ETV Bharat / bharat

ସଙ୍କଟରେ ଇମ୍ରାନଙ୍କ ସିଂହାସନ, ପାକିସ୍ତାନ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ । ଖୁବ ଶୀଘ୍ର ହେବ ଚର୍ଚ୍ଚା ସହ ଭୋଟିଂ । ଅଧିକ ପଢନ୍ତୁ

ପାକିସ୍ତାନ ସଂସଦରେ ଆଗତ ହେଲା ଇମ୍ରାନଙ୍କ ବିରୋଧରେ ଅନାସ୍ଥା

author img

By

Published : Mar 28, 2022, 8:25 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ । ଆଜି (ସୋମବାର) ବିରୋଧୀ ଦଳ ତଥା PML-N ନେତା ସହବାଜ ସରିଫ ଏହି ପ୍ରସ୍ତାବ ନିମ୍ନ ସଦନରେ ଆଗତ କରିଛନ୍ତି । ତେବେ ଲାଗିରହିଥିବା ସଙ୍କଟ ମଧ୍ୟରେ ଝୁଲୁଥିବା ଇମ୍ରାନଙ୍କ କ୍ଷମତା ବଜାୟ ରଖିବା ନେଇ ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ଆଜି ଗୃହରେ ପ୍ରସ୍ତାବ ଆଗତ ହେବା ପରେ National Assembly ମୁଲତବୀ ହୋଇଯାଇଛି । ୩୧ ତାରିଖରେ ଏହି ଅନାସ୍ଥା ଉପରେ ଚର୍ଚ୍ଚା ଓ ଭୋଟିଂ ଆରମ୍ଭ ହେବ ।

ବିରୋଧୀ ଦଳ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ
ବିରୋଧୀ ଦଳ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ

ବାଚସ୍ପତି ଅସାର କୈସର କହିଛନ୍ତି, ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ସହ ଅନାସ୍ଥା ଉପରେ ଚାର୍ଚ୍ଚା ହେବ । ସଦସ୍ୟମାନେ ମଧ୍ୟ ଏହି ନିଷ୍ପତ୍ତିରେ ଏକମତ ହୋଇଥିଲେ । ତେବେ ଗୃହ ମୁଲତବୀ ହୋଇସାରିଥିବା ବେଳେ ଇମ୍ରାନଙ୍କ ଭାଗ୍ୟ ମଧ୍ୟ ଝୁଲୁଛି । ତେବେ ଏହା ଗୃହରେ ଆଗତ, ଚର୍ଚ୍ଚା ଓ ପାରିତ ହେବା ପରେ କାର୍ଯ୍ୟକରୀ ହେବାକୁ ଥିବାବେଳେ, ତାହା ପୂର୍ବରୁ ଇମ୍ରାନଙ୍କ ଇସ୍ତାଫା ଚର୍ଚ୍ଚା ଜୋର ଧରିଥିଲା ।

ଅନ୍ୟପଟେ ଏପରି ଚର୍ଚ୍ଚାକୁ ଇମ୍ରାନ ଖଣ୍ଡନ କରିବା ସହ ଅନାସ୍ଥା ପାରିତ ହେବା ପୂର୍ବରୁ ସେ କୌଣସି ପରସ୍ଥିତିରେ ଇସ୍ତାଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟି, ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଭୋଟିଂ ପରେ ପାକିସ୍ତାନ ରଜନୀତିରେ ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିବ ।

ପାକିସ୍ତାନର National Assembly ବା ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ଥିବାବେଳେ ସରକାର ଗଠନ ପାଇଁ ସଂଖ୍ୟା ରହିଛି 172 । ଇମ୍ରାନ ଖାନଙ୍କ ଦଳ PTI ନେତୃତ୍ବାଧୀନ ମେଣ୍ଟ 179ଟି ଆସନରେ ବିଜୟ ଲାଭ କରି ସରକାର ଗଠନ କରିଥିଲା । ଏକକ ଭାବେ ୧୫୫ ସଦସ୍ୟ ଥିବା PTI ପକ୍ଷରୁ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲେ । ତେବେ ଗତ କିଛି ଦିନ ହେବ ଇମ୍ରାନଙ୍କ କ୍ଷମତା ବଜାୟ ରଖିବା ସଙ୍କଟରେ ପଡିଥିଲା । ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.