ETV Bharat / bharat

Minor Raped Alwar: ପିଶାଚ ବାପା, ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର

author img

By

Published : Oct 21, 2022, 10:44 PM IST

ପିଶାଚ ବାପା । ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର । ନିଜ ଔରସରୁ ଜନ୍ମିତ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଅଲ୍‌ବର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

nine-year-old-daughter-raped-by-father-in-behror-alwar-in-rajasthan
Minor Raped Alwar: ପିଶାଚ ବାପା, ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର

ଜୟପୁର: ପିଶାଚ ପାଲଟିଲା ପିତା । ୯ ବର୍ଷର ଝିଅ ସହ ଦୁଷ୍କର୍ମ କରି ଫେରାର । ନିଜ ଔରସରୁ ଜନ୍ମିତ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଅଲ୍‌ବର ଜିଲ୍ଲାରେ ଏଭଳି ଏକ ଜଘନ୍ୟ ଘଟଣା ଘଟିଛି । ଏହାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ବହରୋଡ୍‌ ଥାନାରେ ଏତଲା ଦିଆଯାଇଛି ।

ଅଲ୍‌ବର ଜିଲ୍ଲା ବହରୋଡ୍‌ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ତା ବାପା ତିନି ଚାରିଦିନ ପୂର୍ବରୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ପୀଡ଼ିତା ନାବାଳିକାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ପୀଡ଼ିତାକୁ ବର୍ତ୍ତମାନ ସ୍ଥାନୀୟ ଏକ କ୍ଲିନିକ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସେପଟେ ଗୁରୁବାର ଅଭିଯୋଗ ପାଇବା ପରେ ପୋଲିସ ୧୬୪ ଧାରାରେ ବୟାନ ରେକର୍ଡ କରିଛି । ପୋଲିସ ନିକଟରେ ଅଭିଯୋଗ ହେବାପରେ ଅଭିଯୁକ୍ତ ବାପା ଫେରାର ରହିଛି । ସେପଟେ ଚାଇଲ୍ଡ ଲାଇନ୍‌ ଓ ପୋଲିସ ଟିମ୍‌ ନାବାଳିକାର ଡାକ୍ତରୀ ଯାଞ୍ଚ କରାଇଛନ୍ତି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଏହି ଘଟଣା ଯୋଗୁଁ ଗାଁ ବଦନାମ ହୋଇଥିବା କଥା କହିଛନ୍ତି ଗ୍ରାମବାସୀ । ସେପଟେ ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ଏହାକୁ ନେଇ ବହରୋଡ୍‌ ଥାନା ଅଧିକାରୀ କହିଛନ୍ତି, "ଗୁରୁବାର ସକାଳ ୯ଟା ବେଳେ ଖବର ମିଳିଲା ଜଣେ ୯ ବର୍ଷର ନାବାଳିକା ସହ ନିଜ ବାପା ଦୁଷ୍କର୍ମ କରିଛି । ନାବାଳିକା ଜଣକ ଗୁରୁତର ରହିଥିଲେ । ସୂଚନା ପାଇବା ପରେ ଚାଇଲ୍ଡ ଲାଇନ୍‌ ଓ ପୋଲିସ ଟିମ୍‌ ପହଞ୍ଚି ନାବାଳିକାକୁ ଥାନାକୁ ଆଣିଥିଲେ । ବୟାନ ରେକର୍ଡ ପରେ ଡାକ୍ତରୀ ଯାଞ୍ଚ କରାଯାଇଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.