ETV Bharat / bharat

ବଙ୍ଗ ବିଭୂଷଣ ପୁରସ୍କାରକୁ ନୋବେଲ ବିଜେତା ଅମର୍ତ୍ୟ ସେନ୍‌ଙ୍କ ପ୍ରତ୍ୟାଖ୍ୟାନ - ବଙ୍ଗ ବିଭୂଷଣ ଆୱାର୍ଡ

ବଙ୍ଗ ବିଭୂଷଣ ଆୱାର୍ଡକୁ ନୋବେଲ ବିଜେତା ଅମର୍ତ୍ୟ ସେନଙ୍କ ପ୍ରତ୍ୟାଖ୍ୟାନ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ପୁରସ୍କାରଟି ଦିଆଯାଇଥାଏ । ଅଧିକ ପଢନ୍ତୁ

Banga Vibhushan Award: ପୁରସ୍କାରକୁ ନୋବେଲ ବିଜେତା ଅମୃତ୍ୟ ସେନଙ୍କ ପ୍ରତ୍ୟାଖ୍ୟାନ

author img

By

Published : Jul 25, 2022, 11:47 AM IST

କୋଲକାତା: ନୋବେଲ ବିଜେତା ଅମର୍ତ୍ୟ ସେନ ବଙ୍ଗ ବିଭୂଷଣ ଆୱାର୍ଡକୁ (Banga Vibhushan award) ଗ୍ରହଣ କରିବାକୁ ଅସ୍ବୀକାର କରିଛନ୍ତି । ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏହି ପୁରସ୍କାରଟି ଦିଆଯାଇଥାଏ । ସେନ୍‌ଙ୍କ ପରିବାର ଏ ନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଓ ସଂସ୍କୃତି ବିଭାଗ ଘୋଷଣା କରିଥିଲା ଯେ ଚଳିତ ବର୍ଷ 'ବଙ୍ଗ ବିଭୂଷଣ' ପୁରସ୍କାରରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନଙ୍କୁ ସମ୍ମାନିତ କରାଯିବ । ତାଙ୍କୁ ରାଜ୍ୟ ସରକାରଙ୍କ ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଯାଇଥିଲା । ତେବେ ଏହି ସମ୍ମାନ ଗ୍ରହଣ କରିବାକୁ ଚାହଁନଥିବା ସୂଚନା ଦେଇଛନ୍ତି, ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନଙ୍କ ପରିବାର ।

୨୦୧୧ ମସିହାରେ ଯେତେବେଳେ ତୃଣମୂଳ କଂଗ୍ରେସ (TMC) କ୍ଷମତାକୁ ଆସିଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୫ରୁ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରିବାର ପରମ୍ପରା ଆରମ୍ଭ କରିଥିଲେ । ଗତ କିଛି ଦିନ ପୂର୍ବରୁ ସେନ ୨ ବର୍ଷ ପରେ ଭାରତ ଆସି ଶାନ୍ତିନିକେତନରେ ଥିବା ତାଙ୍କ ବାସଭବନରେ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.