ETV Bharat / bharat

India-Canada tussle: ‘ପାକିସ୍ତାନର ଆଭିମୁଖ୍ୟକୁ କେହି ଗମ୍ଭୀରତାର ସହ ନିଅନ୍ତିନି’

author img

By ETV Bharat Odisha Team

Published : Sep 21, 2023, 7:44 PM IST

ଭାରତ-କାନାଡା ମଧ୍ୟରେ ବିବାଦର ପ୍ରବେଶ କଲା ପାରମ୍ପରିକ ଶତ୍ରୁ ପାକିସ୍ତାନ । ଭାରତ କହିଲା ପାକିସ୍ତାନ ଆଭିମୁଖ୍ୟ କିଛି ପ୍ରାସଙ୍ଗିକତା ରଖେ ନାହିଁ । ଅଧିକ ପଢନ୍ତୁ

India-Canada tussle: ‘ପାକିସ୍ତାନ ଆଭିମୁଖ୍ୟକୁ କେହି ଗମ୍ଭୀରତାର ସହ ନିଅନ୍ତିନାହିଁ’

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ-କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ମଧ୍ୟରେ ପ୍ରବେଶ କରିଛି ଭାରତର ପାରମ୍ପରିକ ଶତ୍ରୁ ପାକିସ୍ତାନ । ତେବେ ଏହି ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟକୁ ଗୁରୁତ୍ବ ଦେବାର କୌଣସି ଆବଶ୍ୟକତା ନଥିବା ବିଦେଶ ମନ୍ତ୍ରଣାଳୟ କହିଛି । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, କୌଣସି ପ୍ରସଙ୍ଗରେ ପାକିସ୍ତାନର ମନ୍ତବ୍ୟ କିମ୍ବା ଆଭିମୁଖ୍ୟକୁ କୌଣସି ଦେଶ ଗମ୍ଭୀରତାର ସହ ନିଅନ୍ତି ନାହିଁ ।

ଗତକାଲି (ବୁଧବାର) ଏହି ପ୍ରସଙ୍ଗରେ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟର ମନ୍ତବ୍ୟ ସାମ୍ନାକୁ ଆସିଥିଲା । ଭାରତ ନିଜ କ୍ଷେତ୍ର ବାହାରେ ଯେଉଁ ଆତଙ୍କବାଦ ଚଳାଇ ଆସିଛି, ତାହା ଏବେ ବିଶ୍ବସ୍ତରରେ ପହଞ୍ଚିଛି ବୋଲି ପାକିସ୍ତାନ କହିଥିଲା । ପାକିସ୍ତାନ ଭାରତୀୟ ଗୁଇନ୍ଦା ସଂସ୍ଥା RAW ଦ୍ୱାରା ଅନେକ ହତ୍ୟାକାଣ୍ଡରେ ଟାର୍ଗେଟ ହୋଇଛି ବୋଲି ପାକିସ୍ତାନ କହିଥିଲା । ସେହିପରି ଜୁନ୍ 2021ରେ ଲାହୋର ଆକ୍ରମଣରେ ଭାରତର ସମ୍ପୃକ୍ତି ନେଇ ଗତ ବର୍ଷ ଡିସେମ୍ବରରେ ପାକିସ୍ତାନ ଅଭିଯୋଗ କରିଥିଲା । ଏବେ ପୁଣି କାନାଡା ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ଭାରତକୁ ଟାର୍ଗେଟ କରିଛି ପାକିସ୍ତାନ ।

ଆଜି (ଗୁରୁବାର) ନିୟମିତ ସାପ୍ତାହିକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ବାଗଚି କହିଛନ୍ତି, ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ପାକିସ୍ତାନ ପ୍ରବେଶ କରିଛି । ହେଲେ ପାକିସ୍ତାନ ମନ୍ତବ୍ୟକୁ କେହି ଗମ୍ଭୀରତାର ନିଅନ୍ତି ନାହିଁ । ତେଣୁ ଏହି ପ୍ରସଙ୍ଗରେ ପାକିସ୍ତାନ ଆଭିମୁଖ୍ୟ ଭାରତ ପାଇଁ କୌଣସି ପ୍ରାସଙ୍ଗିକତା ରଖେ ନାହିଁ ।

ଏହା ମଧ୍ୟ ପଢନ୍ତୁ :- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ

ଆଜି (ଗୁରୁବାର) ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି କହିଛନ୍ତି, ‘‘କାନାଡାରେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ଘଟଣାରେ ଭାରତର ଭୂମିକା ଥିବା ନେଇ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଯେଉଁ ଅଭିଯୋଗ କରିଛନ୍ତି, ସେ ସମ୍ପର୍କରେ କାନାଡା ନିକଟରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ପ୍ରମାଣ ଥିଲେ ଭାରତକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଟରାଣ୍ଟୋକୁ ନୂଆଦିଲ୍ଲୀ କହିସାରିଛି । ଯଦି ଏପରି କୌଣସି ପ୍ରମାଣ ଆସେ, ତେବେ ଭାରତ ତଦନ୍ତ ଆରମ୍ଭ ବୋଲି କୁହାଯାଇଥିଲା । ମାତ୍ର ସେମାନେ କୌଣସି ପ୍ରମାଣ ଦେବାରେ ଅସମର୍ଥ । ତେଣୁ ଏହା ସ୍ପଷ୍ଟ ଯେ, ଟ୍ରୁଡୋଙ୍କର ଭାରତ ବିରୋଧରେ ଏହି ଗମ୍ଭୀର ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.