ETV Bharat / bharat

ୟୁପିରେ ହିଂସାର କୌଣସି ସ୍ଥାନ ନାହିଁ କହିଲେ ଯୋଗୀ

ଉତ୍ତରପ୍ରଦେଶରେ ହିଂସାର କୌଣସି ସ୍ଥାନ ନାହିଁ କହିଲେ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ । ଏଠାରେ ରାମ ନବମୀ ଉତ୍ସବ ରମଜାନ ସହିତ ପାଳନ କରାଯାଏ । ତାହା ପୁଣି ବିନା କୌଣସି ହିଂସାରେ ବୋଲି କହିଛନ୍ତି ଯୋଗୀ । ଅଧିକ ପଢନ୍ତୁ

author img

By

Published : Apr 14, 2022, 12:03 PM IST

ଉତ୍ତରପ୍ରଦେଶରେ ହିଂସାର କୈଣସି ସ୍ଥାନ ନାହିଁ କହିଲେ ୟୁପି ସିଏମ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହିଂସାର କୈଣସି ସ୍ଥାନ ନାହିଁ କହିଲେ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ । ଏଠାରେ ରାମ ନବମୀ ଉତ୍ସବ ରମଜାନ ସହିତ ପାଳନ କରାଯାଏ । ତାହା ପୁଣି ବିନା କୈଣସି ହିଂସାରେ । ମଙ୍ଗଳବାର ଯୋଗୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ଗୁଜରାଟରେ ସାମ୍ପ୍ରଦାୟିକ ହିଂସା ଘଟଣାକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ଆଦିତ୍ୟନାଥ କହିଛନ୍ତି ଯେ ରାମ ନବମୀ ସମୟରେ ୟୁପିରେ ସ୍ଥିତି ବିକାଶର ନୂତନ ଚିନ୍ତାଧାରାକୁ ପ୍ରତିଫଳିତ କରିଛି । 25 କୋଟି ଜନସଂଖ୍ୟା ବିଶିଷ୍ଟ ରାଜ୍ୟର 800 ଟି ସ୍ଥାନରେ ରାମ ନବମୀକୁ ନେଇ ଶୋଭାଯାତ୍ରା କରାଯାଇଛି । ଏହି ମାସ ରମଜାନର ମାସ ହୋଇଥିବାରୁ ରୋଜା-ଇଫତାର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ହେଲେ ରାଜ୍ୟରେ କୈଣସି ସ୍ଥାନରେ ସାମ୍ପ୍ରଦାୟିକତା ହିଂସା ଦେଖାଦେଇ ନାହିଁ । କୈଣସି ଏକ ବିବାଦ ମୁଣ୍ତ ଟେକି ନାହିଁ । କୌଣସି ଗୋଷ୍ଠୀ କି ସମ୍ପ୍ରଦାୟ ମଧ୍ୟରେ ତୁତୁ ମେଁ ମେଁ 'tu-tu, main-main' (altercation) ମଧ୍ୟ ସୃଷ୍ଟି ହୋଇନି । ସେ କହିଛନ୍ତି ଯେ ୟୁପିରେ danga-phasad' (rioting) ଦଙ୍ଗା ପାଇଁ କୈଣସି ସ୍ଥାନ ନାହିଁ ।

ଉତ୍ତରପ୍ରଦେଶରେ ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ନବମୀ ଅବସରରେ ଏହା ପ୍ରମାଣିତ କରିଛି ଯେ ରାଜ୍ୟରେ ରାମ ନବମୀ ସମୟରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ହୋଇ ନାହିଁ । ପ୍ରକାଶ ଥାଉକି, ବିରୋଧୀ ସମାଜବାଦୀ ପାର୍ଟି ବିଜେପି ସରକାରଙ୍କୁ ଟାର୍ଗେଟ କରି ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ଅଶ୍ଲୀଳ ଭାଷାରେ ଟିପ୍ପଣୀ କରିଥିଲେ । ସୀତାପୁରରେ ରାମନବମୀ ଦିନ ଏ ଘଟଣା ଘଟିଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇଛି । ହେଲେ କାହାରିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ରାଜ୍ୟରେ ଦ୍ବିତୀୟ ଥର ପାଇଁ ଆଦିତ୍ୟନାଥ କ୍ଷମତାକୁ ଆସିଛନ୍ତି । 2017 ପରଠାରୁ ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ କୌଣସି ଦଙ୍ଗା ହୋଇନାହିଁ ବୋଲି କହିଛନ୍ତି ଯୋଗୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.