ETV Bharat / bharat

BRS ରେ ସାମିଲ ହେଲେ ଗିରିଧର ଗମାଙ୍ଗଙ୍କ ସମେତ ବହୁ ଓଡିଆ ନେତା

author img

By

Published : Jan 27, 2023, 6:46 PM IST

Updated : Jan 27, 2023, 9:35 PM IST

ବିଆରଏସରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଗିରିଧର ଗମାଙ୍ଗ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ପୂର୍ବତନ ସାଂଦସ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, କୈଳାଶ ମୁଖୀ, ଏକାଧିକ ଯୁବ ଛାତ୍ର ଆଇନଜୀବୀ ପ୍ରମୁଖ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
BRSରେ ସାମିଲ ହେଲେ ଗିରିଧର ଗମାଙ୍ଗଙ୍କ ସମେତ ବହୁ ଓଡିଆ ନେତା

ହାଇଦ୍ରାବାଦ: ଓଡିଶା ରାଜନୀତିରେ ନୂଆ ଅଧ୍ୟାୟ । ଭାରତ ରାଷ୍ଚ୍ର ସମିତି (ବିଆରଏସ) ରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସମେତ ପୁରା ପରିବାର । ହାଇଦ୍ରାବାଦ ସ୍ଥିତ ତେଲେଙ୍ଗାନା ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ଉପସ୍ଥିତିରେ ରାଜ୍ୟର ଏକାଧିକ ନେତା, ପୂର୍ବତନ ବିଧାୟକ, ସାଂସଦ, ଚାଷୀ ନେତା ଓ ଯୁବ ନେତା ମଧ୍ୟ ସାମିଲ ହୋଇଛନ୍ତି ।

ଏହାବି ପଢନ୍ତୁ- ବିଜେପି ଛାଡିବେ ଗିରିଧର ଗମାଙ୍ଗ ! BRSରେ ହେବେ ସାମିଲ

ବିଆରଏସରେ ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଗିରିଧର ଗମାଙ୍ଗ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ପୂର୍ବତନ ସାଂଦସ ଜୟରାମ ପାଙ୍ଗୀ, ରାମଚନ୍ଦ୍ର ହାସଁଦା ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, କୈଳାଶ ମୁଖୀ, ଏକାଧିକ ଯୁବ ଛାତ୍ର ଆଇନଜୀବୀ ପ୍ରମୁଖ ସାମିଲ ହୋଇଛନ୍ତି ।

ମୂଳ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଜାତୀୟ ଦଳ ଭାରତ ରାଷ୍ଟ୍ର ସମିତିରେ ପରିଣତ କରିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବେ ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି । ପ୍ରଥମ ପଦକ୍ଷେପ ସୂରୂପ ତେଲେଙ୍ଗାନାର ପଡୋଶୀ ରାଜ୍ୟ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ଆଖି ପକାଇଛନ୍ତି କେସିଆର । ଓଡିଶାରେ ବିଆରଏସର ଶାଖା ପ୍ରଶାଖାକୁ ସଶକ୍ତ କରିବା ପାଇଁ କେସିଆର ବଡ ଯୋଜନା କରିଛନ୍ତି । ପ୍ରଥମେ ଦକ୍ଷିଣ ଓଡିଶାର ପ୍ରମୁଖ ନେତା ମାନଙ୍କୁ ଦଳରେ ସାମିଲ କରିବା ପରେ, ଆସନ୍ତା ମାସରେ ନିଜେ ଓଡିଶା ଗସ୍ତ କରିବେ । ଏହାସହ ସାରା ରାଜ୍ୟରେ ଦଳର ସଭ୍ୟ ସଂଖ୍ୟା ବୃଦ୍ଧି ସହ ଅଧିକରୁ ଅଧିକ ଓଡିଆ ନେତାଙ୍କୁ ନିଜ ଦଳରେ ସାମିଲ କରିବେ । ଯୋଜନା ଅନୁସାରେ ଦଳ ଆସନ୍ତାବର୍ଷ ସମସ୍ତ 147 ବିଧାନସଭା ଆସନରେ ପ୍ରାର୍ଥୀ ଦେବା ସହ ଲୋକସଭା ନିର୍ବାଚନ ମଧ୍ୟ ଲଢିବ । ଏଥିପାଇଁ ଏବେ ଠାରୁ ଜୋରଦାର ଅଭିଯାନ ଆରମ୍ଭ ହେବ ।

ଗତ 13 ତାରିଖରେ ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କୁ ସାକ୍ଷାତ କରିଥିଲେ ଗମାଙ୍ଗ ବାପ ପୁଅ । ସେହିଦିନ ଗମାଙ୍ଗ ବାପ ପୁଅ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତିରେ ଚଳିତ ମାସ ଶେଷ ସୁଦ୍ଧା ସାମିଲ ହେବେ ବୋଲି ପ୍ରଥମେ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହୋଇଥିଲା । ଜାନୁୟାରୀ 17 ଖମାମ ଜାତୀୟ ସମାବେଶ ପରେ ପରେ ବିଆରଏସର ମିଶ୍ରଣ ପର୍ବ ଆରମ୍ଭ ହେବ ବୋଲି ‘ଇଟିଭି ଭାରତ’ ଜାନୁୟାରୀ 13 ରେ କରିଥିବା ଖବର ପ୍ରସାରଣ ଏବେ ସତ୍ୟ ହୋଇଛି । କେସିଆରଙ୍କୁ ଗମାଙ୍ଗ ବାପ ପୁଅଙ୍କ ସାକ୍ଷାତ ପରେ ପରେ ବିଆରଏସରେ ସାମିଲ ହେବାକୁ ଓଡିଶା ନେତାଙ୍କ ଲମ୍ବା ଲାଇନ ଲାଗିଥିଲା । କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଚାଷୀ ନେତା ଅକ୍ଷୟ କୁମାର ଶେଷଦେବ ନନ୍ଦ, ଏକାଧିକ ଆଇନଜୀବୀ ଛାତ୍ର ଯୁବ ନେତା ପ୍ରମୁଖ କେସିଆରଙ୍କୁ ସାକ୍ଷାତ କରି ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ । ଏହାପରେ ଆଜି ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଇଟିଭି ଭାରତ, ହାଇଦ୍ରାବାଦ

Last Updated : Jan 27, 2023, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.