ETV Bharat / bharat

ବିହାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ ୩୦ ମନ୍ତ୍ରୀ - ବିହାର ରାଜନୀତି

ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ଶପଥ ନେଇଛନ୍ତି ୩୦ ମନ୍ତ୍ରୀ । ଅଧିକ ପଢନ୍ତୁ

ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେବେ ୩୦ ମନ୍ତ୍ରୀ

author img

By

Published : Aug 16, 2022, 10:20 AM IST

Updated : Aug 16, 2022, 12:35 PM IST

ପାଟନା: ଆଜି (ମଙ୍ଗଳବାର) ବିହାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ(Nitish cabinet expansion in Bihar) ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ପ୍ରସାଦ ଯାଦବଙ୍କ ଦୁଇ ସଦସ୍ୟ ମନ୍ତ୍ରୀମଣ୍ଡଳର ୩୦ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଫଗୁ ଚୌହାନ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜି ୧୧ଟା ୩୦ ମିନିଟ ସମୟରେ ରାଜଭାବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୩୦ ମନ୍ତ୍ରୀଙ୍କ ମଧ୍ୟରେ ଆରଜେଡିରୁ(RJD) ସର୍ବାଧିକ ୧୬ ଜଣ ରହିଥିବା ବେଳେ ଜେଡିୟୁରୁ(JDU) ୧୧, କଂଗ୍ରେସରୁ ୨, MAMରୁ ଜଣେ ବିଧାୟକ ରହିଛନ୍ତି । ସରକାର ଗଠନର ୬ଦିନ ପରେ ଶପଥ ନେଇଛନ୍ତି ମନ୍ତ୍ରୀ ।

ଜେଡିୟୁ

ବିଜେନ୍ଦ୍ର ଯାଦବ, ବିଜୟ ଚୌଧୁରୀ, ଶ୍ରାବଣ କୁମାର, ଜୟନ୍ତ ରାଜ, ଆଶୋକ ଚୌଧୁରୀ, ମଦନ ସାହନି, ସୁନୀଲ କୁମାର, ସଞ୍ଜୟ ଝା, ଜାମା ଖାନ, ସୁମିତ କୁମାର ସି, ଲେସି ସିଂ ।

ଆରଜେଡି

ତେଜପ୍ରତାପ ଯାଦବ, ସୁରେନ୍ଦ୍ର ଯାଦବ, ଚନ୍ଦ୍ରଶେଖର, ରାମାନନ୍ଦ ଯାଦବ, ଲଲିତ ଯାଦବ, କୁମାର ସରବଜିତ, କୁମାର ସରଭଜିତ, କାର୍ତ୍ତିକେ ଶର୍ମା, ଶାହନାୱାଜ୍, ସମୀର ମହାସେଠ, ଅନୀତା ଦେବୀ, ଆଲୋକ ମେହେଟ୍ଟା, ଭରତ ଭୂଷଣ ମଣ୍ଡଳ, ସୁଧାକର ସିଂ, ଶାମିମ ଅହମ୍ମଦ, ଜିତେନ୍ଦ୍ର ରାୟ ।

କଂଗ୍ରେସ

ମୁରାରୀ ଲାଲ ଗୌତମ, ଆଫକ ଆଲମ

ହାମ

ସନ୍ତୋଷ ମାଝୀ

ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହେବାରୁ ଚଳିତ ମାସ ୯ତାରିଖରେ NDA ହାତ ଛାଡ଼ିଥିଲେ ନୀତିଶ । ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତିଶ କୁମାର ତୁରନ୍ତ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭସନରେ ପହଞ୍ଚିଥିଲେ । ଏହା ପରେ ନିଜ ପାଖରେ ମହାମେଣ୍ଟର ମୋଟ 164 ବିଧାୟକଙ୍କ ସମର୍ଥନ ରହିଥିବା ଏକ ସମର୍ଥନପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ମହାମେଣ୍ଟରେ ମୋଟ 7 ଟି ଦଳ ରହିଥିବା ଜଣାପଡିଥିଲା ।

ଏହାପରେ ଅଗଷ୍ଟ ୧୦ରେ ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ କୁମାର । ସେହିପରି ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ RJD ନେତା ତେଜସ୍ବୀ ଯାବଦ ମଧ୍ୟ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ପରେ ତେଜସ୍ବୀ ନୀତିଶଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ''NDA ସରକାର ବେଳେ ଦେଶରେ ଲୋକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାର ପ୍ରଭାବ ନୀତିଶଙ୍କ ଜନତା ଦଳ ୟୁନାଇଟେଡରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଭଳି କିଛି ଘଟଣାକୁ ନେଇ ଗତ ଦୁଇରୁ ତିନି ମାସ ହେଲା ନୀତିଶ ନିଜେ ମଧ୍ୟ ଅସନ୍ତୁଷ୍ଟ ଥିଲେ । ଏଥିପାଇଁ NDA ଛାଡ଼ି ବିହାରରେ ମହଗଠବନ୍ଧନ ସରକାର କଲେ ବୋଲି ଶପଥ ଗ୍ରହଣ ପରେ ଗଣମାଧ୍ୟମରେ କହିଥିଲେ ନୀତିଶ କୁମାର ।"

Last Updated : Aug 16, 2022, 12:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.