ETV Bharat / bharat

ରାହୁଲଙ୍କ ଗାନ୍ଧୀଙ୍କୁ ଜବାବ ଦେଲା ବିଜେପି, କହିଲା ଇଏ ନେହେରୁଙ୍କ ଭାରତ ନୁହେଁ

author img

By

Published : Dec 17, 2022, 12:47 PM IST

ରାହୁଲଙ୍କ ଗାନ୍ଧୀଙ୍କ ଆମ ସରକାର ଶୋଇଥିବା ମନ୍ତବ୍ୟରେ କଡା ଜବାବ ଦେଲା ବିଜେପି । କହିଲା ଇଏ ନେହେରୁଙ୍କ ଭାରତ ନୁହେଁ । ଅଧିକ ପଢନ୍ତୁ

ରାହୁଲଙ୍କ ଗାନ୍ଧୀଙ୍କୁ ଜବାବ ଦେଲା ବିଜେପି
ରାହୁଲଙ୍କ ଗାନ୍ଧୀଙ୍କୁ ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ହେଲେ ଆମ ସରକାର ଶୋଇଛି । ଗତକାଲି ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହିକଥା କହିଥିଲେ । ଏବେ ଏହି ବୟାନର କଡା ଜବାବ ଦେଇଛି ବିଜେପି । ବିଜେପି ମୁଖପାତ୍ର ରାଜ୍ୟବର୍ଦ୍ଧନ ସିଂ ରାଠୋର ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି, ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କର ଜେଜେ ଜବାହରଲାଲ୍ ନେହେରୁଙ୍କ ୧୯୬୨ର ଭାରତ ନୁହେଁ, ଏହା ମୋଦିଙ୍କ ଭାରତ (This Isn't Nehru's India) ।'' କଂଗ୍ରେସ ନେତା ଏପରି ମନ୍ତବ୍ୟ ଦେଇ ଭାରତୀୟ ସେନାକୁ ନିରୁତ୍ସାହିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଠୋର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଚୀନ ସହ ବୁଝାମଣା କରାଯାଉ ବୋଲି ରାହୁଲ ଗାନ୍ଧୀ ଚାହୁଁଛନ୍ତି । ସେ ଚୀନର ଏତେ ନିକଟତର ଯେ, ଆଗକୁ ଚୀନ କଣ କରିବ ତାଙ୍କୁ ଜଣା । ୧୯୬୨ ମସିହାର ଚୀନ ଭାରତ ଯୁଦ୍ଧର ଉଦାହରଣ ଦେଇ ସେ କହିଛନ୍ତି, ନେହେରୁ ଚୀନ ପାଖରେ ୩୭,୨୪୨ ସ୍କୋୟାର କିଲୋମିଟର ହରାଇଥିଲେ । ସେତେବେଳେ ସେ ଶୋଇଥିଲେ । ରାହୁଲ ଗାନ୍ଧୀ ଜାତୀୟ ସୁରକ୍ଷାକୁ ନେଇ ଏହିଭଳି ଦାୟିତ୍ବହୀନ ମନ୍ତବ୍ୟ ଦେବା ଅନୁଚିତ୍ ।''

ଏହାମଧ୍ୟ ପଢନ୍ତୁ: ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ସରକାର ଲୁଚାଉଛନ୍ତି ସତ: ରାହୁଲ

ରାହୁଲ ଗାନ୍ଧୀଙ୍କ ଜେଜେବାପା ଦେଶର ଜମି ହରାଇଥିଲେ । ଏବେ ରାହୁଲ ଚୀନ ସହ ବୁଝାମଣା କରିବା ଦରକାର ବୋଲି ଭାବୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିଥିବା ରାଠୋର କହିଛନ୍ତି ଯେ, ୨୦୧୪ରେ ମୋଦି ସରକାର ଆସିବା ପରଠୁ ସୀମା ଭିତ୍ତିଭୂମି ସୁଦୃଢ କରିବା ପାଇଁ ବ୍ୟୟକୁ ତିନି ଗୁଣା ବଢାଯାଇଛି । ଦେଶ ଏବେ ଦୃଢତାର ସହ ସୀମା ଓ ନିଜ ଭୂଖଣ୍ଡର ସୁରକ୍ଷା କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.