମିଳୁଛି । ଭାରତ ରାଷ୍ଟ୍ର ସମିତିର ଲକ୍ଷ୍ୟ ଯୋଜନା ବିସ୍ତୃତ ଭାବେ ବର୍ଣ୍ଣନା କରି କେସିଆର ଓଡିଶା ନେତାଙ୍କ ମନରେ ଉତ୍ସାହ ଭରିଛନ୍ତି ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.