ETV Bharat / bharat

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଲା Novovax ଟିକା - ନୋଭୋଭାକ୍ସ କୋରୋନା ଭ୍ୟାକ୍ସିନ

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭୋଭାକ୍ସ (Novavax) କୋରୋନା ଭ୍ୟାକ୍ସିନକୁ 12 ରୁ 18 ବର୍ଷ ବୟସର କିଶୋରମାନଙ୍କ ମଧ୍ୟରେ ପ୍ରଥମ ଜରୁରୀକାଳୀନ ବ୍ୟବହାର ପାଇଁ ଘୋଷଣା କରିଛି । ଅଧିକ ପଢନ୍ତୁ

ovovax କୋରୋନା ଭ୍ୟକ୍ସିନକୁ ମିଳିଲା ଜରୁରୀକାଳୀନ ବ୍ୟବହାର ଅନୁମତି

author img

By

Published : Mar 23, 2022, 7:37 AM IST

ନୂଆଦିଲ୍ଲୀ: ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକାକରଣ ଜାରି ରହିଛି । ଭାରତୀୟ ସଂସ୍ଥା ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ ଟିକା କୋର୍ବେଭ୍ୟାକ୍ସକୁ ଏହି ଡ୍ରାଇଭରେ ବ୍ୟବହାର ପାଇଁ ଅନୁମତି ମିଳିଛି । ଏହାରି ଭିତରେ ଆଉ ଏକ ଟିକାକୁ ଅନୁମତି ମିଳିଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭୋଭାକ୍ସ (Novavax) କୋରୋନା ଭ୍ୟାକ୍ସିନକୁ 12 ରୁ 18 ବର୍ଷ ବୟସର କିଶୋରମାନଙ୍କ ମଧ୍ୟରେ ପ୍ରଥମ ଜରୁରୀକାଳୀନ ବ୍ୟବହାର ପାଇଁ ଘୋଷଣା କରିଛି ।

ନୋଭୋଭାକ୍ସ ସରାକାରୀ ବିବୃତ୍ତିରୁ ଏହା ଜଣାପଡିଛି ଯେ ଏହି ଭ୍ୟାକ୍ସିନକୁ NVX-CoV2373 ମଧ୍ୟ କୁହାଯାଉଛି । ଭାରତରେ ବ୍ରାଣ୍ଡ ନାମ ନୋଭୋଭାକ୍ସ ରଖାଯାଇ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ବଜାରକୁ ପଠାଯାଇଛି । ୧୨ରୁ ୧୮ ବର୍ଷ କିଶୋରଙ୍କ ପାଇଁ ଏହା ପ୍ରଥମ ପୋଷଣଯୁକ୍ତ ଟିକା ।

ନିକଟରେ ମହାମାରୀକୁ ପ୍ରତିହତ ପାଇଁ ଡିସିଜିଆ କୋର୍ବେଭ୍ୟାକ୍ସକୁ ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ବର୍ତ୍ତମାନ ନୋଭୋଭାକ୍ସକୁ ଅନୁମତି ମିଳିଥିବାରୁ ବେଶ ଖୁସିବ୍ୟକ୍ତ କରିଛନ୍ତି ନୋଭୋଭାକ୍ସ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟାଲିନ ସି ୟର୍କ । ଏହି ଟିକାକୁ ଅନୁମତି ଦେବା କୋରୋନା ବିରୋଧରେ ଏକ ପ୍ରଭାବଶାଳୀ ଓ ନିରାପଦ ସେବା ଯୋଗାଇବ ବୋଲି କହିଛନ୍ତି ନୋଭୋଭାକ୍ସ ସଭାପତି ।

ଭାରତ ବଜାରକୁ ନୋଭୋଭାକ୍ସକୁ ଅନୁମତି ମିଳିବା ପ୍ରତିଷେଧକ ଉପରେ ଆଉ ଏକ ଗରୁତ୍ବପୂର୍ଣ୍ଣ ମାଇଲଷ୍ଟୋନ ବୋଲି କହିଛନ୍ତି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା । ଆମେ ଏହି ପୋଷଣଯୁକ୍ତ ଭ୍ୟାକ୍ସିନକୁ ନିରାପଦା ପାଇଁ ବ୍ୟବହାର ପାଇଁ ଅନୁମତି ପାଇଥିବାକୁ ଗର୍ବିତ ବୋଲି କହିଛନ୍ତି ପୁନାୱାଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.