ETV Bharat / bharat

No Protection to Param Bir Singh: ଅନ୍ତରୀଣ ସୁରକ୍ଷା ପାଇଁ ମନା କଲେ SC

ମୁମ୍ବାଇ ପୂର୍ବତନ ପୋଲିସ କମିଶନର (ex-Mumbai Police Commissioner) ପରମବୀର ସିଂଙ୍କୁ ପୁଣି ଆଉ ଏକ ବଡ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

No protection to Param Bir Singh: ଅନ୍ତରୀଣ ସୁରକ୍ଷା ପାଇ ମନା କଲେ ସର୍ବୋଚ୍ଚ କୋର୍ଟ

author img

By

Published : Nov 18, 2021, 5:20 PM IST

Updated : Nov 18, 2021, 5:54 PM IST

ନୂଆଦିଲ୍ଲୀ: ପଳାତକ ଘୋଷିତ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ (Param Bir Singh)ଙ୍କୁ ପୁଣି ଆଉ ଏକ ବଡ ଝଟକା । ଗିରଫଦାରୀ ଏଡାଇବା ପାଇଁ କୌଣସି ପ୍ରକାର ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ମନା କଲେ ସର୍ବୋଚ୍ଚ କୋର୍ଟ (supreme court) । ପଳାତକ ଘୋଷିତ ହୋଇଥିବା ପରମବୀର ସିଂ ବର୍ତ୍ତମାନ କେଉଁଠି ଅଛନ୍ତି ,ସେ ନେଇ ସ୍ପଷ୍ଟ ନ କରିବା ଯାଏ ଗିରଫଦାରୀ ଉପରେ ରୋକ ଲାଗିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଜଷ୍ଟିସ ସଂଞ୍ଜୟ କିଶାନ କୋଲ ଓ ଜଷ୍ଟିସ ଏମ.ଏମ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି କରି ଏପରି କହିଛନ୍ତି । ଗତକାଲି ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ପୂର୍ବତନ ପୋଲିସ କମିଶନରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଚାନ୍ଦା ଆଦାୟ ମାମଲାରେ ପଳାତକ ଘୋଷଣା କରିଥିଲେ । କୋର୍ଟଙ୍କ ପଳାତକ ଘୋଷଣା ପରେ କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପରମବୀର ।

ପରମବୀର ସିଂଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ଆବେଦନ ଉପରେ କୋର୍ଟ ଶୁଣାଣି କରି କହିଛନ୍ତି, ପରମବୀର ବର୍ତ୍ତମାନ କେଉଁଠି ତାହା କାହାକୁ ଜଣାନାହିଁ । ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ସହଯୋଗ ମଧ୍ୟ କରୁନାହାନ୍ତି । ତେବେ ଏପରିସ୍ଥଳେ କିପରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି କୋର୍ଟ ପ୍ରଶ୍ନ କରିବା ସହ ଅନ୍ତରୀଣ ସୁରକ୍ଷ ପ୍ରଦାନ କରିବାରେ ଅସହମତି ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ସେ କେଉଁଠି ସ୍ପଷ୍ଟ କରିବା ପରେ ସୁରକ୍ଷା ଆବେଦନ ଉରରେ କୋର୍ଟ କିଛି ବିଚାର କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି ।

ଗତକାଲି ପୂର୍ବରୁ ମଧ୍ୟ ପରମବୀର ସିଂଙ୍କ ବିରୋଧରେ ଏକାଧିକ ଥର ଜାମିନ ବିହୀନ ଗିରଫ ପରଓ୍ବନା (Non-Bailable Warrants) ଜାରି କରାଯାଇଥିଲେ ସୁଦ୍ଧା ପୋଲିସ ତାଙ୍କ ନିକଟରେ ରହଞ୍ଚି ପାରିନାହିଁ ।

ଗତକାଲି ସେ ପଳାତକ ଘୋଷିତ ହେବା ପରେ ତାଙ୍କୁ ଠାବ କରିବା ପାଇଁ ମୁମ୍ବାଇ ପୋଲିସ ବିଜ୍ଞାପନର ସାହାରା ନେଇପାରେ । ପଳାତକ ଘୋଷିତ ହେବାର ୩୦ ଦିନ ମଧ୍ୟରେ ଗିରଫଦାରୀ ସମ୍ଭବ ନହେଲେ ବା ସେ ନିଜେ ଆତ୍ମସମର୍ପଣ ନକଲେ ତାଙ୍କ ସମ୍ପତ୍ତି ବ୍ୟାଜାପ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ ସର୍ବୋଚ୍ଚ କୋର୍ଟରେ ତାଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରାଯିବା ପରେ ଏବେ ପରମବୀରଙ୍କ ଅଡୁଆ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 18, 2021, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.