ETV Bharat / bharat

ଆଜି ଦିଲ୍ଲୀରେ କେଜ୍ରିୱାଲ ଓ ନୀତିଶ ଭେଟଘାଟ: ଅନ୍ୟ ବିରୋଧୀ ନେତାଙ୍କୁ ବି ଭେଟିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ

ବିରୋଧୀ ମେଣ୍ଟର ତୃତୀୟ ବୈଠକ ପୂର୍ବରୁ ଆଜି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍ୟ ବିରୋଧୀ ନେତାଙ୍କୁ ମଧ୍ୟ ଭେଟିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

author img

By

Published : Aug 17, 2023, 11:29 AM IST

ଆଜି ଦିଲ୍ଲୀରେ କେଜ୍ରିୱାଲ ଓ ନୀତିଶ ଭେଟଘାଟ
ଆଜି ଦିଲ୍ଲୀରେ କେଜ୍ରିୱାଲ ଓ ନୀତିଶ ଭେଟଘାଟ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ଶକ୍ତିଶାଳୀ କରିବା ଚେଷ୍ଟାରେ ଅଛନ୍ତି । ଯଦ୍ବାରା ଆସନ୍ତା ନିର୍ବାଚନରେ ବିଜେପି ସରକାରର ଦୃଢତାର ସହ ମୁକାବିଲା କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ଆଜି ପୁଣିଥରେ ବିରୋଧୀ ନେତାମାନଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ନୀତିଶ । ଦିଲ୍ଲୀରେ ପହଞ୍ଚିବା ପରେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବେ । ଏହାପରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ମଧ୍ୟ ସାକ୍ଷାତ କରିବାକୁ ଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ବିହାର ରାଜନୀତି ସରଗରମ୍ ହୋଇଛି ।

ଆସନ୍ତା ୩୧ରୁ ମୁମ୍ବାଇରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ତୃତୀୟ ବୈଠକ ବସିବ । ଏହାପୂର୍ବରୁ ସହଯୋଗୀ ପାର୍ଟି ଗୁଡିକର ନେତାମାନଙ୍କ ମଧ୍ୟରେ ଭେଟଘାଟ ଓ ଆଲୋଚନା ଆରମ୍ଭ ହୋଇଯାଇଛି । ଯାହାଫଳରେ ବୈଠକ ପୂର୍ବରୁ ପାରସ୍ପରିକ ବୁଝାମଣା ଓ ଉତ୍ତମ ସମନ୍ବୟ ରହିପାରିବ । ନେତାମାନଙ୍କ ମଧ୍ୟରେ ମତଭେଦ ଦୂର କରାଯାଇପାରିବ । ପୂର୍ବରୁ ରାହୁଲ ଗାନ୍ଧୀ ଅଗଷ୍ଟ ୪ରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ଝିଅ ମୀସା ଭାରତୀଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଆଉ ଏବେ ବିରୋଧୀ ନେତାମାନଙ୍କ ସହ ନୀତିଶ କୁମାରଙ୍କ ଭେଟଘାଟ ଉପରେ ସଭିଁଙ୍କ ନଜର ରହିଛି । ତେବେ କେଜ୍ରିୱାଲଙ୍କ ବ୍ୟତୀତ ସେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କୁ ଭେଟି ତୃତୀୟ ବୈଠକର ରଣନୀତି କ'ଣ ହେବ ତାହା ଉପରେ ଆଲୋଚନା କରିପାରନ୍ତି ।

ଏହାମଧ୍ୟ ପଢନ୍ତୁ: ୨୦୨୪ ପାଇଁ ପ୍ରସ୍ତୁତି: ୩୧ରୁ ମୁମ୍ବାଇରେ ବସିବ ଇଣ୍ଡିଆର ତୃତୀୟ ବୈଠକ

ବିରୋଧୀ ମେଣ୍ଟର ତୃତୀୟ ବୈଠକ ପୂର୍ବରୁ ଆଜି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ମୁମ୍ବାଇରେ ବସିବାକୁ ଥିବା ଇଣ୍ଡିଆର ପରବର୍ତ୍ତୀ ବୈଠକରେ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାଁ ଘୋଷଣା ହୋଇପାରେ । ଯଦିଓ ଜେଡିୟୁ ନେତା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନୀତିଶ କହୁଛନ୍ତି କି ତାଙ୍କର କୌଣସି ପଦବୀ ଲାଳସା ନାହିଁ, ବିରୋଧୀଙ୍କୁ ମଜବୁତ କରିବା କେବଳ ଲକ୍ଷ୍ୟ, କିନ୍ତୁ ବେଙ୍ଗାଲୁରୁରେ ଅନୁଷ୍ଠିତ ପୂର୍ବ ବୈଠକରେ ସଂଯୋଜକ ନାମ ଘୋଷିତ ନହେବାରୁ ନୀତିଶଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା । ମାତ୍ର ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏ କଥାକୁ ଖଣ୍ଡନ କରିଥିଲେ ।

ଚର୍ଚ୍ଚା ହେଉଛି ଯେ, ଯଦି ବିରୋଧୀଙ୍କ ତୃତୀୟ ବୈଠକରେ ସବୁକିଛି ଠିକ୍‌ ରହେ, ତାହାଲେ ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାଁରେ ମୋହର ବାଜିପାରେ । ହେଲେ ସେପଟେ ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ଲାଗି ରହିଛି । ଅଜିତ୍ ପାୱାରଙ୍କ ସହ ଶରଦ ପାୱାରଙ୍କ ବୈଠକ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଓ ଏନସିପି ମଧ୍ୟରେ ଫାଟ ଆସିଥିବା କୁହାଯାଉଛି । ଏହି ଫାଟ ମରାମତି ପାଇଁ ଜେଡିୟୁ ସୁପ୍ରିମୋ ନୀତିଶ ବିରୋଧୀ ନେତାଙ୍କ ସହ ରଣନୀତି ପ୍ରସ୍ତୁତ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.