ETV Bharat / bharat

ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନୀତିଶ, ଫୋକସରେ ବିରୋଧୀ ଏକତା

author img

By

Published : Apr 12, 2023, 4:53 PM IST

କଂଗ୍ରେସ ଚିଫ୍‌ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ନୀତିଶ କୁମାର ଓ ତେଜସ୍ବୀ ଯାଦବ । ବୈଠକକୁ ଐତିହାସିକ ଦର୍ଶାଇ, ରାହୁଲ କହିଲେ ବିଚାରଧାରାର ଲଢେଇ ବିରୋଧୀ ଏକତା । ଅଧିକ ପଢନ୍ତୁ

ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ
ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ

ନୂଆଦିଲ୍ଲୀ: ବିଜେପି ବିପକ୍ଷରେ ବିରୋଧୀଙ୍କୁ ଏକାଠି କରିବାର ମୋର୍ଚ୍ଚା ଖୋଲିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି (ବୁଧବାର) କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଆଲୋଚନାରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ନୀତିଶଙ୍କ ସାଙ୍ଗରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ପାର୍ଟି ଚିଫ୍‌ ଲଲନ ସିଂ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ମଲ୍କିକାର୍ଜୁନ ଖଡେଗଙ୍କ ବାସଭବନରେ ବେଶ କିଛି ସମୟ ଧରି ଏହି ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ।

  • विचारधारा की इस लड़ाई में, विपक्ष की एकता की ओर आज एक ऐतिहासिक कदम लिया गया है।

    साथ खड़े हैं, साथ लड़ेंगे - भारत के लिए! pic.twitter.com/xoStUuiqyL

    — Rahul Gandhi (@RahulGandhi) April 12, 2023 " class="align-text-top noRightClick twitterSection" data=" ">

2024 ସାଧାରଣ ନିର୍ବାଚନ ପୂର୍ବରୁ ମିଳିତ ବିରୋଧୀ ମଞ୍ଚ ଗଠନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିନ୍ଦୁ ଥିବା ନେଇ ସୂଚନା ମିଳିଛି । ଆଲୋଚନା ପରେ ରାହୁଲ ଗାନ୍ଧୀ ସମସ୍ତ ନେତାଙ୍କ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ‘‘ବଚାରଧାରାର ଏହି ଯୁଦ୍ଧରେ, ବିରୋଧୀଙ୍କ ଏକତା ଦିଗରେ ଆଜି ଐତିହାସିକ ପଦକ୍ଷେପ ନିଆଯାଇଛି । ଏକାଠି ଠିଆ ହୋଇଛୁ, ଏକାଠି ଲଢିବୁ- ଭାରତ ପାଇଁ !’’

ଗତକାଲି (ମଙ୍ଗଳବାର) ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 3 ଦିନିଆ ଦିଲ୍ଲୀ ଗସ୍ତ ଆରମ୍ଭ କରିଛନ୍ତି । ସେ ପ୍ରଥମେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ । ଲାଲୁ ଏବେ ତାଙ୍କ ସାଂସଦ ଝିଅ ମିଶା ଭାରତୀଙ୍କ ନିକଟରେ ରହୁଛନ୍ତି । ନୀତିଶ ମିଶାଙ୍କ ବାସଭବନରେ ପହଞ୍ଚି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହ ବର୍ତ୍ତମାନର ରାଜନୈତିକ ଦୃଷ୍ୟପଟ ନେଇ ମଧ୍ୟ ଆଲୋଚନା କରିଥିଲେ । ଆଜି ନୀତିଶଙ୍କ ଟିମ ସହ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜନ ଖଡଗେ ଓ ରାହୁଲ ଗାନ୍ଧୀଙ୍କର ମଧ୍ୟ ଆଲୋଚନା ଶେଷ ହୋଇଛି । ତେବେ ନୀତିଶ କଂଗ୍ରେସର ପୂର୍ବତନ ହାଇକମାଣ୍ଡ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ନେଇ ମଧ୍ୟ ସୂଚନା ମିଳିଛି ।

ବିହାରରେ ବିଜେପି ସମର୍ଥନରେ ସରକାର ଭାଙ୍ଗିବା ପରେ କଂଗ୍ରେସ ଓ ଆରଜେଡିକୁ ନେଇ ଗଠିତ ମହାଗଠବନ୍ଧନ ସମର୍ଥନରେ ସରକାର ଗଠନ କରିଥିଲେ ନୀତିଶ । ଆରଜେଡି ନେତା ତେଜସ୍ବୀ ଯାଦବ ନୀତିଶଙ୍କ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ତା ପରଠାରୁ ନୀତିଶ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାର ମୋର୍ଚ୍ଚା ଖୋଲିଛନ୍ତି । ପୂର୍ବରୁ ମଧ୍ୟ ସେ ଏହି ପ୍ରୟାସ ସହ ଏକାଧିକ ବିଜେପି ବିରୋଧୀ ନେତାଙ୍କୁ ଭେଟି ସାରିଛନ୍ତି । 2024 ସାଧାରଣ ନିର୍ବାଚନରେ ବିରୋଧୀ ଏକାଠି ହେଲେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ମାତ୍ର 100 ଟି ଆସନ ମଧ୍ୟରେ ସୀମିତ ରହିବାକୁ ବାଧ୍ୟ ହେବ ବୋଲି କହିସାରିଛନ୍ତି ନୀତିଶ ।

ଅନ୍ୟପଟେ ନୀତିଶଙ୍କ ଏପରି ବିରୋଧୀ ଏକତା ଆଗ୍ରହ ମଧ୍ୟରେ ଭିନ୍ନ ଅଭିଯୋଗ କରିଆସିଛି ବିଜେପି । ନୀତିଶ ବିରୋଧୀଙ୍କୁ ନେଇ ତୃତୀୟ ସାମୁଖ୍ୟ ଗଠନ କରି ତାର ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛନ୍ତି ବୋଲି ବିଜେପି କହିଆସିଛି । ହେଲେ ନୀତିଶଙ୍କ ଏପରି ଦିବାସ୍ବପ୍ନ କେବେ ପୂରଣ ହେବନାହିଁ ବୋଲି ବିଜେପି ନେତାମାନେ କଟାକ୍ଷ କରୁଛନ୍ତି । କେନ୍ଦ୍ରରେ ବିଜେପି ପୁଣି ସରକାର ଗଠନ କରିବାକୁ ଯାଉଛି, କିନ୍ତୁ ନୀତିଶଙ୍କୁ କେବେ ମଧ୍ୟ ଏନଡିଏର ସହଯୋଗୀ ଦଳ ଭାବେ ଗ୍ରହଣ କରାଯିବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଭାମଞ୍ଚରେ ଖୋଲା ଘୋଷଣା କରିସାରିଛନ୍ତି । ଏପରି ସମୟରେ ଲୋକସଭା ନିର୍ବାଚନ ପାଖଉଥିବା ବେଳେ, ନୀତିଶ କିନ୍ତୁ ବିରୋଧୀ ଏକତା ଅଭିଯାନ ଜାରି ରଖିଛନ୍ତି । ଏହିକ୍ରମରେ ସେ ଆଜି କଂଗ୍ରେସ ସହ ମଧ୍ୟ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.