ETV Bharat / bharat

‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’: କୁନି ପରିବେଶବିତ୍‌ଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ମଣିପୁର ହିଂସା ପ୍ରସଙ୍ଗରେ ଭାଇରାଲ ହେଉଛି ମୈତେଇ ସମ୍ପ୍ରଦାୟର 11 ବର୍ଷୀୟା କୁନି ପରିବେଶବିତ ଟ୍ବିଟ୍‌ । କହିଲେ ‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’ । ଅଧିକ ପଢନ୍ତୁ

‘ମନ କୀ ବାତ ନୁହେଁ, ମଣିପୁର କି ବାତ ଶୁଣିବାକୁ ଚାହୁଁ’: କୁନି ପରିବେଶବିତଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

author img

By

Published : Jul 30, 2023, 8:07 PM IST

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପ୍ରାୟ 3 ମାସ ପୂର୍ବେ ଆରମ୍ଭ ହୋଇଥିବା ହିଂସା ପ୍ରଶମିତ ହେବାର ନାଁ ନେଉନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରୟାସ କରାଯାଉଥିବା କହୁଥିଲେ ସୁଦ୍ଧା ରାଜ୍ୟରେ ଯେ ହିଂସା ନିୟନ୍ତ୍ରଣରେ ନାହିଁ ତାହା ନିକଟ ଅତୀତର ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ବିରୋଧୀଙ୍କୁ ସମାଲୋଚନାର ବଡ଼ ଖୋରାକ ଯୋଗାଇଛି । ଆଜି ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କୀ ବାତ’ର 103ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥିଲେ ସୁଦ୍ଧା ମଣିପୁର ପ୍ରସଙ୍ଗରେ କିଛି କହିନଥିଲେ ।

ତେବେ ନିଜ ରାଜ୍ୟରେ ଜାରି ରହିଥିବା ହିଂସା ପ୍ରସଙ୍ଗରେ ମୈତେଇ ଜନଜାତିର ଜଣେ 11 ବର୍ଷୀୟା ପରିବେଶ କାର୍ଯ୍ୟକର୍ତ୍ତା ଲିସିପ୍ରିଆ କାଙ୍ଗୁଜାମ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆମେ ‘ମନ କୀ ବାତ ନୁହେଁ ମଣିପୁର କୀ ବାତ ଶୁଣିବାକୁ ଚାହୁଁ’ ବୋଲି କହିଛନ୍ତି ଏହି ଯୁବ ପରିବେଶବିତ । ଉତ୍ତର ପୂର୍ବର ଏହି ଜଣାଶୁଣା ଛାତ୍ରୀ ପରିବେଶବିତ ଲିସିପ୍ରିଆ ଏକାଧିକ ଟ୍ବିଟରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଲେଖିଛନ୍ତି, ‘‘ଏବେ ଆମେ ମରୁଛୁ । ମନ କୀ ବାତ ନୁହେଁ ବରଂ ମଣିପୁର କୀ ବାତ’ ଶୁଣିବାକୁ ଚାହୁଁଛୁ ।

  • Politicians visiting Manipur are doing nothing. They’re just going to have photos and videos with the victims in the relief camp in both hills and valleys to upload in their social media.

    No positive results yet, neither reducing the violence or helping the people.

    — Licypriya Kangujam (@LicypriyaK) July 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Manipur violence: ରାଜ୍ୟପାଳଙ୍କୁ ‘ଇଣ୍ଡିଆ’ ପ୍ରତିନିଧି ଟିମ୍‌ର ସ୍ମାରକପତ୍ର, ମୋଦିଙ୍କ ନୀରବତାକୁ ସମାଲୋଚନା

ଅନ୍ୟ ଏକ ଟ୍ବିଟରେ ସେ ସୋସିଆଲ ମିଡିଆରେ ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ହେବା ପରେ ରାଜଧାନୀ ଇମ୍ଫାଲରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ମଣିପୁରରେ ଶାନ୍ତି ଓ ସ୍ଥିରତା ଫେରାଇବା ପାଇଁ ସରକାର ପ୍ରୟାସ କରନ୍ତୁ ବୋଲି କହିଥିଲେ । ଏବେ ଏକାଧିକ ରାଜନୈତିକ ଦଳର ପ୍ରତିନିଧି ମଣିପୁର ଗସ୍ତ କରିବାରେ ଲାଗିଛନ୍ତି । ସେଠାରେ ସେ ହିଂସା ପ୍ରଭାବିତଙ୍କ ସହ ଆଲୋଚନା କରୁଛନ୍ତି । ହେଲେ ଏହି ଗସ୍ତ ପ୍ରଭାବଶୂନ୍ୟ ବୋଲି ଟ୍ବିଟ୍‌ କରିଛନ୍ତି ଲିସିପ୍ରିୟା । ରାଜନେତାମାନେ କେବଳ ରିଲିଫ କ୍ୟାମ୍ପ ଗସ୍ତ କରି ହିଂସା ପ୍ରଭାବିତଙ୍କ ସହ ଫଟୋ ଓ ଭିଡିଓ ନେଉଛନ୍ତି । ସେଗୁଡିକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ହେଲେ ମଣିପୁରରେ ହିଂସାରେ ସୁଧାର ଆସିପାରୁନାହିଁ ବୋଲି ସେ କହିଛନ୍ତି । ଗତ ମେ’ ମାସରୁ ଆରମ୍ଭ ହୋଇଥିବା ହିଂସାରେ ଏବେ ସୁଦ୍ଧା ପ୍ରାୟ 160 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.