ETV Bharat / bharat

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ, ଓଡିଶାର ଦେବାଶିଷ ପଣ୍ଡା ଟପ୍ପର - ଓଡିଶାର ଦେବାଶିଷ ପଣ୍ଡା ଟପ୍ପର

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ । ଚଳିତ ବର୍ଷ ମାର୍ଚ୍ଚ 16ରୁ18 ପର୍ଯ୍ୟନ୍ତ ହୋଇଥିଲା ଜେଇଇ ମେନ ପରୀକ୍ଷା । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ
ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ
author img

By

Published : Mar 25, 2021, 10:21 AM IST

Updated : Mar 25, 2021, 7:12 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ । ଚଳିତ ବର୍ଷ ମାର୍ଚ୍ଚ 16ରୁ18 ପର୍ଯ୍ୟନ୍ତ ଚାଲିଥିଲା ଜେଇଇ ମେନ ପରୀକ୍ଷା । ପରୀକ୍ଷାର 6 ଦିନ ପରେ ଫଳ ପ୍ରକାଶ କରିଛି ନ୍ୟାସନାଲ ଟେଷ୍ଟ ଏଜେନ୍ସି ।

ମୋଟ 6 ଲକ୍ଷ 19ହଜାର 638ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । 13ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଭାରତ ବାହାରେ 12ଟି ସହରକୁ ମିଶାଇ 334ଟି ସହରରେ 792ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । କାରଗିଲ ଓ କୁଆଲାଲମପୁରରେ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀଙ୍କ ଅନୁରୋଧରେ ଜେଇଇ ପରୀକ୍ଷା କରାଯାଇଥିଲା ।

ବି.ଇ ଓ ବି.ଟେକ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚ 16ରୁ18 ପର୍ଯ୍ୟନ୍ତ ହୋଇଥିଲା । ଏହି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷା ପ୍ରଥମ ଥର ପାଇଁ 13ଟି ଭାଷାରେ ହୋଇଥିଲା । ପରୀକ୍ଷାରେ ଓଡିଶାର ଦେବାଶିଷ ପଣ୍ଡା 99.9 ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଭାରତରେ ତେଲେଙ୍ଗାନାର ବାନୁର ରୋହିତ କୁମାର ରେଡ୍ଡୀ ଶତ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2021, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.